ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନକିଆ, ଖେଳିବେନି କୋହଲି-ରୋହିତ, ଅଧିନାୟକ ଶିଖର କରିବେ ଧମାଲ

0

Get real time updates directly on you device, subscribe now.

ଭାରତ ବନାମ ଦକ୍ଷିଣ ଆଫ୍ରିକା, ପ୍ରଥମ ଦିନକିଆ:-

ଭାରତୀୟ ଦଳ ନିଜର ଘରେ ଦକ୍ଷିଣ ଆଫ୍ରିକାକୁ ଟି-୨୦ ସିରିଜରେ ୨-୧ ରେ ହରାଇଲେ। ବର୍ତ୍ତମାନ ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନକିଆ ସିରିଜ ଖେଳିବ। ସିରିଜର ପ୍ରଥମ ମ୍ୟାଚ ଆଜି(୬ ଅକ୍ଟୋବର)ଲକ୍ଷ୍ନୌର ଇକାନା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।

ଏହି ମ୍ୟାଚ ଭାରତୀୟ ସମୟାନୁସାରେ ଦ୍ଵିପହର ୨:୩୦ ରୁ ଆରମ୍ଭ ହେବ। ଏହି ସିରିଜରେ ରେଗ୍ୟୁଲାର ଅଧିନାୟକ ରୋହିତ ଶର୍ମାଙ୍କୁ ଆରାମ ଦିଆଯାଇଛି। ତାଙ୍କ ସ୍ଥାନରେ ଶିଖର ଧାବନଙ୍କ କମାଣ ସମ୍ଭାଳନ୍ତି। ରୋହିତ ବର୍ତ୍ତମାନ ସିଧା ଟି-୨୦ ବିଶ୍ଵକପରେ ଖେଳିବ। ଯେତେବେଳେକି ଧାବନ ବିଶ୍ଵକପରୁ ବାଦ ପଡିଛନ୍ତି।

ରୋହିତ ଶର୍ମାଙ୍କ ବ୍ୟତୀତ ଦିନକିଆ ସିରିଜରେ ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ ସମେତ ଅନ୍ୟ ସିନିୟର ଖେଳାଳୀଙ୍କୁ ଆରମ ଦିଆଯାଇଛି। ଏତେ ସିନିୟରଙ୍କୁ ଆରମ ଦିଆଯିବା ପରେ ଶ୍ରେୟସ ଅୟରଙ୍କୁ ଉପ-ଅଧିନାୟକ ଦାୟିତ୍ଵ ଦିଆଯାଇଛି। ରୋହିତ ୦ କୋହଲିଙ୍କ ଅନୁପସ୍ଥିତିରେ ଧାବନଙ୍କ ନିକଟରେ ଧମାଲ ଦେଖାଇବାର ସୁଯୋଗ ଅଛି।

ଯୁବ ଖେଳାଳୀଙ୍କ କାନ୍ଧରେ ହେବ ଦାୟିତ୍ଵ:-

ସିନିୟର ଖେଳାଳୀଙ୍କୁ ଆରମ ମିଳିବା କାରଣରୁ ଏହି ସିରିଜରେ ଯୁବ ଖେଳାଳୀଙ୍କୁ ସୁଯୋଗ ମିଳିଛି। ଶୁଭମନ ଗିଲ ଓ ଋତୁରାଜ ଗାୟକୱାଡ ଦଳରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଯେତେବେଳେକି ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଶାହବାଜ ଅହମ୍ମଦ, ମୁକେଶ କୁମାରଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ସାଞ୍ଜୁ ସାମସନଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।

ଦୀପକ-ଶ୍ରେୟସ ସିରିଜ ପରେ ଅଷ୍ଟ୍ରେଲିଆ ଯିବେ:-

ପ୍ରଥମ ଦିନକିଆ ମ୍ଯାଚ ପାଇଁ ଭାରତୀୟ ଦଳ ଲକ୍ଷ୍ନୌ ପହଞ୍ଚିବେ। ଓ ଖେଳାଳି ବହୁତ ପରିଶ୍ରମ ମଧ୍ୟ କରିଛନ୍ତି। ଏହି ଦିନକିଆ ସିରିଜରେ ଦୃତ ବୋଲର ଦୀପକ ଚହର ଓ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ମଧ୍ୟ ଖେଳୁଥିବାର ନଜର ଆସିବେ। ତାଙ୍କୁ ଟି-୨୦ ବିଶ୍ଵକପରେ ଷ୍ଟାଣ୍ଡବାଏରେ ରଖାଯାଇଛି। ଶ୍ରେୟସଙ୍କୁ ଅଧିନାୟକତ୍ଵ ଦାୟିତ୍ଵ ଦିଆଯାଇଛି। ସିରିଜ ପରେ ଦୁଇଜଣ ଖେଳାଳି ଅଷ୍ଟ୍ରେଲିଆ ଯିବେ।

ଦିନକିଆ ସିରିଜ ପାଇଁ ଭରତ ଓ ଦକ୍ଷିଣ ଆଫ୍ରିକା ସ୍କ୍ବାର୍ଡ:-

ଭାରତୀୟ ଦଳ:

ଶିଖର ଧାବନ(ଅଧିନାୟକ), ଶ୍ରେୟସ ଅୟର(ଉପ-ଅଧିନାୟକ), ଋତୁରାଜ ଗାୟକୱାଡ, ଶୁଭମନ ଗିଲ, ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ(ୱିକେଟକିପର), ସଞ୍ଜୁ ସାମସନ(ୱିକେଟକିପର), ଶାହବାଜ ଅହମ୍ମଦ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ରବି ବିଶ୍ନୋଇ, ମୁକେଶ କୁମାର, ଆବେଶ ଖାନ, ମହମ୍ମଦ ସିରାଜ ଓ ଦୀପକ ଚହର

ଦକ୍ଷିଣ ଆଫ୍ରିକା ଦଳ:-

ଟେମ୍ବା ବାବୁମା(ଅଧିନାୟକ), କ୍ୱିଣ୍ଟନ ଡି କକ, ରିଜା ହେଣ୍ଡ୍ରିକ୍ସ, ହେନ୍ରିକ କ୍ଲାସେନ, କେଶବ ମହାରାଜ, , ଜନେମନ ମାଲନ, ଆଡେନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ଏନଗିଡି, ଆନ୍ରିକ ନର୍କିଆ, ୱେନ ପର୍ନେଲ, ଡୱେନ ପ୍ରିଟୋରିଅସ, କାଗିସୋ ରାବାଡା, ତବରେଜ ଶାମସି, ଏଣ୍ଡିଲେ ଫେହକୁଲୱାୟୋ।

Leave A Reply

Your email address will not be published.