ବର୍ତ୍ତମାନ୍ ହାଇକୋର୍ଟର ନିଷ୍ପତ୍ତି ଅନୁଯାୟୀ, ଦୁହିଁଙ୍କ ପ୍ରେମରେ କୌଣସି ତୃତୀୟ ବ୍ୟକ୍ତି ପଶିପାରିବେ ନାହିଁ । ଜୀବନ ସାଥି ହେଉ କିମ୍ବା ପ୍ରେମ ସମ୍ବନ୍ଧ, ବୈବାହିକ ଜୀବନରେ ହେଉ କିମ୍ବା ବ୍ୟକ୍ତିଗତ ଅନ୍ତରଙ୍ଗ ଇଚ୍ଛା, ଦୁହିଁଙ୍କ ମାନବୀୟ ସମ୍ପର୍କରେ କେହି ହସ୍ତକ୍ଷେପ କରିପାରିବେ ନାହିଁ । ପ୍ରେମ ସମ୍ପର୍କରେ ତୃତୀୟ ବ୍ୟକ୍ତିର ହସ୍ତକ୍ଷେପକୁ ନେଇ ଆଲାହାବାଦ ହାଇ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
କୋର୍ଟ କହିବା ଅନୁଯାୟୀ, ଜୀବନସାଥି ଚୟନ, ସମ୍ପର୍କ କିମ୍ବା ପ୍ରେମ ସମ୍ବନ୍ଧ ଅବା ବ୍ୟକ୍ତିଗତ ଅନ୍ତରଙ୍ଗ ଇଛା ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ମାନବୀୟ ସମ୍ପର୍କ ମଧ୍ୟରେ କୌଣସି ବାହାର ବ୍ୟକ୍ତି ହସ୍ତକ୍ଷେପ କରିପାରିବେ ନାହିଁ । ଆଜ୍ଞା ହଁ, କୋର୍ଟକୁ ଏଭଳି କିଛି ମାମଲା ଆସିଥିଲା । ଯାହା ପରେ ଜର୍ଜ ଏପରି କିଛି ବିଚାର କରିଛନ୍ତି ।
ତେବେ ହାଇକୋର୍ଟ କହିଛନ୍ତି ଯେ ଦୁଇଜଣ ସାବାଳକ ବ୍ୟକ୍ତି ଜୀବନରେ ହସ୍ତକ୍ଷେପ କରିବାର କାହାରି ଅଧିକାର ନାହିଁ । ସନ୍ଦୀପ କୁମାର୍ ଓ ଅନ୍ୟମାନଙ୍କ ଆବେଦନ ଉପରେ ହାଇକୋର୍ଟର ଏକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି । ବାସ୍ତବରେ ବାଘପତର ବାସିନ୍ଦା ସନ୍ଦୀପ କୁମାରଙ୍କ ସ୍ତ୍ରୀକୁ ତାଙ୍କ ବାପଘରେ ବନ୍ଦି କରି ରଖିଥିବା ଅଭିଯୋଗ କରିଥିଲେ । ସ୍ତ୍ରୀଙ୍କ ପରିବାର ସଦସ୍ୟ ଉକ୍ତ ଯୁବକଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।
ଯୁବକ ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ କୋର୍ଟ ଉକ୍ତ ଝିଅଙ୍କୁ ଡ଼କାଇଥିଲେ । କୋର୍ଟରେ ହାଜର ହୋଇଥିବା ମହିଳା କହିଥିଲେ ଯେ ସେ ତାଙ୍କ ସ୍ବାମୀଙ୍କ ସହ ରହିବାକୁ ଚାହୁଁଛନ୍ତି, ଆଉ ଯୁବତୀଙ୍କ ବିବୃତ୍ତି ପରେ କୋର୍ଟ ଆବେଦନକାରୀଙ୍କୁ ତାଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି । ଏହାସହିତ ପରିବାର ସଦସ୍ୟ ଉଭୟଙ୍କ ଜୀବନରେ କୌଣସି ପ୍ରକାରର ହସ୍ତକ୍ଷେପ କରିବାକୁ ବାରଣ କରିଛନ୍ତି ।
କୁହାଯାଇଛି ଯେ ଉଭୟ ଯୁବକ ଯୁବତୀ ପରସ୍ପରକୁ ଭଲ ପାଉଛନ୍ତି ଏବଂ ଉଭୟ ବିବାହ ମଧ୍ୟ କରିଛନ୍ତି । ପରିବାର ସେମାନଙ୍କୁ ଏକାଠି ରହିବାକୁ ଦେଉନାହାନ୍ତି । ଏହି ସମ୍ପର୍କରେ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଆବେଦନକାରି ଯୁବକ କହିଛନ୍ତି ଯେ ଉଭୟ ଝିଅ ଓ ପୁଅ ସାବାଳକ, ସେମାନେ ଦୁହେଁ ଏକାଠି ରହିବାକୁ ଚାହୁଁଛନ୍ତି କିନ୍ତୁ ପରିବାର ଏହା କରିବାକୁ ଦେଉନାହାନ୍ତି । ଆଉ କୋର୍ଟ ବନ୍ଦୀ ପ୍ରତିଖିକରଣ ଆବେଦନକୁ ସ୍ବୀକାର କରି ପତ୍ନୀଙ୍କୁ ତାଙ୍କ ସହମତି ପରେ ସ୍ଵାମୀଙ୍କ ସହ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।