ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ମଣିଷ ନିଜର ମାନବିକତାର ସବୁ ସୀମା ଅତିକ୍ରମ କରି ଦେଇଥିବାର ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ଜଣେ କାର ଚାଳକ ଏକ କୁକୁର ବେକରେ ଦଉଡି ବାନ୍ଧି ଚଳନ୍ତା କାରରେ ଘୋଷାଡ଼ି ଘୋଷାଡ଼ି ନେଉଥିବାର ଦେଖାଯାଉଛି। ଏହି ଭିଡିଓଟି ହେଉଛି ରାଜସ୍ଥାନ ଯୋଧପୁରର। ସୂଚନା ଅନୁସାରେ, ଯିଏ କାର ଚଲାଉଛନ୍ତି ସେ ଜଣେ ଡାକ୍ତର। ଏହି ଡାକ୍ତର ଜଣକ ନିଜର ସମସ୍ତ ମାନବିକତାର ସୀମାକୁ ଡେଇଁ ଯାଇଥିଲେ।
ଏହି ଘଟଣାଟି ଏକ ବ୍ୟସ୍ତବହୁଳ ରାସ୍ତା ଉପରେ ହୋଇଥିଲା, ଯେଉଁଠି ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ ସେହି ରାସ୍ତା ଦେଇ ଯାତାୟାତ କରୁଥିଲା। ଭିଡିଓରେ ଅଭିଯୁକ୍ତ ଡାକ୍ତର ଏକ ଲମ୍ବା ରଶି ସାହାଯ୍ୟରେ କୁକୁରକୁ ଗାଡ଼ିର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ବିପଜ୍ଜନକ ଭାବରେ ବୁଲାଇ ବୁଲାଇ ନେଉଥିଲେ। କାରଟି ମଧ୍ୟ ବହୁତ ଦୃତ ଗତିରେ ଚାଲୁଥିଲା। ଏହି ଭିଡିଓଟି ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ବର୍ତ୍ତମାନ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ଦେଖନ୍ତୁ ଭିଡିଓ:-
The person who did this he is a Dr. Rajneesh Gwala and dog legs have multiple fracture and this incident is of Shastri Nagar Jodhpur please spread this vidro so that @CP_Jodhpur should take action against him and cancel his licence @WHO @TheJohnAbraham @Manekagandhibjp pic.twitter.com/leNVxklx1N
— Dog Home Foundation (@DHFJodhpur) September 18, 2022
ଏହି ଭିଡିଓକୁ କାର ପଛରେ ଆସୁଥିବା ଜଣେ ବାଇକ ଚାଳକ ଶୁଟ କରିଥିଲେ। ଏହା ସହିତ ବ୍ୟକ୍ତିଜଣକ ମଧ୍ୟ କାରକୁ ଅଟକାଇ କୁକୁରକୁ ଯଥାସମ୍ଭବ ସାହାଯ୍ୟ କରିଥିଲେ। ଅନ୍ୟପଟେ ଏଭଳି ହୃଦୟବିଦାରକ ଦୃଶ୍ୟକୁ ଦେଖିବା ପରେ ସ୍ଥାନୀୟ ଲୋକେ କାରକୁ ଚାରିଆଡ଼ୁ ଘେରି ଯାଇଥିଲେ ଏବଂ କୁକୁର ବେକରୁ ରଶିକୁ ବାହାର କରିଥିଲେ। କେବଳ ଏତିକି ନୁହେଁ, ଏ ନେଇ ଲୋକମାନେ ତୁରନ୍ତ ଏକ ଏନଜିଓକୁ ସୂଚନା ମଧ୍ୟ ଦେଇଥିଲେ। ଏହାପରେ ଉକ୍ତ କୁକୁରକୁ ମଧ୍ୟ ସଙ୍ଗେ ସଙ୍ଗେ ଏକ ହସ୍ପିଟାଲ ନିଆଯାଇଥିଲା।
ଏ ନେଇ ‘ଡଗ ହୋମ ଫାଉଣ୍ଡେସନ’ ନାମକ ଏନଜିଓ ଦ୍ୱାରା ଏକ ଟ୍ଵିଟ କରାଯାଇଛି। ଏହା ଅନୁସାରେ, ଡାକ୍ତରଙ୍କ ନାମ ରଜନୀଶ ଗଲଓ୍ଵା। ସେ ଯେଉଁ କୁକୁରକୁ ଘୋଷାଡ଼ି ଘୋଷାଡ଼ି ନେଉଥିଲେ ସେ ଏକ ବୁଲା କୁକୁର ଥିଲା। କୁକୁରଟି ତାଙ୍କ ଘର ପାଖରେ ରହୁଥିଲା ଏବଂ ସେ ତାହାକୁ କୌଣସି ପ୍ରକାର ହଟାଇବା ପାଇଁ ଚେଷ୍ଟା କରୁଥିଲେ।
ଏନଜିଓ ଟ୍ଵିଟ୍ କରି ଲେଖିଛିକି, ‘ଯେଉଁ ବ୍ୟକ୍ତି ଏମିତି କରିଛନ୍ତି, ସେ ହେଉଛନ୍ତି ଡା. ରଜନୀଶ ଗଲଓ୍ଵା। କୁକୁରର ଗୋଡ଼ରେ ମଲ୍ଟିପଲ ଫ୍ରାକ୍ଚର ହୋଇଛି ଏବଂ ଏହି ଘଟଣା ଶାସ୍ତ୍ରୀ ନଗର ଯୋଧପୁରର ଅଟେ। ଏହି ଭିଡିଓକୁ ଯେତେ ସମ୍ଭବ ଭାଇରାଲ କରନ୍ତୁ, ଯାହାଫଳରେ ଯୋଧପୁର ସିପି ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏହାର ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଅନ୍ତୁ’। ଏନଜିଓ ପଶୁ କ୍ରୁରତା ଅଧିନିୟମ ଅଧୀନରେ ପୋଲିସ ଦ୍ୱାରା ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି। ଏହାର ଏତଲା କପିର ଫଟୋକୁ ମଧ୍ୟ ଏନଜିଓ ଦ୍ଵାରା ଟ୍ଵିଟରରେ ଟ୍ବିଟ କରି ପୋଷ୍ଟ କରାଯାଇଛି।
କିଛିଦିନ ତଳେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓଟିରେ ଟ୍ରେନ ଝରକାରୁ ଚୋରି କରୁଥିବା ଜଣେ ଚୋରକୁ ଲୋକମାନେ ଟ୍ରେନ ଭିତରୁ କାବୁ କରି ନେଇଥିଲେ। ଯାହାଫଳରେ ଚୋରଟି ଟ୍ରେନ ବାହାରେ ଥିଲା ଓ ଲୋକମାନେ ଭିତରୁ ତାର ହାତକୁ ଧରିନେଇଥିଲେ। ଏହି ଭିଡିଓଟି ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଅଛି।