ଯୁବତୀଙ୍କ ବୟଫ୍ରେଣ୍ଡକୁ ମାରିବା ପାଇଁ ବ୍ୟକ୍ତିଜଣକ ରଚିଲା ଭୟଙ୍କର କାଣ୍ଡ,ଗିଫ୍ଟରେ ପଠାଇଲା ବମ୍,ଆଉ ଡେଲିଭରି ହେବ ମାତ୍ରେ……ଜାଣନ୍ତୁ ପୁରା ଘଟଣା
ଏହି କାହାଣୀ ଲଭ ଟ୍ରାଙ୍ଗଲର ଅଟେ|ଯେଉଁଠାରେ ଜଣେ ବ୍ୟକ୍ତି ଯୁବତୀଙ୍କ ବୟଫ୍ରେଣ୍ଡକୁ ବମରେ ଉଡାଇବାକୁ ପ୍ଲାନ କଲା|ବ୍ୟକ୍ତି ଘରେ ବମ ତିଆରି କରି ପ୍ୟାକିଙ୍ଗ କଲା|ସାତ ଘଣ୍ଟା ଡ୍ରାଇଭ କରି ବୟଫ୍ରେଣ୍ଡ୍ ଘରେ ଡେଲିଭରି ପାଇଁ ପହଞ୍ଚିଲା|
ଯୁଵତୀଙ୍କ ବୟଫ୍ରେଣ୍ଡ୍ ଯେତେବେଳେ ଗିଫ୍ଟ ଖୋଲିଲା,ଫାଟିଗଲା|ଦୁର୍ଘଟଣାରେ ବୟଫ୍ରେଣ୍ଡ୍ ଗମ୍ଭୀର ଆହତ ହୋଇଥିଲେ|ଏଥିରେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଇଛି|
ଏବିସି ନ୍ୟୁଜ ଅନୁସାରେ ଦୋଷୀ ବ୍ୟକ୍ତିର ପରିଚୟ ୩୨ ବର୍ଷିୟା ଆଲେକଜାଣ୍ଡାର ମେକାୟ ରୂପେ ହୋଇଥିଲା|ସେ ଓହିୟୋ ରେ ରହୁଥିଲେ|ମେକାୟ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ|ଯୁବତୀ ସୋସିଆଲ କ୍ଲବ ଦ୍ୱାରା କିଛି ବର୍ଷରୁ ପରିଚିତ ଥିଲେ|ଯୁବତୀ ମେକାୟକୁ ଏକଥା ସ୍ପଷ୍ଟ କରିଦେଇଥିଲେ ଯେ ସେ ଆଉ ଜଣଙ୍କ ସହ ପ୍ରେମ କରୁଛି|ପୁଣି ମକାୟ ସେ ବ୍ୟକ୍ତିକୁ ଶେଷ କରିବାକୁ ପ୍ଲାନ ବନାଇଥିଲେ|
ଏହି ଘଟଣାକ୍ରମର ଆରମ୍ଭ ଅକ୍ଟୋବର ୨୦୨୦ରେ ହୋଇଥିଲା|ୟୁଏସ୍ ଆଟର୍ଣି ଅଫିସ କହିଲା ଯେ ମେକାୟ ହୋମମେଡ୍ ବମ ପ୍ରସ୍ତୁତ କରିଥିଲେ|ଏଥିପାଇଁ ସେ ବହୁ ଜାଗାରୁ ଵମ ବନାଇବା ସାମଗ୍ରୀ କିଣିଥିଲେ|ପୋଲିସ ଗୁଇନ୍ଦା ସଂସ୍ଥା ଯେପରି ଜାଣି ନପାରିବ ସେ ଅଲଗା ଅଲଗା ଜାଗାରୁ ଏହା କିଣିଥିଲେ|ଟଙ୍କା କ୍ୟାଶ ଦେଇଥିଲେ|
ଥରେ ଯେତେବେଳେ ବମ ବନିଗଲା ଏହାପରେ ଧଳା ରଙ୍ଗର ବାକ୍ସରେ ପ୍ୟାକ କରିଥିଲେ|୩୦ ଅକ୍ଟୋବର ୨୦୨୦ରେ ସେ ସାତ ଘଣ୍ଟା ଡ୍ରାଇଭ କରି ମେରିଲ୍ୟାଣ୍ଡ୍ର ର କରୋଲ କାଉଣ୍ଟ ପହଞ୍ଚିଲା|ସେଠାରେ ଯୁବତୀଙ୍କ ବୟଫ୍ରେଣ୍ଡ୍ ରହୁଥିଲେ|ଏହାପରେ ମେକାୟ ଗିଫ୍ଟ ବାକ୍ସକୁ ଯୁବତୀଙ୍କ ବୟଫ୍ରେଣ୍ଡ୍ ଘର ବାହାରେ ସକାଳେ ରଖିଥିଲେ|
ଏହି ମାମଲାରେ ଫେଡେରାଲ ଏଜେନ୍ସି ଯାଞ୍ଚ ଆରମ୍ଭ କରିଥିଲେ|୧୦ ମାର୍ଚ୍ଚ ୨୦୨୧ ଦିନ ମେକାୟ ଘରକୁ ଯାଞ୍ଚ ହେଲା|ତା ଘରୁ ବମ ବନାଇବା ସାମଗ୍ରୀ ଜବତ ହୋଇଥିଲା|ଆରମ୍ଭରେ ମେକାୟ ଏହି ଘଟଣା ସହ ସଂପୃକ୍ତ ବୋଲି ମନା କରିଥିଲେ କିନ୍ତୁ ପରେ ମାନିଗଲା|
ମେକାୟର ସଜା ଏଵେ ନିର୍ଧାରିତ ହୋଇନାହିଁ , କିନ୍ତୁ ବିସ୍ପୋରକ ସାମଗ୍ରୀ ଆଣିବା ଆରୋପରେ ୨୦ ବର୍ଷରୁ ଉର୍ଦ୍ଧ୍ବ ସଜା ହୋଇପାରେ|ନନ ରେଜିଷ୍ଟର୍ଡ ହତିଆର ଓ ବିସ୍ଫୋଟକ ରଖିବା ଆରୋପରେ ୧୦ ବରରଷରୁ ଉର୍ଦ୍ଧ୍ବ ସଜା ହୋଇପାରେ|