ଭାରତ ବିରୁଦ୍ଧ ଦକ୍ଷିଣ ଆଫ୍ରିକା: ଭାରତୀୟ ଦଳର ଵିଜୟରେ ଭିଲିଆନ୍ ସାବ୍ୟସ୍ତ ହେଲେ ଏହି ଖେଳାଳି,ଟି-୨୦ ବିଶ୍ୱକପରେ ପତା କାଟିବା ତୟ !

0

Get real time updates directly on you device, subscribe now.

ଭାରତୀୟ ଦଳ ରନର ପାହାଡ ଠିଆ କରି ଦ୍ୱିତୀୟ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୬ ରନରେ ହରାଇ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି|ଏହି ମୁକାବିଲା ପୂରାପୂରି ବ୍ୟାଟ୍ସମ୍ୟାନ୍ ନାମରେ ଯାଉଛି ଯେଉଁଥିରେ ୪୫୮ ରନରେ କେବଳ ୬ ଟି ୱକେଟ୍ ହରାଇଥିଲେ|ଯଦିଓ ଭାରତ ଏଥିରେ ରୋମାଞ୍ଚକର ବିଜେତା ହେଲା କିନ୍ତୁ ଭାରତୀୟ ଦଳର ଜଣେ ଖେଳାଳି ଏହି ମ୍ୟାଚରେ ବଡ ଭିଲେନ ସାବ୍ୟସ୍ତ ହେଲେ|ଏହି ଖେଳାଳି ଟି-୨୦ ଵିଶ୍ୱକପ ଦଳରେ ମଧ୍ୟ ସାମିଲ ରହିଛନ୍ତି|

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏଥିରେ ଦ୍ରୁତ ବୋଲର ଦୀପକ ଚହର,ଅର୍ଶଦୀପ ସିଂ,ହର୍ଷଲ ପଟେଲକୁ ସାମିଲ କରିଥିଲେ|ଅର୍ଶଦୀପ ଏହି ମ୍ୟାଚରେ ସଫଳ ସାବ୍ୟସ୍ତ ହୋଇଥିଲେ ଓ ଦୁଇ ୱିକେଟ ନେଇଥିଲେ|ଦୀପକ ଚହର ଏଥିରେ ୬ ଇକୋନୋମିରେ ୨୪ ରନ ଦେଇଥିଲେ|ହର୍ଷଲ ନା ରନ ବଞ୍ଚାଇଥିଲେ ବା ୱିକେଟ୍ ପାଇନଥିଲେ|ସେ କିଛି ଦିନ ଧରି ଲଘାଥାର ମହଙ୍ଗା ସାବ୍ୟସ୍ତ ହେଉଛନ୍ତି|

ହର୍ଷଲ ନିକଟରେ ଆହତରୁ ସୁସ୍ଥ ହୋଇ ଅଷ୍ଟ୍ରେଲିଆ ବିରୁଦ୍ଧ ଟି-୨୦ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିଲେ|ଏଥିରେ ସେ ପୂରାପୂରି ଫ୍ଲପ ହୋଇଥିଲେ|ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଖେଳାଯାଇଥିବା ଟି-୨୦ ରେ ସେ ପୁଣି ଥରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ|ସେ ୪ ଓଭର ବୋଲିଙ୍ଗ କରି ୧୧.୨୫ ଇକୋନୋମିରେ ୪୫ ରନ ଦେଇ ଗୋଟିଏ ବି ୱିକେଟ୍ ନେଇ ପାରି ନଥିଲେ|

ଏଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ବିନିମୟରେ ୨୩୭ ରନ କରିଥିଲେ|ଭାରତ ପକ୍ଷରୁ ସୂର୍ଯ୍ୟ କୁମାର ୨୨ ବଲରେ ୬୧ ରନ କରିଥିଲେ ଯେଉଁଥିରେ ୫ ଛକା ଓ ୫ ଚୈକା ମାରିଥିଲେ|ସେ ୧୮ ବଲରେ ଅର୍ଦ୍ଧ ଶତକ ହାସଲ କରି ଭାରତର ଦ୍ଵିତୀୟ ଦ୍ରୁତତମ ଅର୍ଦ୍ଧ ଶତକ ହାସଲ କରିଥିଲେ|ଭାରତୀୟ ଦଳର ଜବାବରେ ମିଲର ଓ ଡି କକ୍ ଚତୁର୍ଥ ୱକେଟରେ ୯୦ ବଲରେ ୧୭୪ ରନ ଅତୁଟ ଭାଗିଦାରୀ ଫଳରେ ଦକ୍ଷିଣ ଆଫ୍ରିକା ୩ ୱିକେଟ ରେ ୨୨୧ ରନ କରିଥିଲେ|

Leave A Reply

Your email address will not be published.