ଚରିତ୍ର ସନ୍ଦେହରେ ପତ୍ନୀଙ୍କୁ ହତ୍ୟା କଲା ନିର୍ଦ୍ଦୟ ସ୍ବାମୀ । ଆଉ ମୃତ ସ୍ତ୍ରୀ ଶବ ସହ କାଟିଲା ଗୋଟିଏ ରାତି ।

0

Get real time updates directly on you device, subscribe now.

ସୂଚନାଯୋଗ୍ୟ ଯେ ୧୪ ବର୍ଷ କାଳ ଜେଲ୍‌ରେ ସଜା କାଟିବା ପରେ ବି ସ୍ବଭାବରେ କିଛି ପରିବର୍ତ୍ତନ ହେଲାନି । ଜେଲ୍‌ରୁ ବାହାରିବାର ୪ ମାସ ନଯାଉଣୁ ଚରିତ୍ରକୁ ସନ୍ଦେହ କରି ପତ୍ନୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଆମ୍ବଗଡ଼ିଆ ପଞ୍ଚାୟତ ପୁରୁଣାପାଣି ଗାଁରେ ସଂଘଟିତ ହୋଇଛି ଏହି ହତ୍ୟାକାଣ୍ଡ । ମୃତ ମହିଳା ହେଲେ ୫୫ ବର୍ଷୀୟା ବୈଶାଖୀ ସିଂ । ଏହାପରେ ଅଭିଯୁକ୍ତ ୬୫ ବର୍ଷୀୟ ଗୌରମୋହନଙ୍କୁ ପୁଲିସ ଗିରଫ କରିଛି ।

ତେବେ ବନ୍ଧୁଗଣ ମିଳିଥିବା ଖବର ଅନୁସାରେ ୨୦୦୬ ମସିହାରେ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ନିଜର ଜଣେ ସମ୍ପର୍କୀୟଙ୍କୁ ହତ୍ୟା କରିଥିଲେ ଗୌରମୋହନ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୪ ବର୍ଷ ଜେଲ୍‌ର କାଳ କୋଠରୀରେ ରହିବା ପରେ ଏଇମାତ୍ର ୪ ମାସ ତଳେ ଜେଲ୍‌ରୁ ମୁକୁଳିଥିଲେ । ପତ୍ନୀ ଓ ପରିବାର ଲୋକ ମଧ୍ୟ ତାଙ୍କୁ ସାଦରେ ଗ୍ରହଣ କରିଥିଲେ । ହେଲେ ଘରକୁ ଫେରିବା ପରେ ସେହି ପୁରୁଣା ଗଉଁ ତାଙ୍କର ଆରମ୍ଭ ହୋଇଥିଲା ।

ଏମିତିକି ବୃଦ୍ଧା ପତ୍ନୀଙ୍କ ଚରିତ୍ରକୁ ବି ସନ୍ଦେହ କରୁଥିଲେ ଗୌରମୋହନ । ସବୁଦିନ ପରି ଗତକାଲି ରାତିରେ ଗୌରମୋହନ ଓ ବୈଶାଖୀ ଏକତ୍ର ଗୋଟିଏ କୋଠରୀରେ ଶୋଇଥିବା ବେଳେ ରାତି ପ୍ରାୟ ୩ଟା ସମୟରେ ପତ୍ନୀଙ୍କ ମୁଣ୍ଡକୁ କୁରାଢ଼ିରେ ହାଣି ଦେଇଥିଲା ଗୌରମୋହନ । ପ୍ରବଳ ରକ୍ତସ୍ରାବ ଯୋଗୁ କିଛି ସମୟ ଛଟପଟ ହେବାପରେ ବୈଶାଖୀଙ୍କ ଶରୀର ନିଶ୍ଚଳ ହୋଇ ଯାଇଥିଲା । ତାଙ୍କ ମୃତ୍ୟୁ ପରେ ସେହି ବିଛଣା ଉପରେ ସକାଳ ଯାଏ ବସି ରହିଥିଲା ଅଭିଯୁକ୍ତ ।

ଅର୍ଥାତ୍ ସ୍ତ୍ରୀର ଶବ ସହ ଗୋଟାଏ ରାତି କଟାଇଥିଲା ଗୌରମୋହନ । ସାନପୁଅ କମଳାକାନ୍ତ ସକାଳେ କବାଟ ଖୋଲି ଏହି ଭୟାନକ ଦୃଶ୍ୟ ଦେଖି ହତଚକିତ ହୋଇଯିବା ସହ ପଡ଼ୋଶୀଙ୍କ ଜରିଆରେ ପୁଲିସକୁ ଖବର ଦେଇଥିଲେ । ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହିତ ରକ୍ତଭିଜା କୁରାଢ଼ି ଜବତ କରିଛନ୍ତି । ପୁଲିସ ଗୌରମୋହନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ନେଇ ପରିବାର ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.