ଡାକ୍ତରୀ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା । ମମି-ପାପା ମୋର ଡାକ୍ତର ହେବାକୁ ଇଚ୍ଛା ନାହିଁ,ପାଠ ବୁଝିପାରୁନି… ଏଭଳି ଲେଖି ଜୀବନ ହାରିଲା ପୁଅ

0

Get real time updates directly on you device, subscribe now.

ଆଜିକାଲି ସମୟରେ ଛାତ୍ର ଛାତ୍ରୀ ମାନଙ୍କ ଭିତରେ ବଢୁଛି ଆତ୍ମହତ୍ୟା ପ୍ରବଣତା । ପିଲାଟିର ଜୀବନକୁ ନେଇ ବାପା ମାଙ୍କ ଯେଉଁ ସ୍ବପ୍ନ ଥିଲା ସେ ସବୁ ଧୂଳିରେ ମିଶି ଯାଉଛି । କିମ୍ବା କୁହାଯାଇ ପାରିବ କି ବାପା ମାଆଙ୍କ ସ୍ବପ୍ନ ହିଁ ପିଲାଙ୍କ ପାଇଁ କାଳ ସାଜୁଛି । ପଠା ପଢ଼ା ଓ କ୍ୟାରିଅର କୁ ନେଇ ଅସ୍ବାଭାବିକ ଭାବରେ ତାଙ୍କ ଉପରେ ଚାପ ପକେଇବା କାରଣରୁ ଏହି ଆତ୍ମହତ୍ୟା ସମସ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି ।

ହିସାବ କରି ଦେଖା ଯାଇଛି ଯେ ଭାରତରେ ପ୍ରାୟ ପ୍ରତି ଏକ ଘଣ୍ଟାରେ ଜଣେ ଛାତ୍ର ଆତ୍ମହତ୍ୟା କରୁଛନ୍ତି । ନିକଟରେ ସେଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । କୋଟାର ବୋରଖଡା ଅଞ୍ଚଳରେ ଜଣେ କୋଚିଂ ଛାତ୍ର ଡାକ୍ତରୀ ପାଠ୍ୟକ୍ରମରେ ଆଗ୍ରହ ନ ଥିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ମମି-ପାପା ମୋର ଡାକ୍ତର ହେବାକୁ ଇଚ୍ଛା ବିଲକୁଲ୍ ନାହିଁ, ପାଠ ବୁଝିପାରୁନି । ଏଭଳି କିଛି ଲେଖି ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଶବଗୃହକୁ ପଠାଇବା ସହ ମୃତ ଛାତ୍ରଙ୍କ ଶୋଇବା ଘରୁ ସୁଇସାଇଡ ନୋଟ ଜବତ କରିଛି ।

ତେବେ ନିଜ ସୁଇସାଇଡ ନୋଟରେ ଛାତ୍ରଜଣକ ଡାକ୍ତରୀ ପାଠ୍ୟକ୍ରମରେ ଆଗ୍ରହ ନ ଥିବା କଥା ଲେଖିଛନ୍ତି । ଏହା ସହିତ ସୁଇସାଇଡ ନୋଟରେ ଅନେକ ଜିନିଷ ବିଷୟରେ ଲେଖିଥିବା ବେଳେ ଅଧ୍ୟୟନର ଚାପ ଏବଂ କୋଚିଂ ସେଣ୍ଟରରେ କିଭଳି ଭାବରେ ତାଙ୍କୁ ହଇରାଣ କରା ଯାଉଥିଲା ସେ ବିଷୟରେ ମଧ୍ୟ ଗୋଟି ଗୋଟି କରି ଉଲ୍ଲେଖ କରିଛନ୍ତି । ଆହୁରି ନିଜ ଚିଠିରେ ପିତାମାତାଙ୍କୁ କ୍ଷମା ମାଗି ଲେଖିଛନ୍ତି ଯେ ‘ମମି, ପାପା, ମୁଁ ଆପଣମାନେ ଦେଖାଇଥିବା ପଥ ଅନୁସରଣ କରିପାରିବି ନାହିଁ ଏବଂ ଡାକ୍ତର ହେବାକୁ ମୋର ଇଚ୍ଛା ନାହିଁ ।

ମୁଁ ଡାକ୍ତରୀ ପାଠ ମଧ୍ୟ ବୁଝିପାରୁ ନାହିଁ । ମୁଁ ଆପଣଙ୍କର ସ୍ୱପ୍ନ ପୂରଣ କରିପାରି ନଥିବାରୁ ଏବଂ ମୃତ୍ୟୁକୁ ଗ୍ରହଣ କରିଥିବାରୁ କ୍ଷମା ଚାହୁଁଛି । ଏଥିରେ କାହାରି ଦୋଷ ନାହିଁ, ମୁଁ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛି । ତେବେ ପୁଲିସର କହିବା ମୁତାବକ, ମୃତ ଛାତ୍ର ଅଭିଷେକ କୁମାରଙ୍କ ଘର ବିହାରର ଗୟାରେ । ସେ କୋଟାର ଏକ କୋଚିଂ ସେଣ୍ଟରରେ ରହି ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ ।

Leave A Reply

Your email address will not be published.