ଶ୍ୱଶୁରକୁ ଘରେ ତାଲା ପକାଇ ନିଜ ଛାତ୍ର ସହ ବୋହୂ ଫେରାର । ଥାନାରେ ଅଭିଯୋଗ କଲେ ସ୍ୱାମୀ।

0

Get real time updates directly on you device, subscribe now.

ପ୍ରେମରେ ପାଗଳ ଟ୍ୟୁସନ ଦିଦି । ଛାତ୍ରଙ୍କୁ ପ୍ରେମ କଲେ, ଟ୍ୟୁସନରୁ ଦୁହେଁ ଫେରାର ହେଲେ । ପ୍ରେମରେ ଦିଦି ଏମିତି ଉବୁଟୁବୁ ହେଉଥିଲେ ଯେ ସ୍ଥାନକାଳ ପାତ୍ର ସବୁକିଛି ଭୁଲିଗଲେ । ଏମିତିକି ନିଜେ ଟ୍ୟୁସନ କରୁଥିବା ଛାତ୍ରଙ୍କ ସହ ପ୍ରେମ ସଂପର୍କ ରଖିଲେ ।

ଖାଲି ସଂପର୍କ ରଖିଲେ ତାହା ନୁହେଁ ବରଂ ଛାତ୍ରଙ୍କୁ ନେଇ ଫେରାର ହୋଇ ଯାଇଥିବା ପରି ଏକ ଅଭାବନୀୟ ଘଟଣା ବର୍ତମାନ ସମୟରେ ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

ଛାତ୍ରକୁ ନିଜ ପ୍ରେମ ଜାଲରେ ଫସାଇ ଫେରାର ହେବା ପରେ ଛାତ୍ରଙ୍କ ପରିବାର ପକ୍ଷରୁ ଏବେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ନୟାଗଡ଼ ଦଶପଲ୍ଲା ନାହାକପଡା ଅଂଚଳର ଜଣେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ସ୍ଥାନୀୟ ଅଂଚଳର ଜଣେ ଦିଦିଙ୍କ ସହିତ ।

ପାଠ ପଢିବା ପାଇଁ ୨୦୨୦ ମସିହାରେ ସଂପୃକ୍ତ ନାବାଳକଙ୍କର ସ୍ଥାନୀୟ ଏକ କଲେଜ୍‌ରେ ନାଁ ଲେଖାଇଥିଲେ ପରିବାର ଲୋକ । ଆଉ ସ୍କୁଲରେ ପାଠ ପଢିବା ସହିତ ଟ୍ୟୁସନ ପାଇଁ ଜଣେ ଶିକ୍ଷୟିତ୍ରଙ୍କ ପାଖକୁ ଯାଉଥିଲେ ସଂପୃକ୍ତ ନାବାଳକ । ହେଲେ ଟ୍ୟୁସନ ଯାଉଯାଉ ଶିକ୍ଷୟିତ୍ରୀ ଓ ନାବାଳକଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସଂପର୍କ ।

ପରେ ପରିବାର ଲୋକେ ଜାଣିବା ପରେ ସଂପୃକ୍ତ ବାଳକକୁ ନୟାଗଡ ସ୍ଥିତ ବିକାଶ ଟିୟୁଟରିୟାଲ ହଷ୍ଟେଲରେ ରଖିଥିଲେ । ତେବେ ଉକ୍ତ ବାଳକ ଦର୍ପନାରାୟଣପୁର ମହା ବିଦ୍ୟାଳୟ ରେ +୨ ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ହେଲେ ଟିୟୁସନ୍‌ ଦିଦି ସେହି ହଷ୍ଟେଲକୁ ମଧ୍ୟ ଦେଖାକରିବାକୁ ମଧ୍ୟ ବାରମ୍ବାର ଯାଉଥିଲେ ।

ତେବେ ସୂଚନାଯୋଗ୍ୟ ଯେ, ଗତ ଫେବୃୟାରୀ ମାସରେ ଗଙ୍ଗନଗରର ସନ୍ଦୀପ ନାୟକ ଦଶପଲ୍ଲାର ନମିତା ନାୟକଙ୍କୁ ବିବାହ କରିଥିଲେ ଯିଏକି ପେଶାରେ ଜଣେ ଶିକ୍ଷୟତ୍ରୀ ଥିଲେ।ଆଉ ସ୍ୱାମୀ ଅଫିସ ଯାଇଥିବା ସମୟରେ ଉକ୍ତ ଛାତ୍ର ବୟଫ୍ରେଣ୍ଡ ସହ ଫେରାର ହେଇଯାଇଛନ୍ତି ନମିତା ।

ଶଶୁର ଘରେ ଏକ ରୁମରେ ଶୋଇଥିବା ବେଳେ ବାହାର ପଟୁ କବାଟ ଦେଇ, ଶ୍ୱଶୁରଙ୍କୁ ତାଲା ପକାଇ ସାଥିରେ ୧୦ ଲକ୍ଷ ଟଙ୍କାର ସୁନା ଅଳଂକାର ଓ ଦେଢ଼ ଲକ୍ଷ୍ୟ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କଲେ ସ୍ୱାମୀ ଓ ଶ୍ୱଶୁର । ଆଉ ଅଭିଯୋଗ ଆଧାରରେ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.