ଜଗବନ୍ଧୁ ଚାଇନା ଝିଅକୁ ଓଡ଼ିଶା ଆଣୁଥିଲେ । ରାତିକୁ ୨ ଲକ୍ଷ ଡିମାଣ୍ଡ କରୁଥିଲେ ବ୍ୟବସାୟୀ ଓ ମନ୍ତ୍ରୀଙ୍କ ଠାରୁ । ଗିରଫ ପରେ ସତ ସାମ୍ନାକୁ ଆସିଲା

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଶେଷରେ ପୋଲିସ ହାତରେ ଲାଗିଛି ଜଗବନ୍ଧୁ ଚାନ୍ଦର ଡାଏରୀ । ତେବେ କଣ ଡାଏରୀ ଖୋଲିବ କି ଗୁମର ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଚାନ୍ଦକୁ କୋର୍ଟ ଚାଲାଣ କରାଯାଇଛି । ଅର୍ଚ୍ଚନା ନାଗ ମାମଲାରେ ଭୁବନେଶ୍ୱର ଡିସିପିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି- ମାମଲାରେ ଯାହାର ବି ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ ।୬ରେ ଅର୍ଚ୍ଚନା ଗିରଫ ପରେ ଆଜି ଜଗବନ୍ଧୁଙ୍କୁ ଗିରଫ କରାଯାଇଛି ।

ଅର୍ଚ୍ଚନାଙ୍କ ଭଳି ଜଗବନ୍ଧୁଙ୍କ ନାଁରେ ବି ସମାନ ଅଭିଯୋଗ ରହିଥିଲା । ପୀଡ଼ିତାକୁ ଡରାଇବା, ବ୍ଲାକମେଲିଂ, ଦାଦାବଟି ଅଭିଯୋଗ ଥିଲା । ଫଟୋ ଭାଇରାଲ କରିବା ନେଇ ବି ଅଭିଯୋଗ ରହିଥିଲା । ଜଗବନ୍ଧୁଙ୍କ ସଂପୃକ୍ତି ନେଇ ଠୋସ୍ ପ୍ରମାଣ ପରେ ତାଙ୍କୁ ଗିରଫ କରାଯାଇଛି । ଘଟଣାରେ ଯାହାର ବି ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ । ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ ହୋଇଛି । ଆବଶ୍ୟକ ହେଲେ ଉଭୟଙ୍କୁ ରିମାଣ୍ଡରେ ଆଣିବୁ ବୋଲି ଡିସିପି କହିଛନ୍ତି ।ଅନ୍ୟପକ୍ଷରେ ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରର ଖୋଳତାଡ଼ ଚାଲିଛି । କେଉଁଠୁ ଟଙ୍କା ଆଣୁଥିଲେ ଆଉ କାହାକୁ ଦେଉଥିଲେ ସେସବୁର ତଦନ୍ତ ମଧ୍ୟ ଚାଲିଛି ।

ସେପଟେ ଗିରଫ ପରେ ଜଗବନ୍ଧୁର ଜାମିନ୍ ଆବେଦନ ଖାରଜ ହେବାରୁ ତାକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା ଫାଶରେ ଯେତିକି ଫସିଛନ୍ତି, ତା ଭିତରେ ଅଛନ୍ତି ୨୫ରୁ ଅଧିକ ନେତା । ଆଉ ଯେଉଁ ୧୮ ବିଧାୟକ ଅଛନ୍ତି, ସେଥିରୁ ଅଧିକାଂଶ ବିଜେଡିର ବୋଲି ଚର୍ଚ୍ଚା ହେଉଛି । ଅର୍ଚ୍ଚନା-ଜଗବନ୍ଧୁ ଉଭୟେ ନିଜକୁ ବିଜେଡ଼ି ସଦସ୍ୟ ବୋଲି ବି ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଦର୍ଶାଇଛନ୍ତି ।

ତେଣେ କଳାହାଣ୍ଡିରୁ କ୍ୟାପିଟାଲ୍ ଯାଏଁ ଲମ୍ବିଥିବା ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ ବୋଲି ଚର୍ଚ୍ଚା ହେଉଥିବା ଏହି ମାମଲାରେ ପୋଲିସ ତଦନ୍ତର ଗତିକୁ ନେଇ ହୁଲସ୍ତୁଲ୍ ରାଜ୍ୟ ରାଜନୀତି । ଏସବୁ ମଧ୍ୟରେ ଆଉ ଏକ ତଥ୍ୟ ସମ୍ନାକୁ ଆସିଛି ଯେ କେବଳ ଓଡ଼ିଶା ନୁହେଁ ଚାଇନା ସହିତ ଅନ୍ୟ ଦେଶ ମାନଙ୍କରୁ ସୁନ୍ଦରୀ ସୁନ୍ଦରୀ ଝିଅଙ୍କୁ ମଗାଉଥିଲେ ଜଗବନ୍ଧୁ । ଏବଂ ରାତି ପିଛା ନେତା ମନ୍ତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲେ । ତେବେ ଜଗବନ୍ଧୁ ଗିରଫ ହେବା ପରେ ତାଙ୍କଠାରୁ ଜବତ ହୋଇଥିବା ଲାପଟପ୍ ଏବଂ ପେନ୍ଡ୍ରାଇଭରୁ ଏସବୁ ସାମ୍ନାକୁ ଆସିଛି । ଆଗକୁ ତଦନ୍ତ ପରେ ଆହୁରି ରୋଚକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା । ପ୍ରାୟ ୫ବର୍ଷ ଧରି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁଙ୍କର ଏହି କଳା ସାମ୍ରାଜ୍ୟର ଫର୍ଦାଫାସ୍ ।

Leave A Reply

Your email address will not be published.