ରିସର୍ଟର ଝିଅଙ୍କ ଉପରେ ଖରାପ ନଜର ରଖୁଥିଲା ପୁଲକିତ, ଦମ୍ପତି ଅଙ୍କିତା ହତ୍ୟାକାଣ୍ଡରେ ଖୋଲିଲେ ରହସ୍ୟ

0

Get real time updates directly on you device, subscribe now.

ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ପ୍ରତ୍ୟେକଦିନ ନୂଆ ନୂଆ ଖୁଲାସା ହେଉଅଛି। ଅଙ୍କିତାଙ୍କ ହତ୍ୟା ପରେ ସାରାଦେଶରେ ଆକ୍ରୋଶ ଦେଖିବାକୁ ମିଳୁଅଛି। ଲୋକ ଆରୋପୀଙ୍କୁ ଫାଶୀ ଦେବା ପାଇଁ ଦାବି କରୁଛନ୍ତି। ବର୍ତ୍ତମାନ ଇତି ମଧ୍ୟରେ ଉତ୍ତରପ୍ରଦେଶର ମେରଠ ସହରରେ ଏକ ଦମ୍ପତି ପୁଲକିତ ଆର୍ଯ୍ୟଙ୍କ ବିଷୟରେ ଏକ ବଡ ଖୁଲାସା କରିଛନ୍ତି।

ଏହା ବ୍ୟତୀତ ରିସର୍ଟରେ ହେଉଥିବା କାମ ବିଷୟରେ ଏହି ଦମ୍ପତି ଖୋଲିକରି କହିଛନ୍ତି। ଦମ୍ପତିଙ୍କ କଥା ଶୁଣି କେବଳ ଅଙ୍କିତା ଭଣ୍ଡାରୀ ନୁହେଁ ବରଂ ତାଙ୍କର ପରିବାର ଲୋକ ଓ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାମଲା ଚର୍ଚ୍ଚାରେ ଆସିବା ପରେ ମିଡିଆ ଦମ୍ପତିଙ୍କ ଘରେ ପହଞ୍ଚିଗଲେ ଯେଉଁଠି ତାଙ୍କୁ ଅନେକ ପ୍ରଶ୍ନ କରାଯାଇଥିଲା।

ରିସର୍ଟର ଝିଅଙ୍କ ଉପରେ ଖରାପ ନଜର ରଖୁଥିଲା ପୁଲକିତ:-

ମେରଠର ସିଭିଲ ଲାଇନ୍ସ ଅଞ୍ଚଳରେ ରହୁଥିବା ଦମ୍ପତି କହିଲେକି,”ରିଜର୍ଟରେ ଝିଅ ଆସୁଥିଲେ ଓ ତାଙ୍କର କୌଣସି ରେକର୍ଡ ରଖା ଯାଉନଥିଲା। ପୁଲକିତ ଗ୍ରାହକଙ୍କର ମଦ ମଧ୍ୟ ଚୋରୀ କରୁଥିଲେ ଓ ଆରୋପ କର୍ମଚାରୀଙ୍କ ଉପରେ ଦେଇଦେଉଥିଲେ। ପୁଲକିତ ରିସର୍ଟର ମହିଳା କର୍ମଚାରୀଙ୍କୁ ଖରାପ ନଜରରେ ଦେଖୁଥିଲେ। ସେ ମଦ ପିଇ ଗାଳି-ଗୁଲଜ କରୁଥିଲେ।

ଏହାପରେ ଦମ୍ପତି ସେଠାରୁ ଚାକିରୀ ଛାଡିଦେଲେ। ମହିଳା କହିଲେକି,”ଚାକିରୀ ଛାଡିବା ପରେ ଆମେ ପୁଲକିତ ଆର୍ଯ୍ୟ, ଅଙ୍କିତ ଓ ସୌରଭ ଭାସ୍କରଙ୍କ ତରଫରୁ କଲ ଆସିଥିଲା। ଆମର ସେଲାରି ବଢାଇ କାମରେ ରଖିବା ପାଇଁ ପୁଣିଥରେ ଡାକୁଥିଲେ ଓ କୁହାଯାଉଥିଲାକି ବର୍ତ୍ତମାନ କୌଣସି ସମସ୍ୟା ହେବନାହିଁ।”

ଦମ୍ପତି କହିଲେକି,”ଚାକିରୀକୁ ଯିବାର କିଛି ଦିନ ସେମାନେ ଠିକ ଭାବରେ ବ୍ୟବହାର କରିଲେ, କିନ୍ତୁ ସେମାନେ ଯେଉଁ କାମ କରୁଥିଲେ, ତାହା ସେମାନେ କରୁଥିଲେ। ସେଠାରେ ନିଶାଦ୍ରବ୍ୟ ବିକ୍ରି କରୁଥିଲେ। ରିସର୍ଟରେ ନିଶା କରାଯାଉଥିଲା। ଯେଉଁ ଗେଷ୍ଟ ଆସୁଥିଲେ, ତାଙ୍କୁ ମଦ ଓ ଗଞ୍ଜେଇ ଦିଆଯାଉଥିଲା। ଅଙ୍କିତା ରିସର୍ଟରେ ଝିଅଙ୍କୁ ନେଇ ଆସୁଥିଲେ, ଯେଉଁମାନଙ୍କର ଏଣ୍ଟ୍ରି କରିବା ପାଇଁ ମନା କରାଯାଇଥିଲା। ଏହା ବ୍ୟତୀତ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ମାଡ ମଧ୍ୟ ମରାଯାଉଥିଲା।”

ବିବେକ ଭରଦ୍ୱାଜ ଏବଂ ତାଙ୍କ ପତ୍ନୀ ଋଷିତା ଦୀର୍ଘ ସମୟ ଧରି ଏହି ରିସୋର୍ଟରେ କାମ କରୁଥିଲେ। ଋଷିତାଙ୍କ ଅନୁଯାୟୀ ପୂର୍ବତନ ମନ୍ତ୍ରୀଙ୍କ ବୋହୂ ଅର୍ଥାତ ପୁଲକିତଙ୍କ ପତ୍ନୀ ତାଙ୍କୁ ରିସେପ୍ସନିଷ୍ଟଙ୍କ ସହ ମ୍ୟାନେଜର ଭାବରେ ନିଯୁକ୍ତି ଦେଇଥିଲେ। ତାଙ୍କ ସ୍ୱାମୀ ଜଣେ କର୍ମଚାରୀ ଭାବରେ କାମ କରୁଥିଲେ। ତାଙ୍କୁ ଧୀରେ ଧୀରେ ଜଣାପଡିଲାକି ରିସର୍ଟରେ ଅନେକଖରାପ କାର୍ଯ୍ୟ ହୁଏ। ଏମିତି ପରିସ୍ଥିତିରେ ସେ ଶେଷରେ ସବୁଦିନ ପାଇଁ ଚାକିରି ଛାଡିବାକୁ ସ୍ଥିର କଲେ।

ଋଷିତା କହିଲେକି,”ଯେତେବେଳେ ସେମାନଙ୍କୁ ଜଣାପଡିଲାକଲି ଆମେ ଚାକିରୀ ଛାଡିବାକୁ ଚାହୁଁଛୁ ସେତେବେଳେ ସେମାନେ ସେଲାରି ଦେଲେନାହିଁ। ସେମାନେ ସ୍ପିକର ଚୋରୀର ଆରୋପ ଲଗାଇଦେଲେ। ମହିଳାଙ୍କ ସ୍ଵାମୀ କହିଲେକି, ତାଙ୍କ ସହିତ ମାରପିଟ ମଧ୍ୟ କରିଲେ। ବିବେକ ଏହାର ଅଭିଯୋଗ କରିଥିଲେ କିନ୍ତୁ କୌଣସି ଶୁଣାଣି ହୋଇନଥିଲା।”

ଅଙ୍କିତାଙ୍କ ବିଷୟରେ ଦମ୍ପତି କହିଲେକି, ସେ ଅଙ୍କିତାଙ୍କୁ ଜାଣିନଥିଲେ କାରଣ ଚାକିରୀ ଛାଡିବା ପରେ ସେ ସେଟାକୁ କାମ କରିବାକୁ ଆସିଥିଲେ।

କଣ ହେଉଛି ସମ୍ପୂର୍ଣ ମାମଲା:-

ବନନ୍ତରା ରିସର୍ଟରେ କାମ କରୁଥିବା ଅଙ୍କିତା ଭଣ୍ଡାରୀ ୧୮ ଏବଂ ୧୯ ସେପ୍ଟେମ୍ବର ମଧ୍ୟରାତ୍ରିରେ ସେ ଗାୟବ ହୋଇଯାଇଥିଲେ। ରିସର୍ଟର ମାଲିକ ପୁଲକିତ ଆର୍ଯ୍ୟ, ମ୍ୟାନେଜର ସୌରଭ ଭାସ୍କର ଏବଂ ଅଙ୍କିତ ସମସ୍ତେ ଅଙ୍କିତାଙ୍କୁ ସାଙ୍ଗରେ ନେଇଥିଲେ। ରିପୋର୍ଟ ଅନୁଯାୟୀ, ଅଙ୍କିତାଙ୍କ ଉପରେ ପୁଲକିତ ଆର୍ଯ୍ୟଙ୍କର ଖରାପ ନଜର ଥିଲା। ସେ ତାଙ୍କୁ ଅନେକ ଥର ତାଙ୍କ ସହ ଜବରଦସ୍ତି କରିବାକୁ ଚେଷ୍ଟା କରିଥିଲେ। ଏହା ବ୍ୟତୀତ ରିସର୍ଟକୁ ଆସୁଥିବା ଅତିଥିମାନଙ୍କୁ ଅତିରିକ୍ତ ସେବା ଦେବାକୁ ସେ ଅଙ୍କିତାଙ୍କୁ କହିଥିଲେ।

ଅଙ୍କିତା ନିଜ ସହିତ ଏହିପରି ବ୍ୟବହାରର ସୂଚନା ନିଜର ମିତ୍ର ପୁଷ୍ପଙ୍କୁ ଦେଇଥିଲେ। ଦୁଇଜଣ ହ୍ଵାଟ୍ସଆପ ଚାଟ ପରେ ସମ୍ପୂର୍ଣ ମାମଲାର ଖୁଲାସା ହୋଇଥିଲା। ଜଣାଇଦେଉଛୁକି ପୁଲକିତ ଓ ସୌରଭ ଭାସ୍କର ଓ ଅଙ୍କିତ ତିନିଜଣ ମିଶି ଅଙ୍କିତାଙ୍କୁ ପାୱାର ହାଉସ ପାଖରେ ଶକ୍ତି ନହରରେ ଫିଙ୍ଗିଦେଇଥିଲେ। ଏହାପରେ ୨୪ ସେପ୍ଟେମ୍ବରରେ ଅଙ୍କିତାର ମୃତ ଦେହକୁ ଏସଡିଆରଏଫ ଦଳ ନହରରୁ ବରାମଦ କରିଲେ। ଜଣାଇଦେଉଛୁକି ପୁଲକିତ ଆର୍ଯ୍ୟ ସହିତ ତିନିଜଣ ଲୋକଙ୍କୁ ଗିରଫ କରିନିଆଯାଇଛି।

Leave A Reply

Your email address will not be published.