କେବଳ ୯୯୯ ଟଙ୍କାରେ ବୁକ ହେଉଅଛି ଏହି ଇ-ବାଇକ,ମାଇଲେଜ ଆସୁଛି ୧୨୦ କିଲୋମିଟର, ମୂଲ୍ୟ ମଧ୍ୟ ବହୁତ କମ ଅଛି …….

0

Get real time updates directly on you device, subscribe now.

URBN e bike Price and Features:-

ଇଲେକ୍ଟ୍ରିକ ଗାଡି ସହିତ ବର୍ତ୍ତମାନ ସମୟରେ ଦେଶରେ ଇଲେକ୍ଟ୍ରିକ ଦୁଇଚକିଆ ଯାନର ବହୁତ ଡିମାଣ୍ଡ ବଢୁଅଛି। ମାର୍କେଟରେ ଅନେକ ଶାନଦାର ଜିନିଷ ଲଞ୍ଚ ହେଉଅଛି। ମଙ୍ଗଳବାର ଦିନ ଇଲେକ୍ଟ୍ରିକ ମୋବିଲିଟି ବ୍ରାଣ୍ଡ ମୋଟୋଭୋଲ୍ଟ ନିଜର ନୂଆ ଇ-ବାଇକ ଲଞ୍ଚ କରିଛି। ଏହାର ନାମ URBN e-bike ଦିଆଯାଇଛି। ଖାସ କଥା ହେଉଛିକି ଏହି ଇ-ବାଇକକୁ ଆପଣ କେବଳ ୯୯୯ ଟଙ୍କାରେ ବୁକ କରିପାରିବେ ଓ ଏହା ଫୁଲ ଚାର୍ଜରେ ୧୨୦ କିଲୋମିଟରର ରେଞ୍ଜ ଅଫର କରିଥାଏ। କମ୍ପାନୀ ଏହା ଦାବି କରୁଛିକି ଏହି ବାଇକକୁ ଯୁବ ଗ୍ରାହକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି।

କଣ ଅଛି URBN e-bike ରେ ଖାସ:-

କମ୍ପାନୀ ଏହି ଇ-ବାଇକର ମୂଲ୍ୟ କେବଳ ୪୯,୯୯୯ ଟଙ୍କା ରଖିଛି। ଏହାକୁ ମୋବିଲିଟି କମ୍ପାନୀର ୱେବସାଇଟ ଓ ୧୦୦+ ଫିଜିକାଲ ରିଟେଲ ପଏଣ୍ଟରେ ୯୯୯ ଟଙ୍କାରେ ବୁକ କରିହେବ। ଆପଣ ଏହାକୁ ସହଜରେ ଇଏମଆଇ କିସ୍ତିରେ କିଣିପାରିବେ। ଖାସ କଥା ହେଉଛିକି ଏହି ଚାଲାଣ ପାଇଁ ଆପଣଙ୍କୁ କୌଣସି ଲାଇସେନ୍ସ କିମ୍ବା ରେଜିଷ୍ଟ୍ରେଶନର ମଧ୍ୟ ଆବଶ୍ୟକ ନାହିଁ।

Motovolt URBN ରେ ଏକ ରିମୁବେବଲ BIS-Approved ବ୍ୟାଟେରୀ ଦିଆଯାଇଛି। ଏହା ପେଡେଲ ଆସିଷ୍ଟ ସେନ୍ସର ସହିତ ଆସେ। ଏଥିରେ ପେଡେଲ କିମ୍ବା ଅଟୋମେଟିକ ମୋଡ ସହିତ ଅନେକ ମୋଡ ଦିଆଯାଇଛି। କମ୍ପାନୀର ଦାବି ହେଉଛିକି ଏହାର ବ୍ୟାଟେରୀ ଫୁଲ ଚାର୍ଜରେ ଆପଣଙ୍କୁ ୧୨୦ କିଲୋମିଟରର ରେଞ୍ଜ ଦେଇଥାଏ। ଏହା ବ୍ୟତୀତ, ଏଥିରେ ଇଗ୍ନିଶନର ସ୍ଵିଚ, ହ୍ୟାଣ୍ଡେଲ ଲକ, ରିୟର ଓ ଫ୍ରଣ୍ଟ ଡିସ୍କ ବ୍ରେକ, ଓ ହାଇଡ୍ରୋଲିକ ରିୟର ଶୋକର ଦିଆଯାଇଛି।

URBN ଇ-ବାଇକ ଏକ ସ୍ମାର୍ଟ ଇ-ସାଇକେଲ ଅଟେ। ଯାହା ଏକ ଇଣ୍ଟିଗ୍ରେଟେଡ ସ୍ମାର୍ଟଫୋନ ଏପ ସହିତ ଆସେ। କମ୍ପାନୀର କହିବା କଥାକି ଏହି ଲୋକେଟ ଟ୍ରାନ୍ସପୋର୍ଟ ପାଇଁ ଏକ ଆଦର୍ଶ ଅଟେ। ଏହାର ଓଜନ କେବଳ ୪୦ କିଲୋ ଓ ଏହାର ସର୍ବୋଚ୍ଚ ସ୍ପିଡ ୨୫ କିଲୋମିଟର ପ୍ରତି ଘଣ୍ଟା ଅଟେ। ଏହାର ବ୍ୟାଟେରୀକୁ ଚାର୍ଜ କରିବାକୁ ୪ଘଣ୍ଟା ସମୟ ଲାଗେ।

Leave A Reply

Your email address will not be published.