ଭାରତ ବନାମ ଅଷ୍ଟ୍ରେଲିଆ ଦ୍ଵିତୀୟ ଟି-୨୦: ଅକ୍ଷରଙ୍କ କମାଲ, ପୁଣି ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ…ପଢନ୍ତୁ ୮-୮ ଓଭର ମ୍ୟାଚରେ ଭାରତ କିପରି ଅଷ୍ଟ୍ରେଲିଆକୁ ପରାସ୍ତ କଲା

0

Get real time updates directly on you device, subscribe now.

ଭାରତୀୟ ଦଳ ଶାନଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆଙ୍କୁ ଦ୍ଵିତୀୟ ଟି-୨୦ ମୁକାବିଲାରେ ୬ୱିକେଟରେ ପରାଜୟ କରିଛି। ଏହି ବିଜୟ ସହିତ ଭାରତ ସିରିଜକୁ ୧-୧ରେ ବାରବାର କରିଦେଇଛି। ନାଗପୁରରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଭାରତକୁ ୮ ଓଭରରେ ୯୧ ରନର ଲକ୍ଷ୍ୟ ଦେଇଥିଲା। ଯାହାକୁ ଭାରତୀୟ ଦଳ ଶେଷ ୪ ବଲ ବାକି ଥାଉ ଥାଉ ବିଜୟ ହାସିଲ କରିନେଲା। ଭାରତୀୟ ଦଳର ବିଜୟରେ ଅଧିନାୟକ ରୋହିତ ଶର୍ମା ଓ ଅକ୍ଷର ପଟେଲ ମୁଖ୍ୟ ଭୂମିକା ନିଭାଇଲେ।

ଅକ୍ଷର ପଟେଲ ବଲ ସାହାଯ୍ୟରେ କରିଲେ ଧମାଲ:-

ଆଉଟଫିଲ୍ଡ ଓଦା ହୋଇଥିବା କାରଣରୁ ମ୍ୟାଚ ୮-୮ ଓଭରର ଖେଳାଯାଇଥିଲା, ଯାହାଫଳରେ ମୁକାବିଲାର ରୋମାଞ୍ଚ ଆହୁରି ବଢିଗଲା। ଟସ ହାରି ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ଆରମ୍ଭରୁ ଚାପରେ ଦେଖାଗଲା। ଦ୍ଵିତୀୟ ଓଭରରେ ସେ କ୍ୟାମରନ ଗ୍ରୀନ ୫ ରନ ଓ ଗ୍ଲେନ ମ୍ୟାକ୍ସୱେଲଙ୍କୁ ୦ ରେ ଆଉଟ କରିଦେଇଥିଲେ। ଗ୍ରୀନଙ୍କୁ ବିରାଟ କୋହଲି ରନ ଆଉଟ କରିଥିଲେ। ସେହିପରି ମ୍ୟାକ୍ସୱେଲଙ୍କୁ ଅକ୍ଷର ନିଜର ସ୍ପିନ ଜାଲରେ ଫସାଇଦେଲେ। ଅକ୍ଷର ଏହାପରେ ଟିମ ଡେଭିଡଙ୍କୁ ୨ ରନରେ ଆଉଟ କରି କଙ୍ଗାରୁ ଦଳକୁ ତୃତୀୟ ଝଟକା ଦେଲେ।

ମେଥ୍ଯୁ ୱେଡ ରକ୍ଷା କରିଲେ ଅଷ୍ଟ୍ରେଲିଆର ଲାଜ:-

ପୁଣି ଶାନଦାର ବ୍ୟାଟିଂ ଅଧିନାୟକ ୩୧ ରନରେ ଖେଳୁଥିବା ଏରୋନ ଫିଞ୍ଚଙ୍କୁ ବୁମରାହ ଆଉଟ କରିଦେଲେ। ଯେଉଁଥିରେ ଅଷ୍ଟ୍ରେଲିଆର ସ୍କୋର ଚାରି ୱିକେଟରେ ୪୬ ରନ ହୋଇଗଲା। ଏମିତି ଲାଗୁଥିଲାକି ଅଷ୍ଟ୍ରେଲିଆ ଦଳ ଭାରତକୁ ୮୦ ରନ ପାଖାପାଖି ଟାର୍ଗେଟ ଦେବ, କିନ୍ତୁ ମେଥ୍ଯୁ ୱେଡଙ୍କ ଉଦ୍ଦେଶ୍ୟ କିଛି ଅଲଗା ଥିଲା। ୱେଡ ଆଠ ଓଭରରେ ହର୍ଷଲ ପଟେଲଙ୍କୁ ତିନୋଟି ଛକା ପିତିଳେ, ଯେଉଁଥିରେ କଙ୍ଗାରୁ ଦଳ ପାଞ୍ଚ ୱିକେଟରେ ୯୦ ରନ କରିବାରେ ସଫଳ ହେଲା। ୱେଡ ୨୦ ବଲରେ ୪୩ ରନ ଦେଇ ନଟଆଉଟ ରହିଲେ। ଯେଉଁଥିରେ ଚାରୋଟି ଚୌକା ଓ ତିନୋଟି ଛକା ମଧ୍ୟ ସାମିଲ ଥିଲା। ଷ୍ଟିଭ ସ୍ମିଥ ୮ ରନ ଇନିଙ୍ଗ୍ସ ଖେଳି ଶେଷ ବଲରେ ରନଆଉଟ ହୋଇଗଲେ।

ଅଷ୍ଟ୍ରେଲିଆ ଇନିଙ୍ଗ୍ସ(୯୦/୫):

ପ୍ରଥମ ଓଭର – ୧୦ ରନ, ୧୦/୦

ଦ୍ଵିତୀୟ ଓଭର – ୯ ରନ, ୧୯/୨

ତୃତୀୟ ଓଭର – ୧୨ ରନ, ୩୧/୨

ଚତୁର୍ଥ ଓଭର – ୪ ରନ, ୩୫/୩

ପଞ୍ଚମ ଓଭର – ୧୧ ରନ, ୪୬/୪

ଷଷ୍ଠ ଓଭର – ୧୩ ରନ, ୫୯/୪

ସପ୍ତମ ଓଭର – ୧୨ ରନ, ୭୧/୪

ଅଷ୍ଟମ ଓଭର – ୧୯ ରନ, ୯୦/୫

ଜାମ୍ପା ବଢାଇଦେଲେ ଭାରତୀୟ ଦଳର ଟେନସନ:-

୯୧ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ଏକ ଧମାକାଦାର ଇନିଙ୍ଗ୍ସରୁ ଆରମ୍ଭ କରିଥିଲା। ଜୋଶ ହେଜଲେଉଡଙ୍କ ପ୍ରଥମ ଓଭରରେ ରୋହିତ ଶର୍ମା ଦୁଇଟି ଏବଂ କେଏଲ ରାହୁଲ ଗୋଟିଏ ଛକା ମାରିଥିଲେ। ରାହୁଲ ପ୍ରାରମ୍ଭକୁ ଏକ ବଡ଼ ଇନିଂସରେ ପରିଣତ କରିପାରି ନଥିଲେ ଏବଂ ତୃତୀୟ ଓଭରର ପଞ୍ଚମ ବଲରେ ଆଡମ ଜାମ୍ପାଙ୍କ ଶିକାର ହୋଇଥିଲେ। ତା’ପରେ କେ.ଏଲ ରାହୁଲଙ୍କ ଆଉଟ ହେବା ପରେ ଭାରତୀୟ ଇନିଂସ ସାମାନ୍ୟ ବିଚଳିତ ହୋଇଥିଲା ଏବଂ ସେ କ୍ରମାଗତ ବଲରେ କୋହଲି ୧୧ ରନ ଏବଂ ସୂର୍ଯ୍ୟ କୁମାର ଯାଦବ 0ରେ ଆଉଟ କରିଥିଲେ ଓ ଭାରତୀୟ ଦଳର ସ୍କୋର ୫୫ ରେ ନେଇଥିଲେ। କୋହଲି ଏବଂ ସୂର୍ଯ୍ୟ ମଧ୍ୟ ଆଡମ ଜାମ୍ପାଙ୍କ ଦ୍ୱାରା ଆଉଟ ହୋଇଥିଲେ।

ରୋହିତ-କାର୍ତ୍ତିକ ମ୍ୟାଚ ଜିତାଇଲେ:-

ଏହା ପରେ ରୋହିତ ଏବଂ ହାର୍ଦ୍ଦିକଙ୍କ ମଧ୍ୟରେ ୨୨ ରନର ପାର୍ଟନରସିପ ହୋଇଥିଲା | ୧୦ ରନ ସ୍କୋର କରିବା ପରେ ପ୍ୟାଟ କମିନ୍ସଙ୍କ ଓଭରରେ ଆରୋନ ଫିଞ୍ଚଙ୍କ ଦ୍ଵାରା କ୍ୟାଚ ଦେଇ ଆଉଟ ହୋଇ ହୋଇଯାଇଥିଲେ। ହାର୍ଦ୍ଦିକ ଆଉଟ ହେବା ପରେ ଭାରତକୁ ସାତୋଟି ବଲରେ ୧୪ ରନ ସ୍କୋର କରିବାକୁ ପଡିଲା। ରୋହିତ ସପ୍ତମ ଓଭରର ଶେଷ ବଲରେ ଚାରୋଟି ଛକା ମାରିଥିଲେ, ଯେଉଁଥିପାଇଁ ଭାରତୀୟ ଦଳର ରାସ୍ତା ସହଜ ହୋଇଯାଇଥିଲା। ଶେଷ ଓଭରରେ ଜିତିବା ପାଇଁ ଭାରତକୁ ୩ ରନ ସ୍କୋର କରିବାକୁ ପଡୁଥିଲା, କିନ୍ତୁ ଦୀନେଶ କାର୍ତ୍ତିକ ୧୦ ରନ କରି ପ୍ରଥମ ଦୁଇଟି ବଲରେ ଛକା ଓ ତାପର ବଲରେ ଚାରି ମାରି ଦଳକୁ ଜିତାଇଥିଲେ। ରୋହିତ ଶର୍ମା ୨୦ଟି ବଲରେ ୪୬ ରନ କରିଥିଲେ, ଯେଉଁଥିରେ ଚାରୋଟି ଛକା ଏବଂ ଚାରୋଟି ଚୌକା ଥିଲା।

ଭାରତ ଇନିଙ୍ଗ୍ସ(୯୨/୪):

ପ୍ରଥମ ଓଭର – ୨୦ ରନ, ୨୦/୦

ଦ୍ଵିତୀୟ ଓଭର – ୧୦ ରନ, ୩୦/୦

ତୃତୀୟ ଓଭର – ୧୦ ରନ, ୪୦/୧

ଚତୁର୍ଥ ଓଭର – ୧୧ ରନ, ୫୧/୧

ପଞ୍ଚମ ଓଭର – ୭ ରନ, ୫୮/୩

ଷଷ୍ଠ ଓଭର – ୧୧ ରନ, ୬୯/୩

ସପ୍ତମ ଓଭର – ୧୩ ରନ, ୮୨ /୪

ଅଷ୍ଟମ ଓଭର – ୧୦* ରନ, ୯୨/୪

ରୋହିତ ଶର୍ମା ମ୍ୟାଚ ଜିତାଇବା ଇନିଙ୍ଗ୍ସ ଖେଳିବା ପରେ କହିଲେକି ସେ ନିଜର ଇନିଙ୍ଗ୍ସ ପାଇଁ ମଧ୍ୟ ବହୁତ ଆଶ୍ଚର୍ଯ୍ୟ। ରୋହିତ କହିଲେକି,’ଏହିପରି ହିଟ କରିବି ବୋଲି ଆଶା ନଥିଲା, ଖୁସି ଅଛି ଆଜି ଏମିତି ଇନିଙ୍ଗ୍ସ ଖେଳିଲି। ମୁଁ ବିଗତ ୮-୯ ମାସରୁ ଖେଳୁଅଛି। ଆପଣ ବାସ୍ତବରେ ଏଥିରେ କିଛି ପ୍ଳାନ କରିପାରିବେ ନାହିଁ, ଏହା ବହୁତ ଛୋଟ ଖେଳ। ବୋଲରଙ୍କ ପାଖରେ ବୋଲିଂ କରିବା ପାଇଁ ବହୁତ କିଛି ଥିଲା ଓ ଆମେ ଭଲ ବୋଲିଂ କରିଲୁ। ବର୍ତ୍ତମାନ ୨୫ ସେପ୍ଟେମ୍ବରରେ ହାଇଦ୍ରାବାଦରେ ସିରିଜର ତୃତୀୟ ଏବଂ ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ବିଜେତା ଦଳ ସିରିଜ ଉପରେ କବଡା କରିନେବ।

Leave A Reply

Your email address will not be published.