୯ ବର୍ଷ ପର୍ଯ୍ୟନ୍ତ କଲା ଝିଅକୁ ବଳାତ୍କାର, କଲା ନିଜ ପିଲାର ମା, ତାପରେ ପୀଡ଼ିତା ଏହିପରି ନେଲା ଅତ୍ୟାଚାରୀ ବାପାଠାରୁ ପ୍ରତିଶୋଧ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଜଣେ ବାପା ଏବଂ ଝିଅର ସମ୍ପର୍କ ବହୁତ୍ ପବିତ୍ର ବୋଲି କୁହାଯାଏ । ବାପା ପ୍ରତି ମୁହୂର୍ତ୍ତରେ ନିଜ ଝିଅକୁ ରକ୍ଷା କରିଥାଏ । କିନ୍ତୁ ସେତେବେଳେ କଣ୍ ହେବ, ଯେତେବେଳେ ଜଣେ ରକ୍ଷକ ବାପା ହିଁ ଭକ୍ଷକ ସଇତାନ ପାଲଟିଯିବ ? ଏହିପରି କିଛି ଉତ୍ତରପ୍ରଦେଶର ବାରାଣସି ଜିଲ୍ଲାରେ ହୋଇଛି । ଏଠାରେ ଜଣେ ବାପା ନିଜ ଝିଅ ସହ 9 ବର୍ଷ ପର୍ଯ୍ୟନ୍ତ ଦୁଷ୍କର୍ମ କଲା । କେବଳ ଏତିକି ନୁହେଁ, ତାକୁ ଥରେ ଗର୍ଭବତୀ କରି ପିଲା ମଧ୍ୟ ଜନ୍ମ କରାଇଲା । ପରେ ଯେତେବେଳେ ପୀଡ଼ିତା ଅନୁଭବ କଲେ ଯେ ତାଙ୍କ ସହ ଯେତେ ଭୁଲ ହେଉଛି, ସେତେବେଳେ ସେ ଥାନାକୁ ଆସି ପୋଲିସକୁ ସବୁ ଘଟଣା କହିଦେଲେ ।

9 ବର୍ଷ ପର୍ଯ୍ୟନ୍ତ ବାପା କଲା ଝିଅକୁ ବଳାତ୍କାର :-

ପୀଡ଼ିତା କହିଛନ୍ତି ଯେ ସେ ନିଜ ସାବତ ବାପା, ମା ଏବଂ ସାବତ ଭାଇ ଭଉଣୀଙ୍କ ସହ ରୁହନ୍ତି । ତାଙ୍କ ବାପା ଗତ 9 ବର୍ଷ ଧରି ତାଙ୍କୁ ବଳାତ୍କାର କରୁଛନ୍ତି । ଏହାର ଆରମ୍ଭ ସେତେବେଳେ ହେଲା, ଯେତେବେଳେ ସେ ଦିନେ ଝିଅକୁ ରୁମରେ ଏକୁଟିଆ ଦେଖିଲା । ସେତେବେଳେ ଦୁଷ୍କର୍ମ ସମୟରେ ସେ ଗୋଟେ ଭିଡିଓ ମଧ୍ୟ କରିନେଲା । ତାପରେ ସେ ଭିଡିଓ ଦ୍ଵାରା ବଦନାମ କରିବାର ଧମକ ଦେଇ କିମ୍ବା କୌଣସି ନିଶାଦ୍ରବ୍ୟ ଖୁଆଇ ଝିଅ ସହ ବଳାତ୍କାର କରି ଚାଲିଲା ।

ପୋଲିସ ବାପାର ପରିଚୟ ସୁବାଷ ଚନ୍ଦ୍ର ପୁଷ୍ପକର ଭାବରେ ଚିହ୍ନଟ କରିଛି । ଗତ ଶୁକ୍ରବାର ଦିନ ତାକୁ ପ୍ରୟାଗରାଜ ଜିଲ୍ଲାର ଶିବକୁଟି ଥାନାର ସଲୋରି ଚାନ୍ଦପୁରରୁ ଧରି ଗିରଫ କରାଯାଇଛି । ପୀଡ଼ିତା ନିଜ ସାବତ ବାପା ବିରୋଧରେ ଚୌବେପୂର୍ ଥାନାରେ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ ଅନୁଯାୟୀ, ତାଙ୍କ ବାପା ଫୁଲ ମାଳ ବିକ୍ରି କରିବା ଏବଂ ଗାଡ଼ି ଚଳାଇବା କାମ କରନ୍ତି । ସେ ନିଜ ସହ ହୋଇଥିବା ଦୁଷ୍କର୍ମ ବିଷୟରେ ସାବତ ମା ଏବଂ ସାବତ ଭାଇ ଭଉଣୀଙ୍କୁ ମଧ୍ୟ କହିଥିଲେ, କିନ୍ତୁ କେହି ବି ତାଙ୍କୁ ସାହାଯ୍ୟ କଲେନାହିଁ ।

ଝିଅ ଏହିପରି ନେଲା ଅତ୍ୟାଚାରୀ ବାପା ଠାରୁ ପ୍ରତିଶୋଧ :-

ସାବତ ବାପା ନିଜ ଝିଅକୁ ଗର୍ଭବତୀ ମଧ୍ୟ କରିଦେଇଛି । ତାର ଯେତେବେଳେ ପିଲା ଜନ୍ମ ହେଲା, ସେତେବେଳେ ତାକୁ ଚୌବେପୂର୍ ସ୍ଥିତ ଗୋଟେ ସଂସ୍ଥାକୁ ପଠାଇ ଦିଆଗଲା । ତେବେ ପିଲା ହେବା ପରେ ମଧ୍ୟ ସାବତ ବାପା ନିଜ ଖରାପ କାମକୁ ଛାଡି ନଥିଲା । ଏପରିକି ତାର ଗୋଟେ ପୁଅର ମୃତ୍ୟୁ ହେବା ପରେ ମଧ୍ୟ ସେ ଝିଅ ସହିତ ଦୁଷ୍କର୍ମ କରି ଚାଲିଲା । ବାପା ଝିଅକୁ ଚୌବେପୂର୍ ସ୍ଥିତ ଗୋଟେ ସଂସ୍ଥାରେ କାମ କରିବାପାଇଁ ଛାଡି ଦେଇଥିଲା । ଏଠାରେ ଘରୁ ବାହାରିବା ପରେ ତାଙ୍କୁ ଅନୁଭବ ହେଲା ଯେ ତାଙ୍କ ସହ ବାପା ଯେତେ ଭୁଲ କାମ କରିଛନ୍ତି । ତାପରେ ସେ ବାପା ଠାରୁ ପ୍ରତିଶୋଧ ନେବାପାଇଁ ସ୍ଥିର କଲେ ଏବଂ ଥାନାରେ ଯାଇ ଅଭିଯୋଗ କଲେ ।

ଯେତେବେଳେ ଅଭିଯୁକ୍ତ ବାପା ଜାଣିଲା ଯେ ଝିଅ ତା ବିରୋଧରେ ଥାନାରେ ଅଭିଯୋଗ କରିଛି, ସେତେବେଳେ ସେ ସୋସିଆଲ ମିଡିଆରେ ଝିଅକୁ ଆପତ୍ତିଜନକ ମେସେଜ ପଠାଇ ଧମକ ଦେବାକୁ ଲାଗିଲା । କେବଳ ଏତିକି ନୁହେଁ ସେ ଝିଅକୁ କିଡନାପ କରିବାକୁ ମଧ୍ୟ ପ୍ଲାନ୍ କଲା । ତେବେ ସେ ନିଜ ଝିଅକୁ କିଡନାପ କରିବାରେ ଅସଫଳ ହେଲା । ଏହାମଧ୍ୟରେ ପୋଲିସ ତାକୁ ଧରିନେଲା । ବାପାକୁ ଗିରଫ କରିବାପରେ ଝିଅ ବହୁତ୍ ଖୁସି ଅଛି । ବର୍ତ୍ତମାନ ସେ ସେହି ଦିନକୁ ଅପେକ୍ଷା କରିଛି, ଯେତେବେଳେ କୋର୍ଟ ବାପାକୁ କଠୋର ଦଣ୍ଡ ଦେବ । ବର୍ତ୍ତମାନ ସେ ନ୍ୟାୟ ଚାହୁଁଛି ।

Leave A Reply

Your email address will not be published.