ମୁଁ ସବୁବେଳେ ମନା କରୁଥିଲି, ସ୍ବାମୀ ଦାଣ୍ଡ ପଟେ ବାହାରି ଚାଲିଗଲା ପରେ ଟୁନା ବାରିପଟେ ଲୁଚି ଲୁଚି ଚାଲି ଆସୁଥିଲା । ଆଜ୍ଞା ହଁ, ଗୋଟିଏ ଥର ଜବରଦସ୍ତି ହେବାପରେ ଟୁନା ଆଉ ଅଟକି ନଥିଲା । ଭାଉଜ ପ୍ରତି ଯେଉଁ ସମ୍ମାନ ରହିଥିଲା, ତାହା ତ ଚାଲି ଯାଇଥିଲା । ଆଉ ଯୌନ ଲାଳସାରେ ଟୁନା ରାତିଦିନ ଛକି ବସୁଥିଲା । ସ୍ବାମୀ ଘରୁ ପାଦ କାଢିବା ମାତ୍ରେ ଟୁନା ବାରିପଟେ ପଶି ଯାଉଥିଲା । ସ୍ତ୍ରୀ ବାରମ୍ବାର ବୁଝାଇଥିଲା ଯେ ” ଶୁଣ, ତୁମେ ହେଉଛ ମୋ ସ୍ଵାମୀଙ୍କ ସାଙ୍ଗ । ମୋ ସ୍ବାମୀ ତୁମକୁ ବହୁତ୍ ବିଶ୍ୱାସ କରନ୍ତି । ଏମିତି ବିଶ୍ବାସଘାତକତା କରନି, ମୋ ସହ ଖରାପ ସମ୍ପର୍କ ରଖନାହିଁ । ମତେ ଦୟା କର ।
ଏପଟେ ମହିଳାଙ୍କ ସ୍ଵାମୀ ସହ ପୁଅ ମଧ୍ୟ ବଡ ହୋଇ ସାରିଲାଣି । ଆଉ ଏପଟେ ଟୁନା ସ୍ବାମୀ ସହ ସାଙ୍ଗ ହୋଇ ନିତି ଯାଉଥିଲା ଆଉ ଘରେ ବସା ଉଠା କରୁଥିଲା । ହେଲେ ତା ନଜର ସାଙ୍ଗର ସ୍ତ୍ରୀ ଉପରେ ଏମିତି ପଡ଼ିଥିଲା ବୋଲି କିଏ ବା ଜାଣିଥିଲା । ପ୍ରଥମ ଦିନ ହଠାତ୍ ଘରେ ସ୍ବାମୀ ନଥିବା ବେଳେ ଟୁନା ମହିଳାଙ୍କ ପାଟି ଚାପି ଧରି ମାଡି ବସିଥିଲା । ନିଜର ହିତାହିତ ଜ୍ଞାନ ଭୁଲିଯାଇ ଏମିତି ଭୁଲ କରି ବସିଥିଲା । ଯାହାକି ଗୋଟିଏ ସାଙ୍ଗ ଏଭଳି କେବେ କରେନାହିଁ । ସେ ବନ୍ଧୁତାର ସମ୍ପର୍କରେ ବିଷ ଭରିଦେଲା । ସାଙ୍ଗର ସ୍ତ୍ରୀକୁ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ମଧ୍ୟ କଲା । କିନ୍ତୁ ସେହି ଗୋଟିଏ ଦିନରେ ଟୁନା ଅଟକି ନଥିଲା ।
ଲଗାତାର ଛଅ ମାସ କାଳ ସେହିଭଳି ଘରକୁ ଲୁଚି ଲୁଚି ଯାଇ ସବୁବେଳେ ସାଙ୍ଗର ସ୍ତ୍ରୀ ସହ ଖରାପ ସମ୍ପର୍କ ରଖୁଥିଲା । ଆଉ ସ୍ବାମୀ ଧୀରେ ଧୀରେ ସନ୍ଦେହ କରିବା ଆରମ୍ଭ କରିଦେଲେ । ଆଉ ସ୍ତ୍ରୀକୁ ପଚାରିଥିଲେ ଯେ ସବୁ ସତ କଥା ମତେ ଖୋଲିକି କହ । ତାପରେ ଟୁନାକୁ ମୋବାଇଲରେ କଲ୍ କରି ସ୍ତ୍ରୀକୁ କଥା ହେବାକୁ କହିଥିଲେ । ତାପରେ ସ୍ତ୍ରୀ ମଧ୍ୟ ଟୁନା ସହ କଥା ହୋଇଥିଲା । ସ୍ବାମୀ ନିଶ୍ଚିତ ହୋଇଗଲେ, ଯେମିତି ତାଙ୍କ ପାଦ ତଳୁ ମାଟି ଖସିଗଲା । ଗୋଟିଏ ସାଙ୍ଗ ତାଙ୍କୁ ଶକ୍ତ ଚାପୁଡ଼ା ମାରିବା ପରି ଲାଗିଲା ।
ବିଶ୍ୱାସରେ ସାଙ୍ଗ ଆଜି ବିଷ ଭରିଦେଇଛି । ଆଉ ତାପରେ ସ୍ବାମୀ କୌଣସି ପରିସ୍ଥିତିରେ ସ୍ତ୍ରୀକୁ ରଖିବାକୁ ଚାହିଁଲେ ନାହିଁ । ସ୍ବାମୀ ସେହି ମହିଳାଙ୍କୁ ନିଜ ଘରୁ କାଢ଼ିଦେଲେ । ଆଉ ଏବେ ସେହି ମହିଳା ଟୁନାଙ୍କ ଘର ଆଗରେ ଯାଇ ଚିତ୍କାର କରି କାନ୍ଦୁଛନ୍ତି ଆଉ ନ୍ୟାୟ ମାଗୁଛନ୍ତି । ବାପଘର ଲୋକେ ରଖୁନାହାନ୍ତି କି ସ୍ବାମୀ ରଖୁନାହିଁ ।
ହେଲେ ଏହି ଘଟଣାରେ ସବୁଠାରୁ ବଡ଼ କଥା ହେଉଛି ଯେ ହୁଏତ ଟୁନା ଗୋଟିଏ ଦିନ ଜୋର୍ ଜବରଦସ୍ତି ଶାରୀରିକ ସଂପର୍କ ରଖିଦେଲା, କିନ୍ତୁ ତାପରେ ଛଅ ମାସ କାଳ ସ୍ତ୍ରୀ କାହିଁକି ସ୍ବାମୀକୁ ଏ ବିଷୟରେ ଜଣାଇ ନଥିଲେ । ଏହି ଘଟଣାଟି କେନ୍ଦ୍ରାପଡ଼ା ଅଞ୍ଚଳର ଅଟେ । ଯେଉଁ ଘଟଣାକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି । ଆଉ ଏବେ ମହିଳା ଏବଂ ତାଙ୍କ ପରିବାରକୁ ପୋଲିସ ଥାନାକୁ ଡାକିଛି । ଦେଖିବାକୁ ବାକି ରହିଲା ଯେ ଏହି ଘଟଣାରେ ଆଗକୁ କି ମୋଡ଼ ଆସୁଛି । କାରଣ କ୍ଷଣିକ ଖୁସି ପାଇଁ କିପରି ଘର ସଂସାର ଭାଙ୍ଗିଯାଏ, ଏହା ହେଉଛି ଏକ ବଡ଼ ଉଦାହରଣ ।