ପ୍ରଥମେ ୧୦, ତାପରେ ୧୨ ହଜାର ୫୦୦ ଟଙ୍କାର ଚାଲାଣ କାଟିବା ପରେ ଭାଙ୍ଗିପଡିଲେ ଯୁବକ, ସ୍ତ୍ରୀ ଓ ଝିଅକୁ ଶୁଆଇ ଲଗାଇଦେଲେ ଫାଶୀ,ଜାଣନ୍ତୁ ପୁରା ଘଟଣା
ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକ କୌଣସି କଥାରେ ଚିନ୍ତିତ ହୋଇ ଫାଶୀ ଦେଇଦିଅନ୍ତି। କିଏ ବିସ ଖାଇ ନିଜ ଜୀବନ ଦେଇଦିଏ ତୋ ଆଉ କିଏ ଫାଶୀ ଦେଇ ଆତ୍ମହତ୍ୟା କରିଦିଏ। କୌଣସି ବ୍ୟକ୍ତି ଚିନ୍ତାରେ ରହି ତୋ ଆଉ କେହି ପ୍ରେମ ପ୍ରସଙ୍ଗ କିମ୍ବା କୌଣସି ପରୀକ୍ଷାରେ ବିଫଳ ହେବା ଉପରେ ଭୁଲ ପଦକ୍ଷେପ ଉଠାଇ ନିଅନ୍ତି କିନ୍ତୁ କାନପୁରରେ ଜଣେ ବ୍ୟକ୍ତିଙ୍କ ବହୁତ ଅଧିକ ମାତ୍ରାରେ ଚାଲାଣ କାଟିବା ପରେ ନିଜର ଜୀବନ ଦେଇ ଦେଇଛନ୍ତି।
କାନପୁରର ଏକ ଯୁବକଙ୍କର ଟ୍ରାଫିକ ପୋଲିସ ବହୁତ ଅଧିକ ଚାଲାଣ କାଟିଦେଇଛି। ଏହି କଥାରେ ଜଣେ ଯୁବକ ବହୁତ ଦୁଃଖୀ ହୋଇଗଲେ ଓ ଏହି କାରଣରୁ ସେ ଭୁଲ ପଦକ୍ଷେପ ଉଠାଇ ନିଜର ଜୀବନ ଦେଇଦେଲେ। ମୃତକ ବ୍ୟକ୍ତିଙ୍କ ନାମ ସୁନୀଲ ଗୁପ୍ତା ଅଟେ। ସୁନୀଲ ଫାଶୀକୁ ଚୁମ୍ବନ କରି ମୃତ୍ୟୁକୁ ପାଶୋରି ନେଲେ।
କାନପୁରରେ ରହି ସୁନୀଲ ଗୁପ୍ତା ନାମକ ଜଣେ ବ୍ୟକ୍ତି ଅଟୋ ରିକ୍ସା ଚଳାଇବାର କାମ କରୁଥିଲେ। କିଛି ସମୟ ପୂର୍ବେ ସୁନୀଲ ଏକ ପୁରୁଣା ଅଟୋ ରିକ୍ସା କିଣିଥିଲେ। କାନପୁରର ସଡକ ଉପରେ ସେ ରିକ୍ସା ଚଳାଇ ନିଜର ପରିବାରର ପାଳନ ପୋଷଣ କରୁଥିଲେ। ସୁନୀଲଙ୍କ ଆର୍ଥିକ ସ୍ଥିତି ମଧ୍ୟ ଠିକ ନଥିଲା।
ପୁରୁଣା ରିକ୍ସା କିଣିବାର କିଛିଦିନ ପରେ ସୁନୀଲଙ୍କ ଫୋନରେ ଏକ ମେସେଜ ଆସିଲା। ମେସେଜରେ ଏକ ଚାଲାଣ ଆସିଥିଲା ଯାହାକି ୧୦ ହଜାର ଟଙ୍କାର ଥିଲା। ଜୁଲାଇ ୧୦ ତାରିଖରେ, ଟ୍ରାଫିକ ପୋଲିସ ଏକ ଇ-ଚାଲାଣ ଆସିଲା, ଯେତେବେଳେ ସୁନୀଲ ମୋବାଇଲର ମେସେଜ ଦେଖିଲେ, ସେତେବେଳେ ସେ ବହୁତ ଚିନ୍ତାରେ ପଡିଗଲେ ଓ ସେ କିଛି ବୁଝିପାରିଲେ ନାହିଁ, ଏତେ ଚାଲାଣ କେମିତି ଦେବେ।
ଚାଲାଣ ଦେବା ପାଇଁ ସୁନୀଲ ସବୁଆଡୁ ଟଙ୍କା ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏହା ପରେ ସେପ୍ଟେମ୍ବର ୪ ତାରିଖରେ ତାଙ୍କ ଫୋନରେ ଆଉ ଏକ ଇ-ଚାଲାଣ ଆସିଥିଲା। ବର୍ତ୍ତମାନ ସମୁଦାୟ ଚାଲାଣର ପରିମାଣ ମିଶି ୨୨ହଜାର ୫୦୦ ହପୋଇଯାଇଥିଲା। ଟ୍ରାଫିକ ପୋଲିସ ସୁନୀଲଙ୍କୁ ୧୨ହଜାର ୫୦୦ ଟଙ୍କାର ଏକ ନୂଆ ଚାଲାଣ ପଠାଇଛି। ସୁନୀଲ ବର୍ତ୍ତମାନ ଆହୁରି ଅଧିକ ଚିନ୍ତିତ ହେବାକୁ ଲାଗିଲେ।
ପ୍ରଥମେ ସୁନୀଲ ୧୦ହଜାର ଟଙ୍କାର ଚାଲାଣ ଭରିବାରେ ଅସମର୍ଥ ଥିଲେ ଯେତେବେଳେକି ବର୍ତ୍ତମାନ ଚାଲାଣ ସମୁଦାୟ ମିଶି ୨୨ ହଜାର ୫୦୦ ଟଙ୍କା ହୋଇସାରିଥିଲା। ଏଥିରେ ସେ ଚିନ୍ତିତ ହୋଇ ସୁନୀଲ ଆତ୍ମହତ୍ୟା କରିଦେଲେ। ମୃତକଙ୍କ ସ୍ତ୍ରୀ ସଙ୍ଗୀତା କହିଲେକି, ସେ ଆର୍ଥିକ ଅବସ୍ଥାକୁ ଦୂର କରିବା ପାଇଁ କିଛି ସମୟ ପୂର୍ବେ ଏକ ସେକେଣ୍ଡ ହ୍ୟାଣ୍ଡ ଅଟୋ କିଣିଥିଲେ, ଯେଉଁଥିରେ କେବଳ ଘର ଚଳି ହେଉଥିଲା।
ସ୍ତ୍ରୀ ଓ ୪ବର୍ଷର ଝିଅକୁ ଛାଡିଗଲେ ସୁନୀଲ:-
ଜଣାଇଦେଉଛୁକି ଏହି ମାମଲା କାନପୁରର ସରସୌଲ ଥାନା ଅଞ୍ଚଳର ନର୍ବଲ କସବେର ଅଟେ। ଶନିବାର ଦିନ ସୁନିନ ଜୀବନ ଦେବାକୁ ଚାହୁଁଥିଲେ କିନ୍ତୁ ତାଙ୍କୁ ଲୋକ ବୁଝାଇବାରୁ ସେ ଶାନ୍ତ ହୋଇଗଲେ। କିନ୍ତୁ ପୁଣି ରାତିରେ ସ୍ତ୍ରୀ ଓ ଝିଅକୁ ଶୁଆଇ ସୁନୀଲ ଫାଶୀ ଫାନ୍ଦରେ ଝୁଲିପଡିଲେ। ପଛରେ ନିଜର ସ୍ତ୍ରୀ ଓ ୪ ବର୍ଷର ଝିଅକୁ ଛାଡି ଚାଲିଗଲେ।