Arrest Kohli… ବିରାଟ କୋହଲିଙ୍କୁ କରାଯାଉ ଗିରଫ, ସୋସିଆଲ ମିଡ଼ିଆରେ କାହିଁକି ଚାଲିଲା ଏହି ଟ୍ରେଣ୍ଡ ?
ଟିମ୍ ଇଣ୍ଡିଆର କ୍ୟାପଟେନ ରୋହିତ ଶର୍ମା ଏବଂ ପୂର୍ବତନ ଭାରତୀୟ କ୍ୟାପଟେନ ବିରାଟ କୋହଲି ଟିମ୍ ସହିତ ଆଜିକାଲି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି, ଯେଉଁଠାରେ T-20 ବିଶ୍ୱକପ୍ 2022 ଖେଳାଯାଉଛି । କିନ୍ତୁ ତାଙ୍କୁ ନେଇ ସୋସିଆଲ ମିଡିଆରେ କଣ ଟ୍ରେଣ୍ଡ ହେଉଛି, ଏ କଥା ବୋଧହୁଏ ଆପଣଙ୍କୁ ଅଜଣା ନଥିବ । କହିରଖୁଛୁ ଯେ ଏହି ସମୟରେ ଟୁଇଟରରେ ଆରେଷ୍ଟ କୋହଲି(#ArrestKohli) ଟ୍ରେଣ୍ଡ କରୁଛି ।
ଅଚାନକ ଆରେଷ୍ଟ କୋହଲି କାହିଁକି ଟ୍ରେଣ୍ଡ କରିବାକୁ ଲାଗିଲା, ଏହାକୁ ନେଇ ଫ୍ୟାନମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ବାସ୍ତବରେ ନିକଟରେ ତାମିଲନାଡୁରେ ବିରାଟ କୋହଲିଙ୍କ ଜଣେ ଫ୍ୟାନ ନିଜ ସାଙ୍ଗକୁ ହିଁ ହତ୍ୟା କରିଦେଇଥିଲା । ଏହି ମାମଲାରେ ପୋଲିସ ଅଭିଯୁକ୍ତଂକୁ ଗିରଫ ମଧ୍ୟ କରିଛି ।
Dear Virat Kohli , I request you to take care of your safety as the next target of your fans may be none other than you . #ArrestKohli #RohitSharma𓃵 pic.twitter.com/kXTxI0I8Kj
— कलम से क्रांति (@SauravK26437107) October 15, 2022
ଯୁକ୍ତିତର୍କ ସମୟରେ କୋହଲୀଙ୍କ ଫ୍ୟାନ କରିଦେଲା ହତ୍ୟା :-
କୁହାଯାଉଛି ଯେ ଦୁଇଜଣ ସାଙ୍ଗ ପି ବିଗ୍ନେସ ଏବଂ ଏସ ଧର୍ମରାଜଙ୍କ ମଧ୍ୟରେ ଏହି ବିବାଦ ହେଲା । ପି ବିଗ୍ନେସ ରୋହିତ ଶର୍ମା ଏବଂ ମୁମ୍ବାଇ ଇଣ୍ଡିଆନ୍ସ(MI)ର ପ୍ରଶଂସକ ଥିବାବେଳେ ଅଭିଯୁକ୍ତ ଏସ ଧର୍ମରାଜ ବିରାଟ କୋହଲି ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (RCB) ର ପ୍ରଶଂସକ ଅଟନ୍ତି । ଦୁହିଁଙ୍କ ମଧ୍ୟରେ କ୍ରିକେଟକୁ ନେଇ ଯୁକ୍ତିତର୍କ ହେଉଥିଲା । ଯାହା ପରେ ଅଭିଯୁକ୍ତ ଏସ ଧର୍ମରାଜ ପି ବିଗ୍ନେସଙ୍କୁ ବ୍ୟାଟ ଦ୍ଵାରା ପିଟି ପିଟି ହତ୍ୟା କରିଦେଲା ।
Chokli Fans ©ancer for our society 😞💔#Arrestkohli pic.twitter.com/UG4KpQLt8p
— ٰ (@mujxxhid) October 14, 2022
ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ କୋହଲି ଏବଂ ରୋହିତଙ୍କ ଫ୍ୟାନମାନେ ସାମ୍ନା ସାମ୍ନି ଆସିଗଲେ । ରୋହିତଙ୍କ ସପୋର୍ଟର ବିରାଟଙ୍କ ବିରୋଧରେ ଆରେଷ୍ଟ୍ କୋହଲି (#ArrestKohli) ଟ୍ରେଣ୍ଡ ଚଳାଇ ଦେଇଛନ୍ତି । ସେମାନେ ଲଗାତାର ଭାବେ କୋହଲି ତାଙ୍କ ଅଗ୍ରେଶନ ଏବଂ ତାଙ୍କ ଫ୍ୟାନମାନଙ୍କ ବ୍ୟବହାର ବିଷୟରେ ସମାଲୋଚନା କରିଛନ୍ତି । କିନ୍ତୁ ଏହା ମଧ୍ୟରେ କୋହଲିଙ୍କ ଫ୍ୟାନ ମଧ୍ୟ ସାମ୍ନାକୁ ଆସିଲେ ଏବଂ ଏମାନଙ୍କୁ ଜବାବ ଦେଲେ । କୋହଲିଙ୍କ ଫ୍ୟାନ ମାନେ ମଧ୍ୟ ଏହି ହ୍ୟାସଟ୍ୟାଗ ସହ ରୋହିତ ଏବଂ ଏହି ଟ୍ରେଣ୍ଡ ଚଳାଉଥିବା ତାଙ୍କ ଫ୍ୟାନମାନଙ୍କୁ ନେଇ ସମାଲୋଚନା କଲେ ।
#ArrestKohli
All Rohit fans are shameless bcuz .why are you trending this trend huh?
It's not done by kohli himself.know you limits and fck up pic.twitter.com/tbFWoB2nYn— Harshil vasava (@Harshilvasava5) October 15, 2022
“କୋହଲି ଜେଲରେ ରହିବା ଉଚିତ୍” :-
ରୋହିତଙ୍କ ସପୋର୍ଟରେ ଜଣେ ୟୁଜର କମେଣ୍ଟ କରିଛନ୍ତି, ‘ ଚୋକଲି ଫ୍ୟାନ ଆମ ସମାଜ ପାଇଁ କ୍ୟାନସର ଅଟନ୍ତି ।’ ସେହିପରି ଜଣେ ଅନ୍ୟ ୟୁଜର କୋହଲିଙ୍କ ବିରୋଧରେ ଟୁଇଟ କରି ଲେଖିଛନ୍ତି, ବର୍ତ୍ତମାନ ମଧ୍ୟ କୋହଲିଙ୍କ ଫ୍ୟାନ ସେହି ଅପରାଧୀକୁ ସୁରକ୍ଷା ଦେଉଛନ୍ତି । ଆଜି ମାନବିକତା ମରିଯାଇଛି ।’ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ବିରାଟ କୋହଲି ସବୁବେଳେ ଆକ୍ରମଣାତ୍ମକ ପଦ୍ଧତି ଆପଣାଇ ଥାଆନ୍ତି । ଏସବୁ ତାଙ୍କ ଫ୍ୟାନ ମଧ୍ୟ ଶିଖୁଛନ୍ତି ଏବଂ ଏବେ ଜଣେ ଅପରାଧୀ ଜଣେ ନିରୀହର ଜୀବନ ନେଇଯାଇଛି । ନିର୍ଲଜ୍ଜ ଲୋକ ମିମ କରୁଛନ୍ତି । କୋହଲିଙ୍କୁ ଜେଲରେ ରହିବା ଉଚିତ୍ ।’