ଦେଖନ୍ତୁ ଭିଡ଼ିଓ : ମଇଦାନକୁ ଶେଷଥର ପାଇଁ ଉଲ୍ହାଇଲେ ଝୁଲଣ ଗୋସ୍ଵାମୀ, ଇଙ୍ଗ୍ଲିଶ କ୍ରିକେଟର ଦେଲେ ‘ଗାର୍ଡ ଅଫ ଅନର’

0

Get real time updates directly on you device, subscribe now.

ଝୁଲଣ ଗୋସ୍ଵାମୀ ବିଦାୟୀ ମ୍ୟାଚ:-

ଲମ୍ବା ଉଚ୍ଚତା, ଆଖି ଉପରେ ଚଷମା, ଛୋଟ ଚୁଟି ଓ ସବୁବେଳେ ହସ ହସ ଚେହେରା, ଯେତେବେଳେ ରନ ଅପ ନିଅନ୍ତି ତେବେ ସାମ୍ନାରେ ଛିଡା ହୋଇଥିବା ବ୍ୟାଟ୍ସମ୍ୟାନ ଚିନ୍ତାରେ ପଡିଯାନ୍ତିକି ସଟ କେମିତି ଓ କେଉଁ ସଟ ଖେଳିବେ…ଏହି ପରିଚୟ ହେଉଛି ଝୁଲଣ ଗୋସ୍ଵାମୀଙ୍କର। ପଶ୍ଚିମ ବଙ୍ଗର ଏହି ଦୃତ ବୋଲର ବର୍ତ୍ତମାନ ମଇଦାନରେ ଭାରତୀୟ ଦଳ ଜର୍ସିରେ ଖେଳୁଥିବାର ନଜର ଆସିବେ ନାହିଁ। ଝୁଲଣ ଶନିବାର ଦିନ କ୍ରିକେଟରୁ ସନ୍ନ୍ୟାସ ନେଇନେଲେ। ସେ ଇଂଲଣ୍ଡ ବିପକ୍ଷରେ ଲର୍ଡସ ମଇଦାନରେ ନିଜର କ୍ୟାରିୟରର ଶେଷ ମ୍ୟାଚ ଖେଳିଛନ୍ତି।

ଇଂଲଣ୍ଡ ଦେଲା ‘ଗାର୍ଡ ଅଫ ଅନର’:-

ଝୁଲଣ ଗୋସ୍ଵାମୀ ଲର୍ଡସର ମଇଦାନରେ ଖେଳାଯାଉଥିବା ଏହି ମ୍ୟାଚରେ ୯ମ ନମ୍ବର ବ୍ୟାଟିଂ କରିବାକୁ ଆସିଥିଲେ। ସେତେବେଳେ ଷ୍ଟାଡିୟମରେ ତାଳି ଶବ୍ଦରେ କମ୍ପିତ ହୋଇଉଠିଲା। ଘରୋଇ ଦଳର ସମସ୍ତ ଖେଳାଳୀ ଦୁଇଟି ଧାଡିରେ ଛିଡା ହୋଇ ତାଙ୍କୁ ‘ଗାର୍ଡ ଅଫ ଅନର’ ଦେଲେ। ଝୁଲଣ ଏହା ଦେଖି ଭାବୁକ ହୋଇଗଲେ ଓ ସେ ବେକ ନୂଆଇଁ ଚାଲିଲେ। ଷ୍ଟାଡିୟମରେ ଥିବା ସମସ୍ତ ଦର୍ଶକ ନିଜ ନିଜର ସିଟରେ ଛିଡା ହୋଇ ତାଳି ବଜାଇଲେ। ଝୁଲଣ ଅଭିବାଦନ ସ୍ଵୀକାର କରି ନିଜର ହାତ ମଧ୍ୟ ଉଠାଇଲେ।

ଖାତା ଖୋଲିପାରିଲେ ନାହିଁ ଝୁଲଣ:-

‘ଚକଦା ଏକ୍ସପ୍ରେସ’ ରେ ପ୍ରସିଦ୍ଧ ଥିବା ଝୁଲଣ ଗୋସ୍ଵାମୀ ନିଜର ଏହି ଶେଷ ଦିନକିଆରେ ଖାତା ଖୋଲିପାରିଲେ ନାହିଁ। ସେ ଫ୍ରିୟା କେମ୍ପ ୪୦ତମ ଓଭରରେ ୫ମ ବୋଲରେ ଆଉଟ କରିଲେ। ଝୁଲଣ ପରେ ବୋଲିଂ କମାଲ ଦେଖାଇଲେ ଓ ୧୦ ଓଭରରେ ତିନୋଟି ମେଡେନ ଦେଇ କେବଳ ୩୦ ରନ ଦେଇ ଦୁଇଟି ୱିକେଟ ନିଜ ନାମରେ କରିଲେ।

ଭାରତ ୩-୦ ରେ ଜିତିଲା ସିରିଜ:-

ଭାରତୀୟ ଦଳ ଝୁଲଣଙ୍କ ଏହି ଫେରୱେଲ ମ୍ୟାଚକୁ ସ୍ମରଣ କରିଦେଲ। ହରମନ ପ୍ରୀତ କୌରଙ୍କ ଅଧିନାୟକତ୍ଵ ଦଳ ଏହି ମ୍ୟାଚକୁ ୧୬ ରନରେ ଜିତିଲା ଓ ୩-୦ ରେ ସିରିଜକୁ ନିଜ ନାମରେ କରିଲା। ଭାରତୀୟ ଦଳ ଏହି ଟସ ହାରି ପ୍ରଥମେ ବ୍ୟାଟିଂ କରି ୪୫.୫ ଓଭରରେ ୧୬୯ ରଣ କରିଲେ। ଘରୋଇ ଦଳ ଇଂଲଣ୍ଡ ୪୩.୩ ଓଭରରେ ୧୫୩ ରନ କରି ଅଲଆଉଟ ହୋଇଗଲେ। ପ୍ଲେୟାର ଅଫ ଦ ମ୍ୟାଚ ରେଣୁକା ସିଂ ମିଳିଲା। ସେ ୨୯ ରନ ଦେଇ ୪ଟି ୱିକେଟ ନେଇଥିଲେ। ଭାରତ ପାଇଁ ଦୀପ୍ତି ଶର୍ମା ସବୁଠାରୁ ଅଧିକ ୬୮ ରନ କରିଲେ। ସେ ୧୦୬ ବଲରେ ୬୮ ରନ କରିଥିଲେ। ଯେଉଁଥିରେ ତାଙ୍କର ୭ଟି ଚୌକା ସାମିଲ ଅଛି। ଓପନର ସ୍ମୃତି ମନ୍ଧନା ୭୯ ବଲରେ ୫୦ ରନର ଯୋଗଦାନ ଦେଇଥିଲେ।

Leave A Reply

Your email address will not be published.