Business Idea : ଛୋଟ ଜାଗାରେ ଆରମ୍ଭ ହୋଇଯିବ କାମ, କରିଦେବ କୋଟିପତି

0

Get real time updates directly on you device, subscribe now.

Business Idea : ଯଦି ଆପଣ କୌଣସି ବିଜନେସ କରିବା ବିଷୟରେ ଚିନ୍ତା କରୁଛନ୍ତି, କିନ୍ତୁ ଆପଣ ବୁଝିପାରୁ ନାହାଁନ୍ତି ଯେ କେଉଁ ବିଜନେସ ଆରମ୍ଭ କରାଯିବା ଉଚିତ୍, ଯେଉଁ ବିଜନେସକୁ ଆରମ୍ଭ କରିବାରେ ଅଧିକ ବିନିଯୋଗ କରିବାର ଆବଶ୍ୟକତା ମଧ୍ୟ ନାହିଁ ଏବଂ ଆପଣଙ୍କର ସେଥିରୁ ଭଲ ରୋଜଗାର ମଧ୍ୟ ହେବ ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ବିଜନେସ ଆଇଡିଆ ବିଷୟରେ କହିବାକୁ ଯାଉଛୁ, ଯେଉଁ ବିଜନେସକୁ ଆପଣ ବହୁତ୍ କମ ବିନିଯୋଗରେ ଆରମ୍ଭ କରିପାରିବେ । ଆପଣ ଏହି ବିଜନେସରୁ 50 ପ୍ରତିଶତ ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

ତେବେ ଏହି ବିଜନେସର ନାମ ହେଉଛି ଷ୍ଟେସନାରୀ ବିଜନେସ । ସାଧାରଣତଃ ଯେଉଁ ଷ୍ଟେସନାରୀ ଦୋକାନ ସ୍କୁଲ, କଲେଜ, କୋଚିଙ୍ଗ ସେଣ୍ଟର୍ ପାଖାପାଖି ଥାଏ, ସେହି ଦୋକାନରେ ସବୁବେଳେ ବହୁତ୍ ଭିଡ଼ ହୋଇଥାଏ ।

ଏପରି ପରିସ୍ଥିତିରେ ଯଦି ଆପଣ ଷ୍ଟେସନାରୀ ଦୋକାନ କୌଣସି ସ୍କୁଲ, କଲେଜ କିମ୍ବା କୋଚିଙ୍ଗ ସେଣ୍ଟର୍ ପାଖରେ ଖୋଲନ୍ତି, ତେବେ ଆପଣ ଏଥିରୁ ବହୁତ୍ ଭଲ ରୋଜଗାର କରିପାରିବେ । ଯଦି ଆପଣ ମଧ୍ୟ ଏହି ବିଜନେସକୁ ଆରମ୍ଭ କରିବାକୁ ବିଚାର କରୁଛନ୍ତି, ତେବେ ଚାଲନ୍ତୁ ଆମେ ଆପଣଙ୍କୁ ଏହି ବିଜନେସ ବିଷୟରେ ବିବରଣୀ କହିବୁ ।

ଯଦି ଆପଣ ଏହି ବିଜନେସକୁ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ଏବଂ ଆପଣ ଏହି ବିଜନେସକୁ ଆରମ୍ଭ କରନ୍ତି, ତେବେ ଆପଣ ନିଜ ଦୋକାନରେ ପେପର, ପେନ୍, ପେନ୍ସିଲ୍, ନୋଟପ୍ୟାଡ ଇତ୍ୟାଦି ଷ୍ଟେସନାରୀ ଜିନିଷ ରଖିପାରିବେ । ଏହାସହିତ ଆପଣ ଅନ୍ୟ ଜିନିଷ ଯେପରିକି ଗିଫ୍ଟ କାର୍ଡ, ବିବାହ କାର୍ଡ ମଧ୍ୟ ରଖିପାରିବେ । ଏହିପରି ଆପଣ ଅନ୍ୟ ଜିନିଷ ମଧ୍ୟ ଦୋକାନରେ ରଖିପାରିବେ ଏବଂ ଅଧିକ ରୋଜଗାର ମଧ୍ୟ କରିପାରିବେ ।

ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ :-

ଯଦି ଆପଣ ଷ୍ଟେସନାରୀ ଦୋକାନ ଖୋଲିବାକୁ ଯାଉଛନ୍ତି, ତେବେ ଆପଣଙ୍କୁ ଏଥିପାଇଁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ । ଆପଣଙ୍କର ଏହି ରେଜିଷ୍ଟ୍ରେସନ୍ ସପ୍ ଆଣ୍ଡ ଏଷ୍ଟେବଲିସମେଣ୍ଟ ଆକ୍ଟ ଅଧୀନରେ ହେବ । ଯଦି ଆପଣଙ୍କର ଦୋକାନ ଖୋଲିବାର ଅଛି, ତେବେ ଏଥିପାଇଁ ଆପଣଙ୍କୁ 300 ରୁ 400 ବର୍ଗ ଫୁଟ ଜାଗା ଦରକାର୍ ହେବ । ଯଦି ଆପଣ ଏକ ଭଲ ଷ୍ଟେସନାରୀ ଦୋକାନ ଖୋଲିବାକୁ ଚାହିଁବେ ତେବେ ଆପଣଙ୍କର ପ୍ରାୟ 50 ହଜାର ଟଙ୍କା ଦରକାର୍ ହେବ ।

ରୋଜଗାର କେତେ :-

ଯଦି ଆମେ ଏହି ବିଜନେସର ଲାଭ ବିଷୟରେ କହିବା, ତେବେ ଆପଣ ଏହି ବିଜନେସରେ ଯେତେ ଅଧିକ ବିନିଯୋଗ କରିବେ ସେତେ ପଇସା ରୋଜଗାର କରିପାରିବେ । ଆପଣଙ୍କ ଲାଭ ଆପଣଙ୍କ ଦୋକାନର ଲୋକେସନ୍ ଉପରେ ମଧ୍ୟ ନିର୍ଭର କରିଥାଏ । ଯଦି ଆପଣ ନିଜ ଦୋକାନରେ ବ୍ରାଣ୍ଡ ଜିନିଷ ବିକ୍ରି କରନ୍ତି, ତେବେ ଆପଣଙ୍କୁ ସେଥିରୁ 30 ରୁ 40 ପ୍ରତିଶତ ରୋଜଗାର ମିଳିବ ଏବଂ ଯଦି ଆପଣ ଲୋକାଲ ପ୍ରଡକ୍ଟ ବିକ୍ରି କରନ୍ତି, ତେବେ ଆପଣଙ୍କର 2 ରୁ 3 ଗୁଣା ଲାଭ ହୋଇପାରେ ।

Leave A Reply

Your email address will not be published.