ଅର୍ଚ୍ଚନା ବରମୁଣ୍ଡାରେ ହିଁ ସେକ୍ସ ରାକେଟ ଭଳି ବିଶାଳ ସାମ୍ରାଜ୍ୟର ଶୁଭ ଦେଇଥିଲେ । ସବୁବେଳେ ବସର ଘୁଁ ଘାଁ ଶବ୍ଦ ଏବଂ କୋଳାହଳ ସ୍ଥାନ ହେଉଛି ବରମୁଣ୍ଡା । ଯେଉଁଠାରୁ ଅର୍ଚ୍ଚନା ନିଜର ପ୍ରଥମ ହନିଟ୍ରାପର ଇନିଂସ ଆରମ୍ଭ କରିଥିଲେ । ପାଖରେ ବସ ଷ୍ଟପ ଥିବାରୁ ଗରାଖ ଘରକୁ ଆସିବାପାଇଁ ସହଜ ହେଉଥିଲା । ତେବେ ବରମୁଣ୍ଡା ସ୍ଥିତ ଭଡ଼ା ଘରୁ ଆରମ୍ଭ ହୋଇଥିବା ହନିଟ୍ରାପକୁ ନେଇ ସାଂଘାତିକ ତଥ୍ୟ ପୋଲିସ ହାତରେ ଲାଗିଛି ।
ଅର୍ଚ୍ଚନାଙ୍କ କଳା କାରନାମାକୁ ଯଦି ଖୋଜିବା, ତେବେ ଆମକୁ କିଛି ବର୍ଷ ତଳକୁ ଯିବାକୁ ପଡିବ । ଏହା ହେଉଛି 2016 ମସିହା କଥା, ଯେତେବେଳେ ଅର୍ଚ୍ଚନା ଭୁବନେଶ୍ୱର ଆସି ଏକ ବିଉଟି ପାର୍ଲରରେ କାମ କରୁଥିଲେ । ଆଉ ଭୁବନେଶ୍ୱରରେ ରହିବାପାଇଁ ଏକ ଘର ଭଡ଼ା ଖୋଜୁଥିଲେ । କାରଣ ତାଙ୍କୁ ରାଜଧାନୀର ପାଣି ପବନ ବେସ ସୁହାଇଥିଲା । ସେ ବଡବଡିଆଙ୍କ ଜୀବନରେ ଖେଳ କରିବାକୁ ଚାହୁଁଥିଲେ । ଆଉ ଖେଳ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ ।
ତାପରେ ଯେକୌଣସି ପ୍ରକାରେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ସହ ଅର୍ଚ୍ଚନାଙ୍କର ଭେଟ ହୋଇଥିଲା । ପ୍ରଯୋଜକ ପ୍ରମୋଦ ଜଗମରା ସ୍ଥିତ ଘରେ ଭଡ଼ା ରହୁଥିଲେ ସ୍ବାମୀ ଜଗବନ୍ଧୁ ଏବଂ ଅର୍ଚ୍ଚନା । ହିରୋଇନ୍ ହେବାକୁ ମନ ବଳାଇଥିବା ଅର୍ଚ୍ଚନା ପାର୍ଲରରେ ଗୋରା ଚମଡା ଦେଖି ଗୋରା ହେବାକୁ ଇଚ୍ଛା କରିଥିଲେ । ଆଉ ଏହାପରେ ପ୍ରଯୋଜକଙ୍କ ସହାୟତାରେ ଲେଜର୍ ଚିକିତ୍ସା କରି ଗୋରା ମଧ୍ୟ ହୋଇଥିଲେ । ଗୋରା ହେବାପରେ ଅର୍ଚ୍ଚନା ପ୍ରମୋଦଙ୍କର ଅତି ନିକଟତର ହୋଇଥିଲେ ।
ତେବେ ପ୍ରଯୋଜକଙ୍କ ସହ ଜଣେ ହାସ୍ୟ ଅଭିନେତା ଭଲ ସମ୍ପର୍କ ରହିଥିଲା ଏବଂ ସେହିମାନଙ୍କ ଠାରୁ ଅର୍ଚ୍ଚନା ହନିଟ୍ରାପର ଗୋଟି ଚାଳନା ସିଖିଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ଆଉ ବରମୁଣ୍ଡାର ବିହାରରେ ଥିବା ପ୍ରମୋଦଙ୍କ ଘରୁ ଅର୍ଚ୍ଚନା ହନିଟ୍ରାପର ପ୍ରଥମ ଇନିଂସ ଆରମ୍ଭ କରିଥିଲେ ।
ଯଦି ଦେଖାଯାଏ 2017 ମସିହା ନଭେମ୍ବରରେ ମହିଳା ଥାନାରେ ପ୍ରମୋଦଙ୍କ ନାମରେ କାଷ୍ଟିଂ କାଉଚର ଅଭିଯୋଗ ହୋଇଥିଲା । ଅର୍ଚ୍ଚନାଙ୍କ ସହ ପ୍ରମୋଦ ମିଶିବାର ଠିକ୍ ଏକବର୍ଷ ପରେ ମହିଳା ଥାନା ପୋଲିସ ପ୍ରମୋଦଙ୍କ ନାମରେ ଆଇପିଶି ଦଫା 354 C, 323 C, 417, 506 ଏବଂ 509 ଲଗାଇଥିଲା । ସେତେବେଳେ ଚର୍ଚ୍ଚା ହେଉଥିଲା ଯେ ଅର୍ଚ୍ଚନା ହିଁ ପ୍ରମୋଦଙ୍କୁ ବ୍ଲାକମେଲ୍ କରିଥିଲେ ।