ଭାରତୀୟ ଦଳର ଲିଡ ବୋଲର ଭୁବନେଶ୍ବର କୁମାର ପୁଣିଥରେ ଆଲୋଚକଙ୍କର ଟାର୍ଗେଟରେ ଆସିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ମୋହାଲିରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭୁବନେଶ୍ବର କୁମାର ବହୁତ ରନ ଦେଇଥିଲେ। ଏହା ଭାରତୀୟ ଦଳର ପରାଜୟର ଏକ କାରଣ ମଧ୍ୟ ଅଟେ। ଏମିତିରେ ବର୍ତ୍ତମାନ ଟି-୨୦ ବିଶ୍ଵକପକୁ ନେଇ ପୁଣିଥରେ ଚିନ୍ତା ବଢିବାରେ ଲାଗିଛି, କାରଣ ଭୁବନେଶ୍ବର କୁମାର ଟି-୨୦ ବିଶ୍ଵକପର ସ୍କ୍ବାର୍ଡର ଅଂଶ ଅଟନ୍ତି।
ଭୁବନେଶ୍ବର କୁମାରଙ୍କ ରୋଲ କଣ?:-
ଗୋଟିଏ ସମୟରେ ଭୁବନେଶ୍ବର କୁମାର ଟି-୨୦ ଦଳରୁ ବାହାରେ ଥିଲେ, କିନ୍ତୁ ଫିଟନେସ ଉପରେ କାମ କରିବା ସହିତ ସେ ଆଇପିଏଲରେ ଭଲ ପ୍ରଦର୍ଶନ ଦେଖାଇଥିଲେ। ଏହି କାରଣରୁ ତାଙ୍କର ଟି-୨୦ ଦଳରେ ପ୍ରତ୍ୟାବର୍ତ୍ତନ ହେଲା, ଦଳକୁ ଫେରିବା ପରେ ଭୁବନେଶ୍ବର କୁମାର ଲଗାତାର ଭଲ ଫଳ ଦେଖାଇଛନ୍ତି। ଏହି କାରଣରୁ ସେ ଟି-୨୦ ବିଶ୍ଵକପ ପାଇଁ ଚୟନ ମଧ୍ୟ ହୋଇଛନ୍ତି।
ଆଇପିଏଲରେ ଭୁବନେଶ୍ବର କୁମାର ପ୍ରାୟତଃ ନିଜର ଅଧିକାଂଶ ଓଭର ପାୱାରପ୍ଲେ କୁମବା ଆରମ୍ଭ ୧୦ ଓଭରରେ ସମ୍ପୂର୍ଣ କରିଦିଅନ୍ତି। ଏହା ତାଙ୍କର ଶକ୍ତି ମଧ୍ୟ ଅଟେ। ପାୱାରପ୍ଲେରେ ଯେତେବେଳେ ବିରୋଧୀ ଦଳ ରନ କରିବାକୁ ଚେଷ୍ଟା କରନ୍ତି ସେତେବେଳେ ସେ ବ୍ୟାଟ୍ସମ୍ୟାନଙ୍କୁ କଷ୍ଟରେ ପକାଇଦିଅନ୍ତି। ଆଇପିଏଲ ସମୟରେ ଭୁବନେଶ୍ବର କୁମାରଙ୍କର ଏହା ଶକ୍ତି ରହିଛି, ଯାହାକୁ ସେ ଭାରତୀୟ ଦଳ ପାଇଁ ଲାଗୁ କରିଛନ୍ତି।
ଡେଥ ଓଭରରେ ଭୁବନେଶ୍ବର କୁମାରଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ଅଟେ। ସେ ଆଇପିଏଲ ହେଉ କିମ୍ବା ଭାରତୀୟ ଦଳ, ଏହାର ଉଦାହରଣ ଗତ କିଛି ମ୍ୟାଚରେ ଦେଖିବାକୁ ମିଳିଛି। ଯେଉଁଠି ଭୁବନେଶ୍ବର କୁମାରଙ୍କୁ ୧୯ତମ ଓଭର ଦିଆଯାଉଛି ଓ ସେ ତିନିଥର ବହୁର ରନ ଦେଇଛନ୍ତି।
ବୁମରାହ ପ୍ରତ୍ୟାବର୍ତ୍ତନ କରିଲେ?:-
ଗତ କିଛିମାସ ମଧ୍ୟରେ ଜସପ୍ରୀତ ବୁମରାହ ଓ ହର୍ଷଲ ପଟେଲ ଭାରତୀୟ ଦଳର ଅଂଶ ନଥିଲେ, ଏହି କାରଣରୁ ଭୁବନେଶ୍ବର କୁମାର ଲିଡ ବୋଲର ରୂପରେ ଥିଲେ। କିନ୍ତୁ ବର୍ତ୍ତମାନ ଦୁଇଜଣଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି, ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଜସପ୍ରୀତ ବୁମରାହ ଖେଳିନଥିଲେ କିନ୍ତୁ ଦ୍ଵିତୀୟ ଟି-୨୦ରେ ସେ ଦଳକୁ ନିଶ୍ଚିତ ଫେରିବେ।
ଯଦି ଜସପ୍ରୀତ ବୁମାରାହ ଦଳକୁ ଫେରନ୍ତି, ତେବେ ଭାରତୀୟ ଦଳର ଡେଥ ଓଭରର ଚିନ୍ତା ଶେଷ ହୋଇଯିବ। ଏମିତିରେ ଯେଉଁ ଫର୍ମୁଲା ଆସିପିଏଲରେ ଲାଗୁ କରାଯାଏ, ଅର୍ଥାତ ଭୁବନେଶ୍ବର କୁମାର ଏଠାରେ ମଧ୍ୟ ନିଜର ଆରମ୍ଭ ସମୟରେ ନିଜର କୋଟାର ଅଧିକାଂଶ ଓଭର ପୂରଣ କରିବେ ଓ ବିରୋଧୀ ଦଳକୁ ଆରମ୍ଭରୁ ଝଟକା ଦେଇପାରନ୍ତି। ସେତେବେଳେ ମଧ୍ୟ ଡେଥ ଓଭରରେ ତାଙ୍କର ବିଫଳ ହେବା ଭାରତୀୟ ଦଳ ପାଇଁ ଏକ ଚିନ୍ତାର ବିଷୟ ରହିବ।
୨୦୨୨ରେ ଭାରତୀୟ ଦଳ ପାଇଁ ସବୁଠାରୁ ଭଲ ପ୍ରଦର୍ଶନ(ଟି-୨୦ ରେ):-
ଭୁବନେଶ୍ବର କୁମାର – ୨୩ ମ୍ୟାଚ, ୩୧ ୱିକେଟ
– ଯୁଜୁବେନ୍ଦ୍ର ଚହଲ – ୧୭ ମ୍ୟାଚ, ୨୦ ୱିକେ
– ହର୍ଷଲ ପଟେଲ – ୧୬ ମ୍ୟାଚ, ୧୯ ୱିକେଟ
୨୦୨୨ ମସିହାରେ ଭୁବନେଶ୍ବର କୁମାର(ଟି-୨୦ ରେ):-
୨୩ ମ୍ୟାଚ, ୨୨ ଇନିଙ୍ଗ୍ସ, ୩୧ ୱିକେଟ, ବେଷ୍ଟ:୫/୪, ଇକୋନୋମି ୬.୯୭