ଏପରି କିଛି ମହିଳା ଥାଆନ୍ତି ଯେଉଁମାନେ ପୁରୁଷଙ୍କୁ ଜଲଦି ଜଲଦିରେ ଦୌଡାଇବାକୁ ଚେଷ୍ଟା କରନ୍ତି । ପୁରୁଷମାନେ ଥରେ ଦୌଡିବା ଆରମ୍ଭ କଲେ ମହିଳାମାନେ ତାଙ୍କୁ ଆହୁରି ଜୋରରେ ଦୌଡାଇଥାଆନ୍ତି । ଆଉ ଯେତେବେଳେ ପୁରୁଷଟି ଦୌଡିବା ଆରମ୍ଭ କରେ ସେତେବେଳେ କୌଣସି ଏକ ମୁହୂର୍ତ୍ତର ସୁଯୋଗ ନେଇ ତାଙ୍କୁ ଏମିତି ପାନେ ଦିଅନ୍ତି ଯେ ପୁରୁଷଟି ଉଠି ପାରେନାହିଁ ।
ଆପଣମାନେ ଅର୍ଚ୍ଚନାଙ୍କୁ ତ ଭଲ ଭାବେ ଜାଣିଛନ୍ତି, କିନ୍ତୁ ଆମେ ଆପଣଙ୍କୁ ଆଉ ଜଣେ ମହିଳାଙ୍କ ବିଷୟରେ କହିବୁ, ଯାହାଙ୍କ ନାମ ହେଉଛି ଖୁସବୁ । ଖୁସବୁ ଏପରି ଜଣେ ମହିଳା ଯିଏକି 200 ରୁ ଅଧିକ ପୁରୁଷ ଲୋକଙ୍କୁ ଠକିଛନ୍ତି । ଆଉ ତାଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ସାରିଛନ୍ତି । ଇଏ ହେଉଛନ୍ତି ଏପରି ଜଣେ କନଆର୍ଟିଷ୍ଟ୍, ଯାହାଙ୍କ ନାମରେ ଇଣ୍ଡିଆରେ ବହୁତ୍ ବଡ ବଡ଼ କେସ ଅଛି । କେତେବେଳେ ନିଜକୁ ଜଣେ ଓକିଲ ତ ଆଉ କେତେବେଳେ ଆଇଏଏସ ଅଫିସର୍ କହି ପରିଚୟ ଦିଅନ୍ତି, ଆଉ କୋଟି କୋଟି ଟଙ୍କା ଠକି ନିଅନ୍ତି ।
ଥରେ ସେ ଜଣେ ବ୍ୟକ୍ତିଙ୍କୁ ଲିଫ୍ଟ ମାଗି ତାଙ୍କ କାରରେ ବସିଲେ ଏବଂ ତାଙ୍କ ସହ କଥାବାର୍ତ୍ତା କରିବା ଆଳରେ ଗୋଟିଏ ଇଣ୍ଟିମାସି ବଢାଇଲେ । ଆଉ ଯେତେବେଳେ ସେ ଜାଣିଲେ ଯେ ପୁରୁଷ ଜଣକ ତାଙ୍କ ପ୍ରତି ଆକର୍ଷିତ ହେଉଛନ୍ତି, ସେତେବେଳେ କହିଲେ ଯଦି ତୁମେ ମୋ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛ, ତେବେ ଦୋକାନକୁ ଯାଇ କିଛି କଣ୍ଡୋମ୍ ନେଇଆସ । ଆଉ ଏହାପରେ ସେ କାରରେ ଅପେକ୍ଷା କରି ରହିଲେ । ତାପରେ ବ୍ୟକ୍ତିଜଣକ ଯେତେବେଳେ କାରରୁ ବାହାରି କଣ୍ଡୋମ୍ କିଣିବା ପାଇଁ ଦୋକାନକୁ ଗଲେ, ସେତେବେଳେ ଏହି ମହିଳା କାର ନେଇ ଚମ୍ପଟ ମାରିଥିଲେ ।
ତେବେ ଆମ ଦେଶରେ ଅର୍ଚ୍ଚନା ନାଗଙ୍କ ଭଳି ଅନେକସାରା ମାଳ ମାଳ କେସ ରହିଛି । ଯେବେଠୁ ଅର୍ଚ୍ଚନାଙ୍କ କେସ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେଲାଣି, ତାଙ୍କୁ ଅନେକ ପ୍ରଶଂସା କରିବା ସହିତ ଅନେକ ଲୋକ ତାଙ୍କୁ ନିନ୍ଦା ମଧ୍ୟ କରୁଛନ୍ତି । ତେବେ କଣ ଅର୍ଚ୍ଚନା ଭଳି କେବଳ ଜଣେ ଯୁବତୀ ଅଛନ୍ତି ? ତେବେ ଆମେ କହିବୁ ଯେ କେବଳ ଆମ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଏପରି ଅନେକ ମହିଳା ଓ ଯୁବତୀ ଅଛନ୍ତି, ଯେଉଁମାନେ ନିଜ କଥାରେ ଫସାଇ ଲୋକଙ୍କଠାରୁ ଅନେକ ଟଙ୍କା ଲୁଟୁଛନ୍ତି ।