ଆଲ୍ଲାଙ୍କ ନାଁ ନେଇ ସମୁଦ୍ର ମଝିରେ ପୁଅକୁ ଫିଙ୍ଗିଦେଲେ ବାପା,ସାରା ବିଶ୍ୱରେ ଆଲୋଡନ ସୃଷ୍ଟି

0

Get real time updates directly on you device, subscribe now.

ସମୁଦ୍ର ମଝିରେ ଜୀବନ ମୃତ୍ୟୁର ଖେଳ। ଆଲ୍ଲାଙ୍କ ନାଁ ନେଇ ସମୁଦ୍ର ମଝିରେ ପୁଅର ମୃତହେଦକୁ ଫିଙ୍ଗିଦେଲେ ବାପା। ସୋସିଆଲ ମିଡିଆରେ ଜଣେ ଅସହାୟ ବାପାର ଏପରି ଦୃଶ୍ୟ ଦେଖିବା ପରେ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି ହୋଇଛି। ଏହାକୁ ନେଇ ସଂଯୁକ୍ତ ରାଷ୍ଟ୍ର ସଙ୍ଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି। ଘଟଣାଟି ହେଉଛିକି ତୁର୍କୀରେ କ୍ରମାଗତ ଶୀତଳ ଯୁଦ୍ଧ ଲାଗିଥିବାରୁ ଏଠିକାର ଲୋକେ ଅନ୍ୟତ୍ର ପଳାୟନ କରୁଛନ୍ତି। ସେହିପରି ତୁର୍କୀର ଏକ ସହରରୁ ଇଟାଲୀକୁ ଦୀର୍ଘ ସମୁଦ୍ର ପଥରେ ପଳାୟନ କରୁଥିଲେ କିଛି ପ୍ରବାସୀ। ଏକ ନୌକାରେ ୩୦ରୁ ଅଧିକ ପ୍ରବାସୀ ବସି ଯାଉଥିବା ସମୟରେ ସମୁଦ୍ର ମଝିରେ ଆରମ୍ଭ ହୋଇଯାଇଥିଲା ମୃତ୍ୟୁର ଖେଳ।

ନୌକାରେ ଯାଉଥିବାବେଳେ ସମୁଦ୍ର ମଝିରେ ଖାଦ୍ୟ , ପାଣି ଓ ଇନ୍ଧନ ଶେଷ ହୋଇଯାଇଥିଲା । ଶେଷରେ ଭୋକ , ଶୋଷ ମେଣ୍ଟାଇବାକୁ ସମୁୁଦ୍ର ପାଣି ପିଇଥିଲେ। ହେଲେ ଏହା ସେମାନଙ୍କୁ ସୁହାଇ ନଥିଲା। ପ୍ରବାସୀଙ୍କ ମଧ୍ୟରୁ କିଛିଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇ ସଂକ୍ରମଣ ହୋଇଥିଲା। ଫଳରେ ୬ଜଣ ପ୍ରବାସୀଙ୍କର ନୌକାରେ ହିଁ ମୁତ୍ୟୁ ହୋଇଯାଇଥିଲା। ମୃତକଙ୍କ ମଧ୍ୟରେ ଥିଲେ ୩ଜଣ ମହିଳା ଓ ୩ ଜଣ ଶିଶୁ।

ଇଟାଲୀ ମାଟିରେ ପହଞ୍ଚି ଆପଣାର ଲୋକଙ୍କୁ କବର ଦେବାକୁ ଭାବି ମୃତଦେହ ଗୁଡିକୁ ରଖିଥିଲେ ବି କ୍ରମେ ସେଥିରୁ ଦୁର୍ଗନ୍ଧ ବାହାରିଥିଲା। ଆଉ ତା’ ପରେ ଯାହା ହେଲା ଆପଣ ଜାଣିଲେ ଆଖିରୁ ଲୁହ ଝରିଆସିବ। ମୃତଦେହ ଗୁଡିକ ପଚିବା ଆରମ୍ଭ କରିବାରୁ ସେମାନଙ୍କ ଆତ୍ମୀୟମାନେ ମୃତଦେହ ଗୁଡିକୁ କପଡାରେ ଗୁଡାଇ ସମୁଦ୍ରରେ ଫିଙ୍ଗିଦେବାକୁ ବାଧ୍ୟ ହୋଇଥିଲେ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଅସହାୟ ବାପା ନିଜ ପୁଅର ମୃତଦେହକୁ କପଡାରେ ଗୁଡାଇ ସମୁଦ୍ର ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ବୟାନ କରୁଛିକି, ସେ ସମୟର ପରିସ୍ଥିତି କେତେ ଭୟାନକ ହୋଇଥିବ।

କୁନି ପୁଅକୁ ସମୁଦ୍ର ମଝିରେ ଫିଙ୍ଗିଦେଉଥିବା ବ୍ୟକ୍ତି ଜଣକ ସିରିୟାର ମୂଳ ବାସିନ୍ଦା। ଯିଏ ଏକ ନୂଆ ଜୀବନ ଆରମ୍ଭ କରିବାକୁ ନିଜ ପରିବାର ସହ ସିରିୟା ଛାଡି ସୁମଦ୍ର ପଥରେ ଇଟାଲୀ ପଳାୟନ କରୁଥିଲେ। କିନ୍ତୁ ସମୁଦ୍ର ମଝିରେ ଭୋକରେ ଆଉଟୁପାଉଟୁ ହୋଇ ପ୍ରାଣ ହରରାଇଥିବା କୁନି ପୁଅକୁ ସମୁଦ୍ରରେ ହିଁ ସଲିଳ ସମାଧି ଦେବାକୁ ବାଧ୍ୟ ହୋଇଥିଲେ। ପୁଅକୁ ସମୁଦ୍ର ମଝିରେ ଫିଙ୍ଗିବା ବେଳେ ତାଙ୍କ ପାଟିରୁ ବାହାରିଥିଲା ‘ଆଲ୍ଲା’ଙ୍କ ନାଁ। ତାଙ୍କ ସହ ମିଶି ନୌକାରେ ଥିବା ସମସ୍ତ ପ୍ରବାସୀ ‘ଆଲ୍ଲା ହୁ ଅକବର’ ବୋଲି ଡାକିଥିଲେ।

ଅନ୍ୟପଟେ ସମୁଦ୍ର ମଝିରେ ସିରିୟାର ପ୍ରବାସୀ ଫଶି ରହିଥିବା ଖବର ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ଇଟାଲୀର ଏକ ଜାହାଜ ଯାଇ ପହଞ୍ଚିଥିଲା। ଏବଂ ବଞ୍ଚିରହିଥିବା ଅନ୍ୟ ପ୍ରବାସୀଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି ସଂଯୁକ୍ତ ରାଷ୍ଟ୍ର ଏଜେନ୍ସି(ୟୁଏନଏଚସିଆର) ଏଥିରେ କ୍ଷୋଭ ପ୍ରକାଶ କରି ଟ୍ୱିଟ କରିଛନ୍ତି ଏହାର ଜଣେ ସଦସ୍ୟ।

Leave A Reply

Your email address will not be published.