Viral Video Of Elephant: ସୋସିଆଲ ମିଡିଆରେ ଗୋଟିଏ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଗୋଟିଏ ହାତୀ କାଦୁଅରେ ଫସିଥିବା ଶିଖମାନଙ୍କୁ ସାହାଯ୍ୟ କରୁଥିବାର ଦେଖାଯାଉଛି । ଏଥିରେ ହାତୀ ଗୋଟିଏ ଟ୍ରକକୁ ନିଜ ଶୁଣ୍ଢ ଦ୍ବାରା ଠେଲୁଛି ଏବଂ ତାହା କାଦୁଅରୁ ବାହାରିଗଲା । ଏସବୁ ସେତେବେଳେ ହେଲା, ଯେତେବେଳେ ଶିଖମାନଙ୍କ ଦଳ ନିଜ ଯାତ୍ରାରେ ଅମୃତସରରୁ ମହାରାଷ୍ଟ୍ରର ନାନ୍ଦେଡ ଯାଉଥିଲେ ।
ଶିଖ ସମ୍ପ୍ରଦାୟର 300 ଲୋକଙ୍କ ଗ୍ରୁପ୍ :-
ବାସ୍ତବରେ ଏହି ଭିଡିଓ ମଧ୍ୟପ୍ରଦେଶର ସିବପୁରି ଜିଲ୍ଳାର ଅଟେ । ମିଡ଼ିଆ ରିପୋର୍ଟ୍ ଅନୁଯାୟୀ, ଶିଖ ସମ୍ପ୍ରଦାୟର 300 ଲୋକଙ୍କ ଗୋଟିଏ ଗ୍ରୁପ ଟ୍ରକ୍ ଦ୍ଵାରା ଅମୃତସରରୁ ମହାରାଷ୍ଟ୍ରର ନାନ୍ଦେଡ ଯାଉଥିଲେ । ଏହାମଧ୍ୟରେ ରାସ୍ତାରେ ଆରାମ କରିବାପାଇଁ ଏହି ଲୋକମାନେ ଏଠାରେ ଥିବା କୋଲାରସର ଭଟଉଆ ଗାଁରେ ଅଟକିଥିଲେ । ଏହି ଗାଁରେ ଶିଖ ସମାଜର ସେବାଦାର ରୁହନ୍ତି । ଏହି ଲୋକମାନେ ନିଜ ଗ୍ରୁପରେ ଗୋଟିଏ ହାତୀ ଏବଂ ଘୋଡ଼ା ମଧ୍ୟ ରଖିଥାନ୍ତି ।
ହାତୀ ନିଜ ଶୁଣ୍ଢ ସାହାଯ୍ୟରେ ଟ୍ରକକୁ ଠେଲିଲା :-
गीली मिट्टी में फंसे ट्रक को हाथी ने लगाया धक्का pic.twitter.com/tOBxhrSAjn
— @kumarayush21 (@kumarayush084) September 24, 2022
ଏହି ସମୟରେ ଏହି ଗ୍ରୁପ ସେଠାରୁ ଯେତେବେଳେ ଆଗକୁ ବଢିଲା, ସେତେବେଳେ ଦଳରେ ସାମିଲ ଗୋଟିଏ ଟ୍ରକ୍ କାଦୁଅରେ ଫସିଗଲା । ଏହାପରେ ଲୋକମାନେ ବହୁତ୍ ଠେଲିବାକୁ ଚେଷ୍ଟା କଲେ, କିନ୍ତୁ ସଫଳତା ମିଳିଲା ନାହିଁ । ଯେତେବେଳେ ଟ୍ରକ୍ କାଦୁଅରୁ ଆଗକୁ ଯାଇପାରିଲା ନାହିଁ, ସେତେବେଳେ ଦଳରେ ସାମିଲ ଗୁରୁଦେବ ସିଂହ ହାତୀକୁ ଟ୍ରକ୍ ପଛରେ ଠିଆ କଲେ ଏବଂ ହାତୀ ନିଜ ଶୁଣ୍ଢ ଦ୍ଵାରା ଟ୍ରକକୁ ଠେଲିଲା ଏବଂ ଟ୍ରକଟି କାଦୁଅରୁ ବାହାରି ଠିକ୍ ରାସ୍ତାରେ ପହଞ୍ଚିଗଲା ।
ଘୋଡା ଏବଂ ହାତୀକୁ ଦଳର ଅଂଶ ମାନନ୍ତି :-
କୁହାଯାଉଛି ଯେ ଏହା ବୋଧହୁଏ ଗୋଟିଏ ଜମି ଥିଲା, ଯେଉଁଥିରେ ବର୍ଷା ପାଣି ଭରି ରହିଥିବା କାରଣରୁ ବହୁତ୍ କାଦୁଅ ହୋଇଯାଇଥିଲା । ଏହି ଟ୍ରକ ସେଠାରେ ଫସି ଯାଇଥିଲା । କେବଳ ଏତିକି ନୁହେଁ, ଏହା ମଧ୍ୟ ରିପୋର୍ଟ୍ ଆସିଛି ଯେ ଦଳରେ ସାମିଲ ତିନୋଟି ଟ୍ରକ୍ କାଦୁଅରେ ଫସି ଯାଇଥିଲା ଏବଂ ହାତୀ ତିନି ଟ୍ରକକୁ ଧକ୍କା ଦେଇ ବାହାର୍ କଲା । ଘୋଡା ଏବଂ ହାତୀକୁ ଶିଖ ଲୋକମାନେ ଗୁରୁ ଗୋବିନ୍ଦ ସିଂହଙ୍କ ଦଳର ଅଂଶ ମାନନ୍ତି, ତେଣୁ ଏହା ଏହି ଦଳରେ ଅଛନ୍ତି ।
ବର୍ତ୍ତମାନ ଏହି ଭିଡ଼ିଓକୁ ଲୋକମାନେ ସୋସିଆଲ ମିଡିଆରେ ଖୁବ୍ ପସନ୍ଦ କରୁଛନ୍ତି । ଦଳରେ ସାମିଲ ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ହାତୀ ବହୁତ୍ ଥର ସାହାଯ୍ୟ କରିଛି । ତାକୁ ଏପରି କରିବାକୁ ବହୁତ୍ ଭଲ ଲାଗେ । ହାତୀ ତାଙ୍କ ସହ ଅମୃତସରରୁ ହିଁ ସାମ୍ନାକୁ ଆସିଛି । ଏହି ଭିଡିଓରେ ଲୋକମାନେ ଖୁବ୍ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।