ପାକିସ୍ତାନୀ ଅଭିନେତ୍ରୀଙ୍କ ଘୃଣ୍ୟ ଚିନ୍ତାଧାରା, କହିଲେ – ଯଦି ଇଣ୍ଡିଆକୁ ହରାଇବ ତେବେ ଜିମ୍ବାୱେ ବାଲା ସହ ବିବାହ କରିବି
ପାକିସ୍ତାନୀ କେବେ ବି ନିଜ ବ୍ଯବହାରରୁ ବଞ୍ଚିତ ହୁଅନ୍ତି ନାହିଁ । ସେ ପାକିସ୍ତାନର ନେତା ହୋଇଥାଉ, କ୍ରିକେଟର ହେଉ କିମ୍ବା ଫିଲ୍ମ କଳାକାର ହେଉ ସମସ୍ତେ ଭାରତ ବିରୋଧରେ ଖରାପ କଥା କହିଥାନ୍ତି । ଅନେକଥର ପାକିସ୍ତାନ ଭାରତ ବିରୋଧରେ ବହୁତ୍ ଘୃଣ୍ୟ କାମ କରନ୍ତି । ନିକଟରେ ଏପରି କିଛି ପାକିସ୍ତାନର ଜଣେ ଅଭିନେତ୍ରୀ କରିଛନ୍ତି, କିନ୍ତୁ ସେ ବହୁତ୍ ଟ୍ରୋଲ ହେଉଛି ।
କଥାଟି ହେଉଛି ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରିଙ୍କ ବିଷୟରେ । ସେ ନିକଟରେ ଗୋଟିଏ ଟୁଇଟ କରିଛନ୍ତି, ଯାହା ବହୁତ୍ ଚର୍ଚ୍ଚାରେ ରହିଛି । ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରି ଟୁଇଟ କରି T-20 ବିଶ୍ୱକପ 2022 ରେ ଭାରତ ହାରିଯାଉ ବୋଲି କାମନା କରିଛନ୍ତି । ତାହା ପୁଣି ସେହି ଟିମ୍ ବିରୋଧରେ, ଯାହା ବିରୋଧରେ ପାକିସ୍ତାନ ନିଜେ ଏହି ବିଶ୍ୱକପରେ ହାରି ସାରିଛି ଏବଂ ଏହି ହାରିବା ଉପରେ ପାକିସ୍ତାନୀ କ୍ରିକେଟ ଟିମର ଖୁବ୍ ମଜାକ ଉଡା ଯାଇଥିଲା ।
ଆପଣଙ୍କୁ ଜଣାଇ ରଖୁଛୁ ଯେ ଭାରତୀୟ ଟିମ୍ ଏହି ବିଶ୍ୱକପ ରେ ବର୍ତ୍ତମାନ ସୁଦ୍ଧା ନିଜର ଚାରୋଟି ମ୍ୟାଚ୍ ଖେଳି ସାରିଛି । ଟିମକୁ ଚାରୋଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ହାର ଏବଂ ତିନୋଟି ମ୍ୟାଚରେ ଜିତ୍ ମିଳିଛି । ଭାରତର ପରବର୍ତ୍ତୀ ମ୍ୟାଚ୍ ଜିମ୍ବାୱେ ଭଳି ଦୁର୍ବଳ ଟିମ୍ ବିପକ୍ଷରେ ଅଛି । ଭାରତୀୟ ପ୍ରଶଂସକ ଏବଂ ଭାରତର ସମ୍ପୂର୍ଣ୍ଣ ଆଶା ରହିଛି ଯେ ଭାରତ ଜିମ୍ବାୱେକୁ ହରାଇ ସେମି ଫାଇନାଲରେ ସହଜରେ ଏଣ୍ଟ୍ରି ନେବ ।
କିନ୍ତୁ ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାରି ଏହା ମଧ୍ୟ କହିଦେଲେ ଯେ ଯଦି ଜିମ୍ବାୱେର ଟିମ୍ ଭାରତକୁ ହରାଇଦିଏ, ତେବେ ସେ ଜିମ୍ବାୱେର କୌଣସି ଯୁବକ ସହିତ ବିବାହ କରିନେବେ । ଏହି ଅଭିନେତ୍ରୀଙ୍କ ଟୁଇଟ ଏବେ ହେଡଲାଇନରେ ରହିଛି । ସେହର ଶିନୱାରି ଟୁଇଟ କରି ଲେଖିଛନ୍ତି ଯେ, ” ମୁଁ ଜିମ୍ବାୱେର ଯୁବକଙ୍କୁ ବିବାହ କରିବି, ଯଦି ତାଙ୍କ ଟିମ୍ ଚମତ୍କାର ଢଙ୍ଗରେ ଭାରତକୁ ପରବର୍ତ୍ତୀ ମ୍ୟାଚରେ ହରାଇ ଦେବ ।”
ୟୁଜର୍ସମାନେ ସେହରଙ୍କୁ ଖୁବ୍ ଶୋଧିଲେ :-
I'll marry a Zimbabwean guy, if their team miraculously beats India in next match 🙂
— Sehar Shinwari (@SeharShinwari) November 3, 2022


ଏହି ଟୁଇଟ ପରେ ଲୋକମାନେ ସେହରଙ୍କୁ ଖୁବ୍ ଗାଳି କରିଛନ୍ତି । ତାଙ୍କୁ ତାଙ୍କ ଏହି ମନ୍ତବ୍ୟ ପାଇଁ ବହୁତ୍ ଟ୍ରୋଲ୍ କରାଯାଉଛି । ଜଣେ ୟୁଜର ତାଙ୍କୁ ଟ୍ରୋଲ କରି ଲେଖିଛନ୍ତି ଯେ “ତାହେଲେ ତ ମତେ ଦୁଃଖ ଲାଗୁଛି, କାରଣ ଆପଣଙ୍କ ବିବାହ ହେବନାହିଁ ।”
ଆଉ ଜଣେ ଲେଖିଛନ୍ତି, ” କିନ୍ତୁ ଅସଲ କଥା ହେଉଛି ଯେ ଜିମ୍ବାୱେର କୌଣସି ଯୁବକ କଣ ଆପଣଙ୍କୁ ବିବାହ କରିବେ ?” ସେହିପରି ଆଉ ଜଣେ ୟୁଜର ଅଭିନେତ୍ରୀଙ୍କୁ କମେଣ୍ଟ କରିଛନ୍ତି ଯେ “ମତେ କାଇଁ ଲାଗୁନି ଯେ ଆପଣଙ୍କ ବିବାହ ହେବ, କାରଣ ଜିମ୍ବାୱେ ଭାରତକୁ ହରାଇ ପାରିବ ନାହିଁ । ତେବେ ଭାରତୀୟ ଏତେ ଖରାପ ନୁହଁନ୍ତି, ନିଜ ଚିନ୍ତାଧାରା ବଦଳାନ୍ତୁ ।”