ଅର୍ଚ୍ଚନା ନାଗ ମାମଲାରେ ସପ୍ତାହକ ମଧ୍ୟରେ ଇଡି ଜାଲରେ ପଡିଲେଣି ୧୫ଜଣ ବଡ଼ ମାଛ । ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତିକୁ ନେଇ ଇଡିର ଛାନଭିନ ।

0

Get real time updates directly on you device, subscribe now.

ବନ୍ଧୁଗଣ ଅର୍ଚ୍ଚନା ରାତିଏରେ ହାତୀଏ କମେଇବାର ଯୋଜନା କରୁଥିଲେ । ଆଉ ଯେଉଁଥିରେ ମୋହରା ସାଜୁଥିଲେ ବଡ ବଡ ରାଜନେତା, ଅଫିସର ଆଉ ବ୍ୟବସାୟୀ । ଏବେ କିନ୍ତୁ ଅର୍ଚ୍ଚନା ନାଗ ମାମାଲାରେ ଇଡି ନୋଟିସ କରିବା ପରେ ରାଜ୍ୟ ରାଜନୀତି ଜୋର୍ ଧରିଛି ।

ଏହି ମାମଲାରେ ବହୁତ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ରହିଥିବା ବିଜେପି କହିଛି।ଅନେକ ବଡ ବଡ ନେତା  ଓ ଆଇଏଏସ, ଆଇପିଏସ ଅଫିସର ଅର୍ଚ୍ଚନାର ନାଗ ଫାସରେ ଫଶିଛନ୍ତି । ଆଉ ଏବେ ଇଡି ତଦନ୍ତରେ ସବୁ କିଛି ଧାରା ପଡିଯିବ ବୋଲି ବିରୋଧୀ ଦଳର ନେତାମାନେ କହିଛନ୍ତି

ତେବେ ଏହି ଘଟଣାରେ ସମସ୍ତେ ଆଶା ପ୍ରକାଶ କରିଛନ୍ତି ଯେ ଚିଟଫଣ୍ତ ଭଳି ତଦନ୍ତ ନହେଉ ଇଡି ସଠିକ ଭାବେ ତଦନ୍ତ କରୁ । ଏଥିରେ ଅନେକ ବଡ ବଡିଆଙ୍କ ସମ୍ପୃକ୍ତି ରହିଛି । ଏହା ରାଜ୍ୟର ସବୁଠୁ ବଡ ସମ୍ବେଦନଶୀଳ ପ୍ରସଙ୍ଗ ।

ବିଧାନସଭାରେ ଏଭଳି ସେକ୍ସ ସ୍କଣ୍ତାଲ ଉପରେ ଆଲୋଚନା ହେବାର ଆବଶ୍ୟକତା ରହିଛି ବୋଲି ନରସିଂହ ମିଶ୍ର କହିଛନ୍ତି । ଏପଟେ  ବିଜେଡି କହିଛି ଯାହାକୁ ନୋଟିସ ହେବା କଥା ହେଉ ଏଥିରେ କିଛି ଅସୁବିଧା ନାହିଁ । ଯିଏ ଦୋଷ କରିଥିବା ସିଏ ଦଣ୍ତ ନିଶ୍ଚୟ ପାଇବ ।

ଅନ୍ୟପଟେ ଅର୍ଚ୍ଚନା-ଜଗବନ୍ଧୁ ବ୍ୟାଙ୍କ୍‌ କାରବାର ପେଡି ଖୋଲୁଛି ଇଡି । ଉଭୟଙ୍କ ଆକାଉଣ୍ଟରେ ଜମା ହୋଇଛି ଅଢେଇ କୋଟିରୁ ଅଧିକ ଟଙ୍କା । ଇଡି ସ୍କାନରରେ ୧୫ ବ୍ୟକ୍ତି ରହିଛନ୍ତି । ଏହାକୁ ନେଇ କୁହାଯାଉଛି ଯେ ସପ୍ତାହ ମଧ୍ୟରେ ଇଡି ଜାଲରେ ପଡ଼ିଛନ୍ତି ୧୫ ବଡ଼ ମାଛ

ତେବେ ଚାନ୍ଦ ଦମ୍ପତିଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନର ଖୋଳତାଳ କରିବା ଭିତରେ ଅଢେଇ କୋଟିରୁ ଅଧିକ ଟଙ୍କା ଏମାନଙ୍କ ପାଖକୁ ବାହାର ସୋର୍ସରୁ ଆସିଥିବା ଜାଣିବାକୁ ପାଇଛି ଇଡି । କେଉଁ କେଉଁ ଆକାଉଣ୍ଟରୁ କିଏ ଓ଼ କାହିଁକି ଏ ଟଙ୍କା ଡିପୋଜିଟ କରିଛି ତାହାର ତଥ୍ୟ ଜାଣିବା ପାଇଁ ବ୍ୟାଙ୍କର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ବିଭାଗ ।

ଏହାରି ଭିତରେ ପୋଲିସକୁ ଅର୍ଚ୍ଚନା ମାମଲାରେ ସିଜର ଲିଷ୍ଟ ମାଗିଛି ଇଡି । ସେପଟେ ଅନ୍ୟତମ ଅଭିଯୁକ୍ତ ଖଗେଶ୍ୱରର ୧୦ ଦିନିଆ ରିମାଣ୍ଡ ଆଜି ଶେଷ ହେବା ପରେ କୋର୍ଟରେ ହଜାର କରିଛି ଇଡି । ଜେରା ବେଳେ ଖଗେଶ୍ୱର ଇଡିକୁ ସହଯୋଗ କରୁ ନଥିବାରୁ ଆଉ ୫ ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଇଡି ଆବେଦନ କରିବା ନେଇ ଜଣାପଡ଼ିଛି ।

Leave A Reply

Your email address will not be published.