କେଦାରନାଥ ଠାରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ପାଇଲଟ୍ ଅନୀଲ୍ ସିଂହ ମୃତ୍ୟୁ ପୂର୍ବରୁ ତାଙ୍କ ପତ୍ନୀଙ୍କୁ କହିଥିଲେ ତାଙ୍କ ଶେଷ ଇଚ୍ଛା।

0

Get real time updates directly on you device, subscribe now.

ଏ ଦୁନିଆ ରେ ବିଭିନ୍ନ ପ୍ରକାର ଘଟଣା ପ୍ରତିଦିନ ଘଟୁଛି।କେତେକ ଘଟଣା ଲୋକ ଲୋଚନ କୁ ଆସେ ତ କିଛି ଘଟଣା ସେମିତି ରହିଯାଏ।ଏମିତି କିଛି ଘଟଣା ସାମ୍ନା କୁ ଆସିଛି ଯେଉଁଠି ଜଣେ ବାପା ତାଙ୍କର ମୃତ୍ୟୁ ସମୟ ପୂର୍ବ ରୁ ଝିଅ ପାଇଁ ଦେଇଛି ଶେଷ ସମ୍ବାଦ।ଖରାପ ପାଣିପାଗ କାରଣରୁ ମଙ୍ଗଳବାର ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର କ୍ରାସ୍ କରିଯାଇଥିଲା ।

ଏହି ଦୁର୍ଘଟଣାରେ ପାଇଲଟ୍ ଅନୀଲ ସିଂହଙ୍କ ସମେତ ୭ ଜଣ ଲୋକ ଆଖି ବୁଜିଥିଲେ । ତେବେ ହେଲିକପ୍ଟରଟି କେଦାରନାଥ ମନ୍ଦିରରୁ ଯାତ୍ରୀଙ୍କୁ ନେଇ ଗୁପ୍ତକାଶୀ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ । ତେବେ ଏହି ଘଟଣାରେ ପାଇଲଟ ଅନୀଲ୍ ସିଂହଙ୍କ ତାଙ୍କ ପତ୍ନୀଙ୍କ ସହ ହୋଇଥିବା ଶେଷ କଥାବାର୍ତ୍ତା ସାମ୍ନାକୁ ଆସିଛି ।

୫୭ ବର୍ଷୀୟ ଅନୀଲ୍ ସିଂହ ଦୀର୍ଘ ଦିନ ଧରି ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ରହୁଥିଲେ । ତାଙ୍କ ପତ୍ନୀ ଶିରୀନ ଅନିନ୍ଦିତା ଓ ଝିଅ ଫିରୋଜା ସିଂହ ସହ ସେ ସେଠାରେ ରହୁଥିଲେ । ମୃତ୍ୟୁ ପୂର୍ବ ରୁ ଅନୀଲ୍ ତାଙ୍କ ପତ୍ନୀଙ୍କ ସହ ଶେଷ ଥର ପାଇଁ କଥା ହେଉଥିବା ବେଳେ ତାଙ୍କ ଝିଅ ଦେହ ଖରାପ ଥିବାର ସୂଚନା ଦେଇଥିଲେ ତାଙ୍କ ପତ୍ନୀ।ତାଙ୍କ ପତ୍ନୀ ଜଣେ ଫିଲ୍ମ ଲେଖିକା ଅଟନ୍ତି।ଅନ୍ୟପଟେ ମିଳିଥିବା ସୂଚନା ମୁତାବକ, ଅନୀଲ୍ ସିଂହଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀରେ ହେବ । ଏଥିପାଇଁ ତାଙ୍କ ପତ୍ନୀ ଓ ଝିଅ ମୁମ୍ବାଇରୁ ଦିଲ୍ଲୀ ଯିବେ ।

ତେବେ ଅନୀଲ୍ ଙ୍କ ଏପରି ଅଚାନକ ଦେହାନ୍ତ ଓ ଏହି ଦୁର୍ଘଟଣା ନେଇ କୌଣସି ଅଭିଯୋଗ କରିନାହାନ୍ତି ତାଙ୍କ ପତ୍ନୀ । ତାଙ୍କ କହିବା ମୁତାବକ ଉତ୍ତରାଖଣ୍ଡରେ ଏପରି ଖରାପ ପାଣିପାଗ ଦେଖିବାକୁ ମିଳିଥାଏ ।ତେବେ ଗତକାଲି ହୋଇଥିବା ହେଲିକପ୍ଟର ଦୁର୍ଘଟଣା ରେ ପାଇଲଟ୍ ଙ୍କ ସମେତ ୭ ଜଣ ପ୍ରାଣ ହରାଇଥିଲେ । ଯେଉଁଥିରେ ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି ।

Leave A Reply

Your email address will not be published.