ଜେଲ ଭିତରେ ସ୍ବାମୀ ଜଗବନ୍ଧୁକୁ ଦେଖି କାନ୍ଦି ପକାଇଲେ ଅର୍ଚ୍ଚନା ନାଗ । ଆଉ କାନ୍ଦି କାନ୍ଦି ପିଇବାକୁ ପାଣି ମାଗିଲେ ଅର୍ଚ୍ଚନା

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯାହାଖବରରହିଛି ରବିବାର ସମୟ ଦିନ ୧୧ଟା ୧୫ରେ ଝାରପଡ଼ା ଜେଲ​ ଅଫିସରେ ବ୍ଲାକମେଲର୍ ଦମ୍ପତି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ପ୍ରାୟ ୨୦ ମିନିଟ୍‌ ଧରି ଜେଲ୍‌ ଅଫିସରେ ସ୍ୱାମୀ-ସ୍ତ୍ରୀ କଥାବାର୍ତ୍ତା ହୋଇଥିଲେ । ଜେଲ୍‌ ମାନୁଆଲ ଅନୁସାରେ ଜେଲ୍‌ ଅଧିକାରୀ, ପୁରୁଷ ୱାର୍ଡେନ ଓ ମହିଳା ୱାର୍ଡେନଙ୍କ ଉପସ୍ଥିତିରେ ଉଭୟ କଥାବାର୍ତ୍ତା ହୋଇଥିଲେ । ଜଗବନ୍ଧୁଙ୍କୁ ଦେଖି ଅର୍ଚ୍ଚନା କାନ୍ଦି ପକାଇଥିଲେ । ଆଉ ତାପରେ ପାଣି ପିଇବାକୁ ମଧ୍ୟ ମାଗିଥିଲେ । ପରସ୍ପରକୁ ଦେଖି ଦମ୍ପତି ଭାବବିହ୍ବଳ ହୋଇ ପଡ଼ିଥିଲେ ।

ଦେହ କେମିତି ଅଛି ବୋଲି ଅର୍ଚ୍ଚନା ପଚାରିଥିଲେ । ଜଗବନ୍ଧୁ କହିଥିଲେ, ଭଲ ଅଛି । କଥା କହିଲା ବେଳେ ଟିକେ କଷ୍ଟ ଅନୁଭବ କରୁଛି । ପୁଅ କେମିତି ଅଛି ଓ କାହା ପାଖରେ ଅଛି ବୋଲି ଅର୍ଚ୍ଚନା ପଚାରିଥିଲେ । ପୁଅ ଘରେ ମା’ ପାଖରେ ଅଛି, ଭଲ ଅଛି ବୋଲି ଜଗବନ୍ଧୁ କହିଥିଲେ ।ଓକିଲଙ୍କ ସହ କଥା ହୋଇଥିଲ, ହଁ, ମହାପାତ୍ର ବାବୁଙ୍କୁ କହିଛିି, ସେ ସେସନ୍ସ ଅଦାଲତରେ ଆବେଦନ କରିବେ କହିଛନ୍ତି । ତୁମ ଦେହ କେମିତି ଅଛି ବୋଲି ଜଗବନ୍ଧୁ ପଚାରିଥିଲେ, ଖାଇବା ଠିକ୍‌ଠାକ୍‌ କରୁଛ, ହଁ କହିଥିଲେ ଅର୍ଚ୍ଚନା ।

ପୁଲିସ ସବୁ ନେଇଯାଇଛି, ମୋବାଇଲ, ଡାଏରୀ, ପେନ୍‌ଡ୍ରାଇଭ ବି ନେଇଛି, ହଁ ଟିଭିରେ ଦେଖୁଥିଲି, କହିଥିଲେ ଅର୍ଚ୍ଚନା ।
ଜଗବନ୍ଧୁଙ୍କ ଡାଏରୀକୁ ନେଇ ସନ୍ଦେହ ଘନୀଭୂତ ହେଉଛି । ଡାଏରୀରେ କେଉଁମାନଙ୍କ ନାମ ରହିଛି, ସେ ନେଇ କମିସନରେଟ ପୁଲିସ ତଦନ୍ତ କରୁଛି । ଅର୍ଚ୍ଚନାଙ୍କ ପରି ଜଗବନ୍ଧୁଙ୍କ ଡାଏରୀ ଭିତରେ ମଧ୍ୟ ମାଳ ମାଳ ନେତା, ମନ୍ତ୍ରୀଙ୍କ ନାଁ ରହିଛି । ହେଭିୱେଟଙ୍କ ନାଁକୁ ଦେଖି ପୁଲିସ ଛାତି ଧଡ଼ଧଡ଼ ହେଉଛି । କିପରି ମାମଲା ପରିଚାଳନା କରିବ ସେ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ତଦନ୍ତକାରୀ ଦଳର ଗୁପ୍ତ ବୈଠକ ବସୁଛି ।

ସେପଟେ ନାଗ-ଫାଶରେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ସମେତ କମିସନରେଟ ପୁଲିସର କେତେକ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି, ତେବେ ସେହି ଅଫିସରମାନେ କିଏ ? ତାଙ୍କ ନାଁ ତଦନ୍ତ ଆଢ଼ୁଆଳରେ ରଖାଯାଇଛି କି? ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ମଧ୍ୟରେ କେହି ନୁହନ୍ତି ତ । ଏହଭଳି ବିଭିନ୍ନ ପ୍ରଶ୍ନ ଉଠୁଛି । ଯଦି ସେପରି କେହି ଅଧିକାରୀଙ୍କ ସମ୍ପୃକ୍ତି ରହିଥିବ, ତେବେ ଘଟଣା ଉପରୁ ପରଦା ହଟିବା କଷ୍ଟକର ବ୍ୟାପାର । ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ପରେ ଏବେ ଖଗେଶ୍ୱର ପାତ୍ର ଓରଫ ବାଇନକୁ ପୁଲିସ ଖୋଜୁଛି ।

Leave A Reply

Your email address will not be published.