ଭାରତ ବନାମ ଦକ୍ଷିଣ ଆଫ୍ରିକା : ଟି -୨୦ ବିଶ୍ୱକପର ପୂର୍ବରୁ ବିପଦରେ ପଡିଲା ଏହି ଖେଳାଳୀଙ୍କ କ୍ୟାରିଅର, ଭାରତୀୟ ଦଳରେ ମିଳିଥିବା ସୁଯୋଗକୁ କଲେ ବରବାଦ୍
ଟି-୨୦ ବିଶ୍ୱକପ ୨୦୨୨ କୁ ଦେଖି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳାଯାଇଥିବା ଟି-୨୦ ସିରିଜ ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା|ଏଥିରେ ଭାରତୀୟ ଦଳ ୨-୧ରେ ବିଜୟ ହାସଲ କରିଥିଲେ|ଭାରତୀୟ ଦଳ ଏଥିରେ ସଫଳ ଥିଲା କିନ୍ତୁ ଦଳର ଜଣେ ବଡ ଖେଳାଳି ସିରିଜରେ ଛାପ ଛାଡିଲା ନାହିଁ|ଏହି ଖେଳାଳି ଟି-୨୦ ବିଶ୍ୱକପରେ ଦଳର ଅଂଶ ରହିଛି|ଏହି ଖେଳାଳିକୁ ତିନିଟି ଯାକ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିଲା କିନ୍ତୁ ସେ ଅଧିନାୟକକଙ୍କ ଭରସା ଜିତି ପାରିଲେ ନାହିଁ|
ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳାଯାଇଥିବା ସିରିଜରେ କ୍ୟାପଟେନ ରୋହିତ ଏକ ବଡ ନିଷ୍ପତ୍ତି ନେଇଥିଲା|ଏହି ପୁରା ସିରିଜରେ ସେ ଚହଲ ଜାଗାରେ ଦିଗ୍ଗଜ ଅଶ୍ୱିନୀ କୁ ପ୍ଲେୟିଙ୍ଗ ୧୧ ରୈ ସାମିଲ କରିଥିଲେ|ବିଶ୍ୱକପ ପୂର୍ବରୁ ଅଶ୍ୱିନୀ ପାଇଁ ବଡ ସୁଯୋଗ ଥିଲା କିନ୍ତୁ ସେ ଫ୍ଲପ ହୋଇଥିଲେ|
ଅଶ୍ୱିନୀ ଏହି ସିରିଜରେ ଭାରତୀୟ ଦଳର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହେହା ସହ ଗୋଟିଏ ୱିକେଟ ବି ନେଇପାରି ନଥିଲେ|ଏହି ସିରିଜରେ ଅଶ୍ୱିନୀ ୧୨ ଓଭର ବୋଲିଙ୍ଗ କରି ୬.୬ ଇକୋନୋମିରେ ରନ ଦେଇ ଗୋଟିଏ ବି ୱିକେଟ ନେଇ ପାରି ନଥିଲେ|ସେ ଏହି ସିରିଜର ପ୍ରଥମ ମ୍ୟାଚରେ ୪ ଓଭରରେ ୨ ଇକୋନୋମିରେ ୮ ରନ ଦେଇଥିଲେ|ଦ୍ୱିତୀୟ ମ୍ୟାଚରେ ୩୭ ରନ୍ ଓ ଶେଷରେ ୩୫ ରନ ଦେଇଥିଲେ|
ଚହଲକୁ ଅଷ୍ଟ୍ରେଲିଆ ସିରିଜରେ ଲଗାତାର ପ୍ଲେୟିଙ୍ଗ ୧୧ ରେ ସାମିଲ କରାଯାଇଥିଲା|ଏଥିରେ ଚହଲ ୩ ମ୍ୟାଚରେ ୯.୧୨ ଇକୋନୋମିରେ ୨ ୱିକେଟ ନେଇଥିଲେ|ଏସିଆ କପରେ ସେ ମଧ୍ୟ ଭଲ ପ୍ରଦର୍ଶନ କରି ପାରି ନଥିଲେ|କହିରଖେ ଚହଲ ଓ ଅଶ୍ୱିନୀ ଦୁହେଁ ଭାରତୀୟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୨ରେ ସାମିଲ ହୋଇଛନ୍ତି|