ଚୀନ୍ ଭୂତାଣୁ ଓଡ଼ିଶାରୁ ଚିହ୍ନଟ । ଖୋର୍ଦ୍ଧାରେ ଓମିକ୍ରନ ବିଏଫ୍‌.୭ ଆକ୍ରାନ୍ତ ବାହାରିଲେ । ପୁଣି ଲୋକଙ୍କ ମଧ୍ୟରେ ସୃଷ୍ଟି ହେଲା କକୁଆ ଭୟ ।

0

Get real time updates directly on you device, subscribe now.

ଚୀନରେ କରୋନା ତାଣ୍ଡବ ରଚିଥିବା ଭୂତାଣୁ ପହଂଚିଛି ଭାରତରେ, ଆଉ ଏହି ଭୂତାଣୁ ଓଡ଼ିଶାରେ ଚିହ୍ନଟ ହୋଇଛି । ଏହି ଭାରିଏଣ୍ଟର ନାଁ ରହିଛି ବିଏଫ-ସେଭେନ୍ । ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ଏହି ଭୂତାଣୁର ୨ଟି କେସ୍ ଚିହ୍ନଟ ହୋଇଛି ।

ଏହି ନୂଆ ଭୂତାଣୁ ଚିହ୍ନଟ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି । କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ତେବେ ବନ୍ଧୁଗଣ ଚୀନରେ କରୋନା ସଂକ୍ରମଣର ପ୍ରମୁଖ କାରଣ ପାଲଟିଥିବା ଓମିକ୍ରନ ଭୂତାଣୁର ଏକ ସବ୍ ଭାରିଆଣ୍ଟ ବିଏଫ-୭ ଓଡିଶାରେ ଚିହ୍ନଟ ହୋଇଛି ।

ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମହିଳାଙ୍କର ସେପ୍ଟେମ୍ବର ୩୦ ତାରିଖରେ ସାମ୍ପଲ ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଜିନମ୍ ସିକ୍ୱେନ୍ସ କରାଯାଇଥିଲା । ଜିନମ ସିକ୍ୟୁଏନ୍ସିଂ ପରେ ବିଏଫ୍-୭ ଭାରିଆଂଟ ଚିହ୍ନଟ ହୋଇଥିଲା । ଟେଷ୍ଟିଂ ପରେ ମହିଳାଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଇ ନଥିଲା । ବର୍ତ୍ତମାନ ସେ ଆମେରିକାରେ ରହୁଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ତେବେ ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେବେଠାରୁ ରାଜ୍ୟରେ ଆଉ କୌଣସି ବିଏଫ୍-୭ ଭାରିଆଂଟ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଚୀନ ସମେତ ଆମେରିକା, ଜାପାନ, ଉତ୍ତରକୋରିଆ, ବ୍ରାଜିଲରେ ବିଏଫ-୭ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା;ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏନେଇ ସମୀକ୍ଷା ବୈଠକ କରାଯାଇ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ଚିଠି ଲେଖାଯାଇଛି ।

ସେପଟେ ବିଦେଶରେ ସଂକ୍ରମଣ ବୃଦ୍ଧି ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି । ସର୍ଭିଲାନ୍ସ ସହ ଜିନମ ସିକ୍ୟୁଏନ୍ସିଂ ବଢ଼ାଇବାକୁ ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲାପାଳ, ସରକାରୀ ମେଡିକାଲ କଲେଜ ଡିନ୍ ଓ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି ।

ଏହାସହ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ, କଂଟାକ୍ଟ ଟ୍ରେସିଂ ସହ ଟିକାକରଣକୁ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜିଲା ମୁଖ୍ୟ ଚିକିତ୍ସା‌ ଅଧିକାରୀ ଜୁନ୍‌ରେ ଜାରି କରାଯାଇଥିବା ସଂଶୋଧିତ ସର୍ବେକ୍ଷଣ ନୀତି ପାଳନ କରିବାକୁ ସେ ମଧ୍ୟ ପରାମର୍ଶ ଦେଇଛନ୍ତି ।

ଏବେ ପୁଣି ଲୋକଙ୍କୁ ମାସ୍କ ପିନ୍ଧିବା ଓ କରୋନା ଟିକାର ପ୍ରତିଷେଧାତ୍ମକ ଟୀକା ନେବା ସହିତ ସମସ୍ତ କରୋନା ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି ।

Leave A Reply

Your email address will not be published.