ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟ ସରକାର ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ନୂଆ ଯୋଜନା ଲାଗୁ କରିବାରେ ଲାଗିଛନ୍ତି।ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ୩୮ ଲକ୍ଷ ହିତାଧିକାରୀଙ୍କୁ ପ୍ରତିବର୍ଷ ଦୁଇଟି ସିଲିଣ୍ଡର ମାଗଣାରେ ଦେବାକୁ ଘୋଷଣା କରିଛନ୍ତି ।ଏହି କ୍ରମରେ ରାଜ୍ୟ ସରକାର ଗୁଜୁରାଟର ଲୋକଙ୍କୁ ଦୀପାବଳୀର ଏକ ବଡ଼ ଉପହାର ଦେଇଛନ୍ତି । ସରକାର ବର୍ତ୍ତମାନ ସାଧାରଣ ଜନତାଙ୍କୁ ପ୍ରତିବର୍ଷ ୨ଟି ମାଗଣା LPG ରନ୍ଧନ ଗ୍ୟାସ ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି ।
ଏହାସହ ଗୁଜୁରାଟ ସରକାର CNG ଓ PNG ଉପରେ ଭ୍ୟାଟ୍ ମଧ୍ୟ ହ୍ରାସ କରିଛନ୍ତି । ଶିକ୍ଷା ମନ୍ତ୍ରୀ ଜିତୁ ଭଘାନି ଏହା ଘୋଷଣା କରିଛନ୍ତି । ଦୀପାବଳୀ ପୂର୍ବରୁ ଗୁଜୁରାଟ ସରକାର CNG ଓ PNG ଉପରେ ୧୦ ପ୍ରତିଶତ ଭାଟ୍ ହ୍ରାସ କରିଛନ୍ତି । ଏହା ବ୍ୟତୀତ ସରକାର ଉଜ୍ଜ୍ୱଳା ଯୋଜନା ଅଧୀନରେ ୩୮ ଲକ୍ଷ ହିତାଧିକାରୀଙ୍କୁ ପ୍ରତିବର୍ଷ ଦୁଇଟି ସିଲିଣ୍ଡର ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ଭଘାନି କହିଛନ୍ତି ଯେ, ନାଗରିକ ଓ ଗୃହିଣୀମାନଙ୍କୁ ୧,୦୦୦ କୋଟି ଟଙ୍କାର ରିହାତି ମିଳିବ । ମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନା ପାଇଁ ରିଲିଫ ୬୫୦ କୋଟି ଟଙ୍କା ସ୍ଥିର କରାଯାଇଛି ।
ସୂଚନାନୁସାରେ, ସରକାର CNG ଓ PNG ଉପରେ ଭାଟ୍ ୧୦ ପ୍ରତିଶତ ହ୍ରାସ କରିଛନ୍ତି । ଅର୍ଥାତ୍ ବର୍ତ୍ତମାନ ନାଗରିକମାନେ କିଲୋଗ୍ରାମରେ ୬-୭ ଟଙ୍କାର ରିହାତି ପାଇବେ । ସେହିଭଳି ପିଏନଜିରେ କିଲୋଗ୍ରାମ ପିଛା ୫-୫.୫୦ ଟଙ୍କା ରିହାତି ମିଳିବାକୁ ଯାଉଛି।ଗୁଜୁରାଟରେ ରୋଷେଇ ଘରେ ବ୍ୟବହୃତ CNG ଓ PNG ଉପରେ ଭ୍ୟାଟ୍ ୧୫ ପ୍ରତିଶତ ଥିଲା । ଏହି ପରିବର୍ତ୍ତନ ପରେ ବର୍ତ୍ତମାନ ଭାଟ୍ ୬ ପ୍ରତିଶତକୁ ଖସି ଆସିଛି ।ଏହାକୁ ରାଜ୍ୟ ସରକାରଙ୍କ ଦୀପାବଳୀ ଉପହାର ବୋଲି ମଧ୍ୟ ମନେ କରନ୍ତି । ଗୁଜରାଟ ର ଲୋକମାନଙ୍କୁ ସରକାରଙ୍କର ଦୀପାବଳୀ ଭେଟି ସରକାର ଘୋଷଣା କରିଛନ୍ତି ,ଆଉ ଆଗକୁ ମିଧ୍ୟ ନିର୍ବାଚନ ଅଛି।
ଭଘାନୀ କହିଛନ୍ତି ଯେ,ଏହା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଉପକୃତ କରିବ । ପୂରା ରାଶି ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଜମା ହେବ । ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବର୍ତ୍ତମାନ ଅହମ୍ମଦାବାଦ ସହରରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୮୩.୯ ଟଙ୍କା ରହିଛି ।ଏହି ନିଷ୍ପତ୍ତିକୁ ଜନସାଧାରଣଙ୍କୁ ଆକର୍ଷିତ କରିବା ପାଇଁ ଏକ ପଦକ୍ଷେପ ବୋଲି କୁହାଯାଉଛି ।