26 ବର୍ଷୀୟ ସରକାରୀ ଟିଚର କଲେ ଆତ୍ମହତ୍ୟା,ଆଉ ସୁସାଇଡ ନୋଟରେ ଲେଖିଲେ – ସ୍ବାମୀ ବୁଝିଲା ନାହିଁ, ଶାଶୁଶ୍ଵଶୁର ମହାନ୍,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିହାରର ମୁଜଫରପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ନେଭି ଯବାନଙ୍କ ସ୍ତ୍ରୀ ନିଜକୁ ଫାଶୀ ଦେଇଦେଲେ । ମୃତ ମହିଳାଙ୍କ ନାମ ବନ୍ଦନା ଅଟେ । ପ୍ରଥମେ ପୋଲିସ ଏବଂ ପରିବାର ଲୋକଙ୍କୁ ସନ୍ଦେହ ହେଲା ଯେ ଏହା ହତ୍ୟା ମାମଲା ହୋଇପାରେ, କିନ୍ତୁ ସୁସାଇଡ ନୋଟ ମିଳିବାରୁ ଏହା ଆତ୍ମହତ୍ୟା ମାମଲା ଭାବେ ସାମ୍ନାକୁ ଆସିଲା ।

ବନ୍ଦନାଙ୍କ ବୟସ ମାତ୍ର 26 ବର୍ଷ ଥିଲା । ତାଙ୍କର ନିକଟରେ ବିବାହ ହୋଇଥିଲା । ବନ୍ଦନା ବୃତ୍ତିରେ ଜଣେ ଶିକ୍ଷୟତ୍ରୀ ଥିଲେ । ବନ୍ଦନାଙ୍କ ଆତ୍ମହତ୍ୟା ଦ୍ଵାରା ଆଖପାଖ ଅଞ୍ଚଳରେ ବାତାବରଣ ବହୁତ୍ ଖରାପ ଅଛି । ସେହିପରି ବନ୍ଦନାଙ୍କ ଶାଶୂଘର ଲୋକଙ୍କ ଉପରେ ବାପଘର ଲୋକେ ଆରୋପ ଲଗାଉଛନ୍ତି ଯେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଇଛି । କିନ୍ତୁ ସୁସାଇଡ ନୋମିଳିବାରୁ ଅନେକ କଥାକୁ ପୂର୍ଣ୍ଣଚ୍ଛେଦ ମିଳିଯାଇଛି ।

କୁହାଯାଉଛି ଯେ ବନ୍ଦନାଙ୍କ ସ୍ବାମୀ ଦିବାକର ମିଶ୍ରା ଭାରତୀୟ ନୌସେନାରେ ଅଛନ୍ତି । ସେହିପରି ବନ୍ଦନା ନିଜେ ସରକାରୀ ଶିକ୍ଷୟତ୍ରୀ ଥିଲେ । ଜମି ସହ ସହରରେ ଭଲ ଘର ମଧ୍ୟ ଥିଲା । ପ୍ରକୃତରେ ଏହା ସତ୍ତ୍ବେ ମଧ୍ୟ କାହିଁକି ମାତ୍ର 26 ବର୍ଷୀୟ ନବବିବାହିତା ଏହିପରି ନିଜ ଜୀବନ ଶେଷ କରିଦେଲେ । ସେ ନିଜ ହୃଦୟର ଯନ୍ତ୍ରଣାକୁ ଚାରି ପେଜ ସୁସାଇଡ ନୋଟରେ ଲେଖିଛନ୍ତି । ଏହି ମାମଲାରେ ମୃତକଙ୍କ ସ୍ବାମୀ ଦିବାକର ଏବଂ ଶ୍ଵଶୁରଙ୍କୁ ଗିରଫ କରାଯାଇଛି ।

ବନ୍ଦନା ସଫା ସଫା ଲେଖିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କୁ ବିଲକୁଲ ବୁଝନ୍ତି ନାହିଁ । ତାଙ୍କ ଭାବନାକୁ ବୁଝନ୍ତି ନାହିଁ । ଏହାବ୍ୟତୀତ ଆହୁରି ଅନେକ କଥାରେ ଆହତ ହୋଇ ବନ୍ଦନା ନିକଟରେ ଫାଶୀରେ ଝୁଲି ନିଜ ଜୀବନ ଲୀଳା ଶେଷ କରିଦେଲେ । ବନ୍ଦନା ପଡ଼ାବ ପୋଖରର ନ୍ୟୁ କଲୋନୀ ସଙ୍କରପୁରୀ ଲେନ ସ୍ଥିତ ଭଡ଼ା ଘରେ ରହୁଥିଲେ ।

ପାରିବାରିକ ବିବାଦରେ ବନ୍ଦନା ନିଜ ଜୀବନ ଦେଇଦେଲେ । ଭଡ଼ା ଘରେ ବନ୍ଦନା ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲେ । ଯାଉ ଯାଉ ସେ ସମସ୍ତଙ୍କୁ ନିଜର ଦୁଃଖ ଯନ୍ତ୍ରଣା ମଧ୍ୟ କହିକି ଯାଇଛନ୍ତି । ସୁସାଇଡ ନୋଟରେ ସେ ଲେଖିଛନ୍ତି ଯେ ମୁଁ ତୁମକୁ କ୍ଷମା ମାଗି ମାଗି ନିଜ ଆଖିରେ ତଳକୁ ଖସିଯାଇଛି । ଆପଣ ସମସ୍ତେ ବହୁତ୍ ଭଲ । ମୁଁ ହିଁ ଆପଣମାନଙ୍କ ସହ ରହିବାପାଇଁ ଯୋଗ୍ୟ ନୁହେଁ ।

ସୁସାଇଡ ନୋଟର ଶେଷରେ ବନ୍ଦନା ଲେଖିଛନ୍ତି ଯେ ‘ ମୋ ସ୍ବାମୀ, ଶ୍ବଶୁର, ଶାଶୂ ଏବଂ ନଣନ୍ଦ ସମସ୍ତେ ବହୁତ୍ ଭଲ ଲୋକ ଅଟନ୍ତି । ଚାରିଜଣ ଯାକ ମହାନ୍ ଅଟନ୍ତି । ଏହି ପରିବାରକୁ ପଞ୍ଚମ ବ୍ୟକ୍ତି କେବେ ବି ଆସିପାରିବ ନାହିଁ । ଯେତେବେଳେ ଜ୍ବାଇଁ ରହିପାରିଲା ନାହିଁ ସେଠି ବୋହୂ କେମିତି ରହିପାରିବ । ମୋ ସ୍ୱାମୀଙ୍କୁ ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ ତୁମେ ମତେ ବିଲକୁଲ ବୁଝିପାରିଲ ନାହିଁ । ମୁଁ ତୁମକୁ ବହୁତ୍ ଭଲପାଏ । ତୁମ ବ୍ୟତୀତ ମୁଁ ଅନ୍ୟ କାହା ବିଷୟରେ ଚିନ୍ତା ମଧ୍ୟ କରିପାରିବି ନାହିଁ ।’

ଆଗକୁ ମୃତକ ଲେଖିଛନ୍ତି ଯେ, ‘ ମୁଁ ତୁମ ସହିତ ବଞ୍ଚିବାକୁ ଚାହୁଁଛି । କିନ୍ତୁ ବାରମ୍ବାର ତୁମଠାରୁ ବିନା କାରଣରେ କ୍ଷମା ମାଗି ମାଗି ନିଜ ଆଖିରେ ତଳକୁ ଖସିଯାଉଛି । ବର୍ତ୍ତମାନ୍ ମୋ ପାଖରେ ଅନ୍ୟ କୌଣସି ରାସ୍ତା ନାହିଁ । କାରଣ ତୁମ ବିନା ମୁଁ ବଞ୍ଚି ପାରିବିନାହିଁ । ମୁଁ ଜାଣିଛି ଯେ ତୁମେ ମଧ୍ୟ ଚାହୁଁଛ ଯେ ମୁଁ ତୁମ ଜୀବନରୁ ଚାଲିଯାଏ । ତୁମେ ଚାରିଜଣ ଖୁସିରେ ରୁହ । ଭଗବାନ ତୁମର ମଙ୍ଗଳ କରନ୍ତୁ ।’

Leave A Reply

Your email address will not be published.