ଦେଖନ୍ତୁ ଭିଡ଼ିଓ : ଅଶ୍ଳୀଳ ଗୀତରେ ପିଲାଙ୍କ ସାମ୍ନାରେ ନାଚିଲେ ଶିକ୍ଷକ,ନିଆଁ ପରି ଭାଇରଲ ହେଉଛି ଭିଡ଼ିଓ

0

Get real time updates directly on you device, subscribe now.

କୋଚିଂ ସେଣ୍ଟର ଏକ ଏମିତି ସ୍ଥାନ ଅଟେ ଯେଉଁଠି ପିଲାମାନଙ୍କୁ ଶିକ୍ଷା ଦିଆଯାଏ। ଶିକ୍ଷକ ପିଲାମାନଙ୍କ ପାଇଁ ଭଗବାନଙ୍କ ରୂପ ହୋଇଥାନ୍ତି। ସେମାନେ ତାଙ୍କର ଭବିଷ୍ୟତ ଗଢନ୍ତି। ତାଙ୍କୁ ସଠିକ ମାର୍ଗଦର୍ଶନ ଦିଅନ୍ତି। କିନ୍ତୁ ଯଦି ଶିକ୍ଷକ ପିଲାମାନଙ୍କ ସାମ୍ନାରେ ଖରାପ ଆଚରଣ କରନ୍ତି ତେବେ ତାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ମଧ୍ୟପ୍ରଦେଶର ମୁରୈନାର କୋଚିଂ କ୍ଳାସ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ କୋଚିଂ ସେଣ୍ଟର ଭିତରେ ଅଶ୍ଳୀଳ ଡ୍ୟାନ୍ସ କରାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଡ୍ୟାନ୍ସ ଜଣେ ଶିକ୍ଷକ କରିଛନ୍ତି।

ଶିକ୍ଷକ କ୍ଳାସରେ କରିଲେ ଡ୍ୟାନ୍ସ:-

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏକ ଶିକ୍ଷକଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଅଛି। ଶିକ୍ଷକ ନିଜ କ୍ଳାସର ପିଲାଙ୍କ ସାମ୍ନାରେ ଖଳନାୟକ ଚଳଚ୍ଚିତ୍ରର ଗୀତ ‘ଚୋଲି କେ ପିଛେ କ୍ଯା ହେ’ ଗୀତରେ ନାଚୁଥିବାର ଦେଖାଯାଉଛି। ଏହି ସମୟରେ ସେ ଏକ ଚୂନି ମୁଣ୍ଡ ଉପରେ ନେଲେ ଓ ମହିଳା ହୋଇ ନାଚିବାକୁ ଲାଗିଲେ। ପରେ ନାଗିନ ଡ୍ୟାନ୍ସ ମଧ୍ୟ କରିଲେ।

ପୋଲିସ ଥାନାକୁ ଡାକିଲେ:-

ଏହି ମାମଲା ଜିବାଜି ଗଞ୍ଜରେ ସଞ୍ଚାଳିତ ବଂସଲ କୋଚିଂ କ୍ଳାସର ବୋଲି କୁହାଯାଉଛି। ଭିଡିଓ ଶିକ୍ଷକ ଦିବସର ଅଟେ। କିନ୍ତୁ ବର୍ତ୍ତମାନ ଭାଇରାଲ ହେବା ପରେ ବହୁତ ବିବାଦ ହୋଇଯାଇଛି। ଗତ ଗୁରୁବାର ଦିନ ଶିକ୍ଷକଙ୍କୁ ପୋଲିସ ପଚରାଉଚରା କରିବା ପାଇଁ ଡ଼ାକିଥିଲା। ପଚରାଉଚରା ପରେ ତାଙ୍କୁ ଛାଡି ଦିଆଯାଇଥିଲା। ଶିକ୍ଷକଙ୍କ କହିବା କଥାକି ସେଦିନ ଗୋଟେ ପିଲାର ଜନ୍ମଦିନ ଥିଲା। ସେଥିପାଇଁ ତାଙ୍କର ଜିଦ ଅନୁସାରେ ମୁଁ ଡ୍ୟାନ୍ସ କରିଥିଲି। ତାଙ୍କୁ କୌଣସି ଅନ୍ଦାଜ ନଥିଲାକି ଏହି ଜିନିଷ ଏତେ ବଡ ବିବାଦ ହୋଇଯିବ।

ଛାତ୍ରଙ୍କର ଜନ୍ମଦିନ ଥିଲା ସେଥିପାଇଁ ନାଚିଲି:-

ସିଟି କୋତବାଲି ଥାନା ପ୍ରଭାରୀ ଯୋଗେନ୍ଦ୍ର ସିଂ ଜାଦୌନ ଏହି ବିଷୟରେ ସୂଚନା ଦେଇଛନ୍ତି। ସେ କହିଲେକି କୋଚିଂରେ ଶିକ୍ଷକ ଡ୍ୟାନ୍ସ କରିବାର ଅଭିଯୋଗ ମିଳିଥିଲା। କୋଚିଂ ସଞ୍ଚାଳକଙ୍କୁ ପଚରାଉଚରା କରାଯାଇଛି। ସେ କହିଲେକି ପିଲାଙ୍କ ଜିଦ ଓ ଜନ୍ମଦିନ ପାଇଁ ଡ୍ୟାନ୍ସ କରିଥିଲି। ବର୍ତ୍ତମାନ ଆମେ ମାମଲାର ଯାଞ୍ଚ କରୁଅଛୁ। ପୁଣି ତଥ୍ୟର ଆଧାରରେ ଆଗକୁ କାର୍ଯ୍ୟାନୁଷ୍ଠାନ କରାଯିବ।

ବ୍ଲକ ସଂଶାଧନ କେନ୍ଦ୍ର(ବିଆରସି)ର ଶିବରାଜ ଶର୍ମା ଶିକ୍ଷକଙ୍କ ନାଚରେ ଆପତ୍ତି ଜଣାଇଲେ। ସେ କହିଲେକି ଶିକ୍ଷକଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି। ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଏକ ଗରିମା ହେବା ଉଚିତ। ଆମେ ଏକ ମାମଲାର ଯାଞ୍ଚ କରାଇବୁ। ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଶିକ୍ଷକଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। ଆଉ କିଛି ଶିକ୍ଷକଙ୍କୁ ସହଯୋଗ କରିବା ସହିତ କହିଲେକି ପଢା ଲେଖା ସହିତ ସାମାନ୍ୟ ମଜା-ମସ୍ତି ଆବଶ୍ୟକ। ଯାହାଫଳରେ ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ ଦୃଢ ହେବ।

ଏଠାରେ ଦେଖନ୍ତୁ ଶିକ୍ଷକଙ୍କର ଡ୍ୟାନ୍ସ:-

Leave A Reply

Your email address will not be published.