ନିଜ ପାର୍ଟନରଙ୍କ ନିକଟରେ ଏଭଳି ଲକ୍ଷଣ ଦେଖୁଛନ୍ତି କି ? ତେବେ ଯଥାଶୀଘ୍ର କରିନିଅନ୍ତୁ ବ୍ରେକଅପ । ନହେଲେ ଆପଣଙ୍କ ଜୀବନ ଆଗକୁ ନଷ୍ଟ ହୋଇ ଯାଇପାରେ ।

0

Get real time updates directly on you device, subscribe now.

ବନ୍ଧୁତା ହେଉ କିମ୍ବା ସହଭାଗୀତା, ପ୍ରତ୍ୟେକ ସମ୍ପର୍କରେ ସର୍ବଦା ଟିକିଏ ଦ୍ୱନ୍ଦ ରହିଥାଏ । ବେଳେବେଳେ ଏହି ଦ୍ଵନ୍ଦ ଏତେ ବଢ଼ିଯାଏ ଯେ, ଯେଉଁ କାରଣରୁ ବ୍ରେକଅପ୍, ସମ୍ପର୍କ ଭାଙ୍ଗିବା ଭଳି ସମସ୍ୟା ଆସିଥାଏ । ଯଦି ଆପଣ କୌଣସି ସମ୍ପର୍କରେ ଥିବା ସମୟରେ ଏହି ଭୁଲ୍ କରନ୍ତି, ଏହା ଆପଣଙ୍କ ଉପରେ ଭାରି ପଡ଼ିପାରେ । ଏମିତି ବି ହୋଇପାରେ ଆପଣ ଯେଉଁ କଥାକୁ ଛୋଟ ବୋଲି ଭାବୁଛନ୍ତି, ତାହା ଆପଣଙ୍କ ସମ୍ପର୍କର ସମାପ୍ତ ହେବାର କାରଣ ହୋଇପାରେ । ପ୍ରାୟତଃ ସତରେ ଭଲ ପାଉଥିବା ମଣିଷ ଟେ ଦୀର୍ଘ ସମୟ ଧରି ସମ୍ପର୍କ ବଜାୟ ରଖିବାକୁ ଚାହିଁଥାଏ । କିନ୍ତୁ ସାଥୀ ମଧ୍ୟ ସମ ପରିମାଣରେ ଭାଗୀଦାର ହେବା ଦରକାର । ତେଣୁ ଏହି ଛୋଟ ଜିନିଷଗୁଡ଼ିକର ଧ୍ୟାନ ରଖିବା ଉଚିତ୍ । ତେଣୁ ଯଦି ଆପଣ ଆପଣଙ୍କ ସାଥିଙ୍କ ନିକଟରେ ଏସବୁ ଲକ୍ଷଣ ସବୁ ଦେଖୁଛନ୍ତି ତେବେ ସମୟ ରହିତେ ହିଁ ସେମାନଙ୍କ ଠାରୁ ସମ୍ପର୍କ କାଟିନେବା ଉଚିତ୍ । ନହେଲେ ପରେ ଆପଣଙ୍କ ଉପାରେ ହିଁ ଏହାର ପ୍ରଭାବ ପଡ଼ିପାରେ ଆଉ ଆପଣ ଭାଙ୍ଗି ଯାଇ ପାରନ୍ତି ।

୧. ଅପଣଙ୍କୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା :- ଯଦି ଆପଣଙ୍କ ସାଥୀ ସର୍ବଦା ଆପଣଙ୍କୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛି ତେବେ ବୁଝି ନିଅନ୍ତୁ ଅଗକୁ ମଧ୍ୟ ସେ ଏହା ହିଁ କରିବ । ଆପଣଙ୍କ ଇଚ୍ଛା ଓ ଅନିଚ୍ଛାକୁ ସେ କେବେହେଲେ ସମ୍ମାନ ଦେବ ନାହିଁ କିମ୍ବା ରଖିବ ନାହିଁ ।

୨. ମୂଲ୍ୟ ନ ବୁଝିବା :- ଯଦି ଆପଣଙ୍କ ପାର୍ଟନର ତାଙ୍କ ଜୀବନରେ ଆପଣଙ୍କ ମହତ୍ତ୍ଵ କେତେ ନ ବୁଝେ କିମ୍ବା ଖାତିର କରି ନଥାଏ ତେବେ ଆପଣ ମଧ୍ୟ ବୁଝିଯିବେ ଯେ ଭବିଷ୍ୟତରେ ମଧ୍ୟ ଆପଣଙ୍କ ପାର୍ଟନର ଆପଣଙ୍କୁ କେବେହେଲେ ସ୍ପେସିଆଲ୍ ଫିଲ୍ କରାଇବା ନାହିଁ । ଯାହା ଫଳରେ ଧୀରେ ସମ୍ପର୍କରେ ଦୂରତା ଆସିବା ଆରମ୍ଭ ହୋଇଥାଏ ।

୩. ଆପଣଙ୍କୁ ଛାଡ଼ି ଅନ୍ୟ ପଛରେ ପଡ଼ିବା :- ତେବେ ଏଠି ଯଦି ଆପଣଙ୍କ ସାଥୀ ଆପଣଙ୍କୁ ଛାଡ଼ି ଅନ୍ୟ କାହା ସହ ଟାଇମ୍ ସ୍ପେଣ୍ଡ କରୁଛନ୍ତି କିମ୍ବା ଆପଣଙ୍କର ସାଥୀ ଯଦି ଅନ୍ୟସହ ଫ୍ଲର୍ଟିଂ କରୁଛି । ତେବେ ଜାଣି ନିଅନ୍ତୁ ସେ ଆପଣଙ୍କୁ ସତରେ ଭଲ ପାଉ ନାହାଁନ୍ତି । ଭବିଷ୍ୟତରେ ସେ ଆପଣଙ୍କୁ ପ୍ରତାରଣା କରି ପାରନ୍ତି ଓ ଅନ୍ୟ ଜଣଙ୍କ ପ୍ରତି ମଧ୍ୟ ଆକର୍ଷିତ ହୋଇ ପାରନ୍ତି । ତେଣୁ ଏଭଳି ସଙ୍କେତ ପାଇଲେ ସେ ସମ୍ପର୍କକୁ ଖୁବ୍ ଶୀଘ୍ର ଭାଙ୍ଗିଦିଅନ୍ତୁ ।

୪. ଅନ୍ୟମାନଙ୍କ ଆଗରେ ନିଚା ଦେଖାଇବାକୁ ଚେଷ୍ଟା କରିବା :- ତେବେ ଯଦି ଆପଣଙ୍କ ପାର୍ଟନର ଆପଣଙ୍କୁ ବାହାର ଲୋକଙ୍କ ଆଗରେ ଆପଣଙ୍କ ବ୍ୟକ୍ତିତ୍ଵ, ଶରୀର ଗଠନ କିମ୍ବା ଆପଣଙ୍କ ଦୁର୍ବଳତାକୁ ନେଇ ଅନ୍ୟଙ୍କ ସାମ୍ନାରେ କଟାକ୍ଷ କରି କହୁଛି କିମ୍ବା ନିଚା ଦେଖାଉଛି । ଆପଣଙ୍କ ଭଲ ଗୁଣ ସବୁକୁ ନଦେଖି ଆପଣଙ୍କ ଭିତରେ କଣ ତ୍ରୁଟି ସବୁ ଅଛି ତାହା ଖୋଜିବାକୁ ଚେଷ୍ଟା କରୁଛି ତାହେଲେ ଆପଣଙ୍କ ସ୍ଥିର କରିନିଅନ୍ତୁ ଯେ ସେ ସମ୍ପର୍କରେ କିଛି ମୂଲ୍ୟ ନାହିଁ ତେଣୁ ସେଭଳି ସମ୍ପର୍କରୁ ବିଦାୟ ନେବାର ସମୟ ଆସିଯାଇଛି ।

Leave A Reply

Your email address will not be published.