ପୁରୁଷମାନଙ୍କ ମଧ୍ୟରେ ନପୁଂସକତାର କାରଣ ହୋଇପାରେ ହାଇ କୋଲେଷ୍ଟ୍ରଲ, ତୁରନ୍ତ ସୁଧାରି ନିଅନ୍ତୁ ଏହି ଭୁଲ,ନହେଲେ ପରେ ମେଡିକାଲ ଦୌଡୁଥିବେ
ଆମ ଶରୀର ପାଇଁ କୋଲେଷ୍ଟ୍ରଲ ବହୁତ୍ ଜରୁରୀ ବୋଲି କୁହାଯାଏ । କୋଲେଷ୍ଟ୍ରଲ ଲିଭରରେ ତିଆରି ହେଉଥିବା ମୋମ ପରି ଜିନିଷ ହୋଇଥାଏ, ଯାହା ଅନେକ ପ୍ରକାରର କାମ କରିଥାଏ । ଆମ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଥାଏ, ଗୁଡ କୋଲେଷ୍ଟ୍ରଲ ଏବଂ ବ୍ୟାଡ କୋଲେଷ୍ଟ୍ରଲ । ଗୁଡ କୋଲେଷ୍ଟ୍ରଲ ଆମ ଶରୀରରେ ଅନେକ ପ୍ରକାରର କାମ କରିଥାଏ, ଯେପରି ହର୍ମନ୍ସ ଉତ୍ପାଦନ କରିବା ଇତ୍ୟାଦି । ସେହିପରି ବ୍ୟାଡ କୋଲେଷ୍ଟ୍ରଲକୁ ଶରୀର ପାଇଁ ଖରାପ କୁହାଯାଏ ।
ଶରୀରରେ ବ୍ୟାଡ କୋଲେଷ୍ଟ୍ରଲର ପରିମାଣ ବଢିବା ଦ୍ଵାରା ଏହା ରକ୍ତ ବାହିକାରେ ଜମିବା ଆରମ୍ଭ ହୋଇଯାଏ ଏବଂ ଧୀରେ ଧୀରେ ଏହା କୋଲେଷ୍ଟ୍ରଲ ଆର୍ଟରିଜରେ ଜମିବାକୁ ଲାଗେ ଏବଂ ଏହା ସଙ୍କୁଚିତ ହେବାକୁ ଲାଗେ । ଯାହା ଦ୍ଵାରା ବ୍ଲଡ ଫ୍ଲୋ ଅଟକିଯାଏ । ଏହି କାରଣରୁ ହାର୍ଟ ଆଟାକ ଓ ଷ୍ଟ୍ରୋକର ବିପଦ ବହୁତ୍ ଅଧିକ ବଢିଯାଏ । ଶରୀରରେ କୋଲେଷ୍ଟ୍ରଲ ଲେଭଲ ବଢିବା ଦ୍ଵାରା ଅନେକ ପ୍ରକାରର ରୋଗର ସାମ୍ନା କରିବାକୁ ପଡ଼ିଥାଏ, ଯେଉଁ ମଧ୍ୟରୁ ଗୋଟିଏ ହେଉଛି ନପୁଂସକତା କିମ୍ବା ଯାହାକୁ ଇରେକଟାଇଲ ଡିସଫଙ୍କସନ୍ ମଧ୍ୟ କୁହାଯାଏ ।
କୋଲେଷ୍ଟ୍ରଲର ସମସ୍ୟାରୁ ମୁକ୍ତି ପାଇବାପାଇଁ ଜରୁରୀ ଅଟେ ଯେ ଆପଣ ନିଜ ଲାଇଫଷ୍ଟାଇଲରେ କିଛି ପରିବର୍ତ୍ତନ କରନ୍ତୁ । ଆଜି ଆମେ ସେହି ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛୁ ।
ସ୍ମୋକିଙ୍ଗ ଛାଡ଼ନ୍ତୁ :-
ସିଗାରେଟରେ ଏପରି ଅନେକ ପଦାର୍ଥ ରହିଥାଏ, ଯାହା ହାର୍ଟ ପାଇଁ ବିପଜ୍ଜନକ ହୋଇଥାଏ । ସ୍ମୋକିଙ୍ଗ କରିବା ଦ୍ୱାରା ଆମ ଫୁସଫୁସରେ କାର୍ବନ ମନୋକସାଇଡ ପ୍ରବେଶ କରିଥାଏ, ଯାହା ଆମ ରକ୍ତରେ ମିଶିଯାଏ । ରକ୍ତରେ କାର୍ବନ ମନୋକସାଇଡ ପ୍ରବେଶ କରିବା ପରେ ନାଲି ରକ୍ତକୋଷରୁ ଅକ୍ସିଜେନ ଶେଷ ହେବାକୁ ଲାଗେ, ଯାହା ଦ୍ଵାରା ଆମ ଅଙ୍ଗ ଏବଂ ଟିଶୁକୁ ବହୁତ୍ କମ ଅକ୍ସିଜେନ ମିଳିଯାଏ ।
ମଦ୍ୟପାନ ବନ୍ଦ୍ କରନ୍ତୁ :-
ଯଦି ଆପଣ କୋଲେଷ୍ଟ୍ରଲର ଲେଭଲକୁ କମ୍ କରିବାକୁ ଚାହୁଁଛନ୍ତି, ତେବେ ମଦ ଛାଡ଼ିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ମଦ୍ୟପାନ ନ କରିବା ଦ୍ୱାରା ଆପଣଙ୍କ ହାର୍ଟ ହେଲ୍ଥ ସୁସ୍ଥ ରୁହେ ଏବଂ ଏହାଦ୍ବାରା ହୃଦ ସମ୍ବନ୍ଧୀୟ ଯେକୌଣସି ପ୍ରକାରର ରୋଗ ସହ ଲଢ଼ିବାରେ ସାହାଯ୍ୟ ମିଳିଥାଏ ।
ପ୍ରତିଦିନ କରନ୍ତୁ ଏକ୍ସରସାଇଜ :-
କୋଲେଷ୍ଟ୍ରଲ ଲେଭଲକୁ କମ୍ କରିବାପାଇଁ ଏକ୍ସରସାଇଜ ଆପଣଙ୍କର ବହୁତ୍ କାମରେ ଆସିପାରେ । ଜର୍ଣାଲ ଅଫ ଓବେସିଟିରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଯେତେବେଳେ ମୋଟା ଏବଂ ଅଧିକ ଓଜନର ଲୋକ କମ୍ କୋଲେଷ୍ଟ୍ରଲ ଥିବା ଖାଦ୍ୟ ସେବନ କରି ଜଗୀଙ୍ଗ ଏବଂ ୱର୍କକୁ ନିଜ ଡେଲି ରୁଟିନରେ ସାମିଲ କଲେ, ସେତେବେଳେ ସେମାନଙ୍କ ଟୋଟଲ କୋଲେଷ୍ଟ୍ରଲର ଲେଭଲରେ ପରିବର୍ତ୍ତନ ହେଲା ।
ପୁରୁଷମାନଙ୍କ ମଧ୍ୟରେ ନପୁଂସକତାର ଅନେକ କାରଣ ହୋଇପାରେ, ଯେଉଁଥିରେ ଆପଣଙ୍କ ଖରାପ ହାର୍ଟ ହେଲ୍ଥ ମଧ୍ୟ ସାମିଲ ରହିଛି । ଶରୀରରେ କୋଲେଷ୍ଟ୍ରଲର ଲେଭଲ ବଢିବା ଦ୍ଵାରା ଅନେକ ପ୍ରକାରର ରୋଗ ସହ ହାର୍ଟ ଡିଜିଜର ସମ୍ଭାବନା ବଢିଯାଏ, ଯାହା ପୁରୁଷମାନଙ୍କ ମଧ୍ୟରେ ନପୁଂସକତାର କାରଣ ହୋଇପାରେ ।