IAS Motivation Story: ଜଣେ କୁଲି କିପରି ହେଲା IAS Officer ? ବିନା କୋଚିଙ୍ଗରେ ଫ୍ରି WiFi ଦ୍ବାରା ପାଠ ପଢ଼ିଲେ, ଇଏ ହେଉଛି ପୁରା କାହାଣୀ

0

Get real time updates directly on you device, subscribe now.

IAS Officer Sreenath K Success Story: ଯଦି କଠିନ ପରିଶ୍ରମ କରାଯାଏ, ତେବେ ସଫଳତା ନିଶ୍ଚିତ ଭାବେ ମିଳିଥାଏ । ଏର୍ଣାକୁଲମ୍ ଷ୍ଟେସନରେ କୁଲି କାମ କରୁଥିବା ଆଇଏଏସ ଅଫିସର୍ ଶ୍ରୀନାଥ କେଙ୍କ, ଯିଏକି ନିଜ ଘରର ଦାୟିତ୍ଵକୁ ଉଠାଇବା ସହିତ ନିଜ ଭାଗ୍ୟକୁ ମଧ୍ୟ ଆପଣାଇଲେ ଏବଂ ଶେଷରେ ଦେଶର ସବୁଠାରୁ କଠିନ UPSC EXAM କୁ ପାସ କରି ଆଇଏଏସ ଅଫିସର୍ ହୋଇଗଲେ । କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ କୁଲି କାମ କରୁଥିବା ଶ୍ରୀନାଥଙ୍କ ଆଇଏଏସ ଅଫିସର୍ ହେବା ସଫଳତାର ଏକ ନୂତନ ଉଦାହରଣ ଅଟେ ।

ବିନା କୋଚିଙ୍ଗରେ ପାସ କଲେ UPSC ଏବଂ KPSC :-

ସାରା ଦେଶରେ UPSC ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପ୍ରାର୍ଥୀ ଅଛନ୍ତି । ତଥାପି, ସେମାନଙ୍କ ମଧ୍ୟରୁ କେବଳ ଅଳ୍ପ ପ୍ରତିଶତ ପ୍ରାର୍ଥୀ ଏହି ପରୀକ୍ଷାକୁ ପାସ କରି ଅଧିକାରୀ ପଦବୀ ପାଇବାକୁ ସକ୍ଷମ ହୋଇଥାନ୍ତି । ଶ୍ରୀନାଥଙ୍କ ପରି କିଛି ପ୍ରାର୍ଥୀ ଅଛନ୍ତି, ଯେଉଁମାନେ UPSC ର କୋଚିଂ ସେଲ୍ଫ ଷ୍ଟଡି ମାଧ୍ୟମରେ ହିଁ ପାସ କରିବାକୁ ଚେଷ୍ଟା କରନ୍ତି । ଆପଣଙ୍କୁ କହିରଖୁଛୁ ଯେ ଶ୍ରୀନାଥ ମୂଳତ କେରଳର ଏର୍ନାକୁଲମର ବାସିନ୍ଦା ଅଟନ୍ତି । ସେ ଏର୍ନାକୁଲମ ରେଳ ଷ୍ଟେସନରେ ହିଁ କୁଲି କାମ ମଧ୍ୟ କରୁଥିଲେ ।

ରେଲୱେ WiFi କାମରେ ଆସିଲା :-

ଶ୍ରୀନାଥଙ୍କ ପାଖରେ UPSC ପ୍ରସ୍ତୁତି ପାଇଁ କୌଣସି କୋଚିଂ ସେଣ୍ଟରର ଫି ଦେବାକୁ ପର୍ଯ୍ୟାପ୍ତ ଅର୍ଥ ନଥିଲା । ଏଭଳି ପରିସ୍ଥିତିରେ ତାଙ୍କ ମନକୁ ଆସିଲା ଯେ ସେ କୋଚିଂ ବିନା ଏହି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ ନାହିଁ । ଏହି କାରଣରୁ ସେ ପ୍ରଥମେ କେରଳ ଜନସେବା ଆୟୋଗ (କେପିଏସସି) ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କର କଷ୍ଟସାଧ୍ୟ ରାସ୍ତାକୁ ରେଲୱେ ଷ୍ଟେସନରେ ଲାଗିଥିବା ଫ୍ରି WiFi ସହଜ କରିଦେଲା । ସେ ଷ୍ଟେସନରେ ଲାଗିଥିବା ଫ୍ରି WiFi ଦ୍ବାରା ପାଠପଢ଼ା ଆରମ୍ଭ କରିଦେଲେ ।

IAS ହୋଇ ନିଜ ସ୍ବପ୍ନକୁ ସାକାର କଲେ :-

ଏହାପରେ ସେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ ଏବଂ ଏହାସହିତ କେରଳ ଜନସେବା ଆୟୋଗର ପରୀକ୍ଷା ମଧ୍ୟ ପାସ କରିଦେଲେ । ଆପଣଙ୍କୁ କହିରଖୁଛୁ ଯେ ସେ କୌଣସି କୋଚିଂ ବିନା UPSC ପରୀକ୍ଷା ପାସ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

Leave A Reply

Your email address will not be published.