ରାହୁଲ ଡ୍ରାଭିଡ: ଟି-୨୦ ବିଶ୍ଵକପରେ ଏମିତି ରହିବ ଭାରତର ପ୍ଲେଇଙ୍ଗ ଇଲେଭେନ, କୋଚ ରାହୁଲ ଡ୍ରାଭିଡ କରିଦେଲେ ଖୁଲାସା

0

Get real time updates directly on you device, subscribe now.

ଟି-୨୦ ବିଶ୍ଵକପ ୨୦୨୨ ରାହୁଲ ଡ୍ରାଭିଡ:-

ଟି-୨୦ ବିଶ୍ଵକପ ଆରମ୍ଭ ହେବାକୁ ବର୍ତ୍ତମାନ ଆଉ କିଛିଦିନ ସମୟ ଅଛି। କିନ୍ତୁ ଜସପ୍ରୀତ ବୁମରାହଙ୍କ ଆଘାତ କାରଣରୁ ଭାରତୀୟ ଦଳର ଚିନ୍ତା ବଢିଯାଇଛି। ଭାରତ ଦୀପକ ହୁଡା ଓ ଜସପ୍ରୀତ ବୁମରାହଙ୍କ ଫିଟନେସ ଉପରେ ବର୍ତ୍ତମାନ ଅପେକ୍ଷା କରୁଅଛି। ଯାହାଫଳରେ ସେମାନେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେଉଥିବା ଟି-୨୦ ସିରିଜରୁ ବାଦ ପଡିଛନ୍ତି। ବର୍ତ୍ତମାନ ରାହୁଲ ଡ୍ରାଭିଡ କହିଲେକି ଟି-୨୦ ବିଶ୍ଵକପ ୨୦୨୨ ରେ ଭାରତୀୟ ଦଳର ପ୍ଲେଇଙ୍ଗ ଇଲେଭେନ କିପରି ହୋଇପାରେ? ଆସନ୍ତୁ ଜାଣିବା ଏହି ବିଷୟରେ।

ରାହୁଲ ଡ୍ରାଭିଡ ଦେଲେ ଏହି ବୟାନ:-

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ଵିତୀୟ ଟି-୨୦ ପୂର୍ବରୁ ପ୍ରେସ କନଫେରେନ୍ସରେ ଡ୍ରାଭିଡ କହିଲେକି,’ମୋତେ ଲାଗୁଛିକି ଆମେ ୧୫ଜଣଙ୍କ ମଧ୍ୟରେ ଯେଉଁପରି କୌଶଳ ଚାହୁଁଛୁ, ସେହି ବିଷୟରେ ଆମେ ବହୁତ ସ୍ପଷ୍ଟ ଅଛୁ। ମୋତେ ଲାଗୁଛିକି ମୋ ପାଇଁ ଏହା ବାସ୍ତବରେ ବହୁତ ଗୁରୁତ୍ବପୂର୍ଣ ଅଟେ। ବିଶ୍ଵକପ ପାଇଁ ଆମେ ଯେଉଁପରି ଦଳ ଚୟନ କରିଛୁ, ଆଘାତକୁ ଛାଡି, ଆମେ କୌଣସି ପ୍ରକାର କୌଶଳର ସନ୍ଧାନ କରୁଥିଲୁ, ଅଲଗା ଅଲଗା ପ୍ରକାରର ବୋଲର, କିଛି ବ୍ୟାଟ୍ସମ୍ୟାନଙ୍କ କୌଶଳ, ସେଥିପାଇଁ ସମସ୍ତ ଜିନିଷକୁ ବହୁତ ଅଧିକ ବିସ୍ତାରରେ ଜାଣିଛୁ ଓ ଆମେ ସବୁବେଳେ ଏହା ବିଷୟରେ ବହୁତ ସ୍ପଷ୍ଟ ଅଛୁ।’

ବୁମରାହ ଖେଳୁନଥିବାରୁ ଦଳରେ ହେଉଛି ପରିବର୍ତ୍ତନ:-

ଭାରତର ମୁଖ୍ୟ କୋଚ ରାହୁଲ ଡ୍ରାଭିଡ କହିଲେକି ଭାରତୀୟ ଦଳ ମଧ୍ୟରେ ସଞ୍ଚାର ବହୁତ ଭଲ ଅଛି ଓ ଗୋଟିଏ ଇଲେଭେନକୁ ବାରମ୍ବାର ବାରମ୍ବାର ଖେଳେଇବା ସାମାନ୍ଯ ଅବାସ୍ତବିକ ଅଟେ। ମୋତେ ଲାଗୁଛିକି ଏହା ଆଶା କରିବା ସାମାନ୍ୟ ଅବାସ୍ତବିକ ଅଟେକି ଆମେ ଗୋଟିଏ ପ୍ଲେଇଙ୍ଗ ଇଲେଭେନକୁ ବାରମ୍ବାର ବାରମ୍ବାର ଖେଳାଇଥାଉ। କେବେ କେବେ ଆପଣ ବାଧ୍ୟ ହୁଅନ୍ତି ଏମିତି କରିବା ପାଇଁ। ଯଦି ବୁମରାହ ଶେଷ ଗେମ ନ ଖେଳନ୍ତି, ଏହାର ଅର୍ଥ ନୁହେଁ କି ଆମେ ପ୍ରୟୋଗ କରୁଛୁ, ବରଂ ଏଥିପାଇଁ କାରଣ ସେ ଆହାତ ହୋଇଥିଲେ।

ଏହିପରି ହୋଇପାରେ ପ୍ଲେଇଙ୍ଗ ଇଲେଭେନ:-

ଭାରତର ମୁଖ୍ୟ କୋଚ ରାହୁଲ ଡ୍ରାଭିଦ କହିଲେକି ଟିମ ମ୍ୟାନେଜମେଣ୍ଟ ୨୦୨୨ ଟି-୨୦ ବିଶ୍ଵକପ ପାଇଁ ୧୫ଜଣିଆ ସଦସ୍ୟଙ୍କ ମଧ୍ୟରେ ଯେଉଁପରି କୌଶଳ ଚାହାନ୍ତି, ସେହି ବିଷୟରେ ସେ ବହୁତ ସ୍ପଷ୍ଟ ଅଛନ୍ତି। ସେ ଅଷ୍ଟ୍ରେଲିଆରେ ଅଲଗା ଅଲଗା ବିପକ୍ଷ ଦଳ ଓ ଖେଳର ପରିସ୍ଥିତି ଆଧାରରେ ବିଭିନ୍ନ ପ୍ରକାରର ପ୍ଲେଇଙ୍ଗ-୧୧ ଖେଳିବାର ଅନୁମତି ଦେବେ। ଭାରତ ଅଷ୍ଟ୍ରେଲିଆରେ ଆଗାମୀ ଟି-୨୦ ବିଶ୍ଵକପ ପାଇଁ ୧୨ ସେପ୍ଟେମ୍ବରରୁ ନିଜର ଦଳ ଘୋଷଣା କରିଥିଲେ।

Leave A Reply

Your email address will not be published.