କଳା ସାମ୍ରାଜ୍ୟ ର ରାଣୀ ମହୁମାଛି ଅର୍ଚ୍ଚନା କହିଲା ଯେ ସେ ବିନା ମେକ୍ଅପ୍ ରେ ବାହାରକୁ ଯିବ ନାହିଁ।ତାକୁ ମେକ୍ଅପ୍ କିଟ୍ ଦରକାର।

0

Get real time updates directly on you device, subscribe now.

ସତରେ ମଣିଷ ଜୀବନ ରେ କିଛି ନିର୍ଦ୍ଧିଷ୍ଟ ନାହିଁ।ଜୀବନ ରେ କେବେ କେମିତି କ’ଣ ହେବ ତାହା କେହି ଜାଣିନାହାନ୍ତି।ଆଜି ଖୁସି ଅଛି ତ କାଲି ଦୁଃଖ ନିଶ୍ଚୟ ଆସିବ।ଆଉ ଯଦି ଜଣେ ଖରାପ କାମ କରୁଛି ତ ସେ ତା’ର କର୍ମ ର ଫଳ ନିଶ୍ଚିତ ପାଇବ।ତେବେ ଏମିତି କିଛି ଅତ୍ୟନ୍ତ ଖରାପ କାମ କରି ଏବେ ଫସିଯାଇଛନ୍ତି କଳଙ୍କିନୀ ଅର୍ଚ୍ଚନା ନାଗ ଓ ତା’ର ଅଲଜ୍ୟା ସ୍ବାମୀ ଜଗବନ୍ଧୁ ଚାନ୍ଦ।

ରାଜଧାନୀ ରେ ସେକ୍ସ ରାକେଟ ଚଲାଇ ବଡ଼ ବଡ଼ ଲୋକ ମାନଙ୍କୁ ନିଜ ମାୟା ଜାଲ ରେ ପକାଇ ସେମାନଙ୍କୁ ବ୍ଲାକମେଲ୍ କରି କୋଟି କୋଟି ଟଙ୍କା ଅର୍ଜନ କରିଥିଲେ ଏହି ଦୁଇଜଣ।ସେମାନେ ଭାବିଥିଲେ ଯେ ସେମାନେ କେବେ ଧରା ପଡ଼ିବେ ନାହିଁ ବୋଲି ଓ ଏମିତି କଳା କାରନାମା ଚାଲୁ ରଖିବେ।କିନ୍ତୁ ସେମାନଙ୍କ ଭାବନା ଭୁଲ୍ ଥିଲା।ଜଣେ ଯୁବତୀଙ୍କ ଅଭିଯୋଗ କ୍ରମେ ଅର୍ଚ୍ଚନା କୁ ଗିରଫ କରି ଝାରପଡ଼ା ଜେଲ୍ ରେ ରଖିଥିଲା ପୋଲିସ୍।ଗିରଫ ପରେ ଧିରେ ଧିରେ ତାର କଳା ସାମ୍ରାଜ୍ୟ ର ଗୁମର ଖୋଲିଥିଲା।

ତେବେ ଆଜି ଅର୍ଚ୍ଚନା କୁ ଝାରପଡ଼ା ଜେଲ୍ ରୁ କୋର୍ଟ କୁ ଚାଲାଣ କରିଥିଲା ପୋଲିସ୍।ଆପଣ ମାନେ କ’ଣ ଭାବିଥିଲେ କହିଲେ ଯେ ଏତେ ଦିନ ଜେଲ୍ ରେ ରହିବା ପରେ ଅର୍ଚ୍ଚନା କେମିତି ଦେଖାଯାଉଥିବ।ଆପଣ ମାନେ ନିଶ୍ଚୟ ଭାବିଥିବେ ଯେ ଅର୍ଚ୍ଚନା ର ମୁହଁ ଶୁଖି କଳା କାଠ ପଡ଼ିଯାଇଥିବ,ତା’ର ଆଖି ତଳ କଳା ପଡ଼ିଯାଇଥିବ।କିନ୍ତୁ ଆପଣ ଙ୍କ ଭାବନା ସମ୍ପୂର୍ଣ୍ଣ ଭୁଲ୍।ଅର୍ଚ୍ଚନା ଫଟୋ ରେ ଯେମିତି ସୁନ୍ଦର ଦେଖାଯାଉଥିଲା,ସେଭଳି ଦେଖାଯାଉଛି ସେ ଆଜି ବି।ବିଶେଷ ସୂତ୍ର ରୁ ସୂଚନା ମିଳିଛି ଯେ,କୁଆଡେ ଅର୍ଚ୍ଚନା କହିଛି ଯେ ସେ ବିନା ମେକ୍ଅପ୍ ରେ ବାହାର କୁ ଯିବ ନାହିଁ।

ତାକୁ ମେକ୍ଅପ୍ କିଟ୍ ଦରକାର।ଅର୍ଚ୍ଚନା ଜେଲ୍ ରେ ରହି ମଧ୍ୟ ନିଜକୁ ମେନଟେନ୍ କରି ରଖିଛି।କୋର୍ଟ କୁ ଯିବା ସମୟ ରେ ସେ ମେକ୍ଅପ୍ ନେଇ ଆସିଛି।ତାକୁ ପ୍ରଶ୍ନ ପଚାରିବାରୁ ସେ ତା ନାମ ରେ ମିଛ କଥା ପ୍ରସାରଣ କରିବାକୁ ମନା କରିଛି ଓ କହିଛି ଯେ ତଦନ୍ତ ଚାଲିଛି ସତ କଥା ଜଣାପଡ଼ିବ।ତେବେ ଦେଖାଯାଉ ଏହି ମାମଲା ରେ ଆଉ କେଉଁ କେଉଁ ସତ୍ୟ ବାହାରକୁ ଆସୁଛି।

Leave A Reply

Your email address will not be published.