ଦୁଇଜଣ ମହିଳା ନିଜ ଇଚ୍ଛାରେ ଜଣେ ଯୁବକଙ୍କ ସହିତ ବିବାହ କରିଛନ୍ତି । ଦୁହେଁ ବେଷ୍ଟ ଫ୍ରେଣ୍ଡ୍ ଏବଂ ବିବାହ ପରେ ମଧ୍ୟ ସବୁବେଳେ ଏକାଠି ରହିବାକୁ ଚାହୁଁଥିଲେ । ଏପରି ପରିସ୍ଥିତିରେ ସେମାନେ ଏହି ଉପାୟ ବାହାରକଲେ । ଦୁହେଁ ଜଣଙ୍କ ପରେ ଜଣେ ହୋଇ ଜଣେ ବ୍ୟକ୍ତିଙ୍କ ସହ ବିବାହ କଲେ । ବିବାହ ପରେ ବର୍ତ୍ତମାନ ସେମାନେ ଗୋଟିଏ ଘରେ ହିଁ ରହୁଛନ୍ତି ।
ଦୁଇ ସାଙ୍ଗ ପାକିସ୍ତାନର ମୁଜଫରଗଢ଼ର ବାସିନ୍ଦା ଅଟନ୍ତି । ଜଣଙ୍କର ନାମ ସହନାଜ ଏବଂ ଅନ୍ୟ ଜଣଙ୍କ ନାମ ହେଉଛି ନୂର୍ । ଦୁହେଁ ଏଯାଜ୍ ନାମକ ବ୍ୟକ୍ତିଙ୍କ ସହ ବିବାହ କରିଛନ୍ତି । ଏଯାଜ୍ ବୃତ୍ତିରେ ଜଣେ ଦରଜି ଅଟନ୍ତି ।
ୟୁଟ୍ୟୁବ ଚ୍ୟାନେଲ Daily Pakistan Global ସହ କଥାବାର୍ତ୍ତା କରି ସହନାଜ କହିଛନ୍ତି ଯେ ପ୍ରଥମେ ତାଙ୍କ ବିବାହ ଏଯାଜଙ୍କ ସହ ହୋଇଥିଲା । ବିବାହ ପରେ ସେ ନିଜ ସାଙ୍ଗ ନୁରଙ୍କ ଠାରୁ ଦୂରେଇ ଗଲେ । ଅବଶ୍ୟ ନୁର ପ୍ରାୟତଃ ତାଙ୍କ ଘରକୁ ଯିବାଆସିବା କରୁଥିଲେ ।
ଏପରି ପରିସ୍ଥିତିରେ ନୂର ସହନାଜଙ୍କ ସ୍ୱାମୀଙ୍କୁ ବିବାହ କରିବାକୁ ଚିନ୍ତା କଲେ । ଏହା ପଛର ଉଦ୍ଦେଶ୍ୟ ଏହା ଥିଲା ଯେ ସେ ସହନାଜଙ୍କ ସହ ଏକାଠି ଗୋଟିଏ ଘରେ ରହିପାରିବେ ଏବଂ ସେମାନଙ୍କ ଦୂରତା ମଧ୍ୟ ଶେଷ ହୋଇଯିବ । ସହନାଜଙ୍କୁ ନୂରଙ୍କ ପ୍ଲାନ୍ ଭଲ ଲାଗିଲା ଏବଂ ସେ ସ୍ବାମୀ ଏଯାଜଙ୍କୁ ନୁର୍ ସହ ବିବାହ ପାଇଁ ଅନୁମତି ଦେଇଦେଲେ ।
ଏହିପରି ଦୁଇଜଣ ମହିଳା ଜଣେ ବ୍ୟକ୍ତିଙ୍କ ସହ ବିବାହ କଲେ । ବର୍ତ୍ତମାନ୍ ସହନାଜଙ୍କର ଦୁଇଟି ପିଲା ଅଛନ୍ତି ଏବଂ ନୁରଙ୍କର ଗୋଟିଏ ପିଲା ଅଛି । ଏହି ପୁରା ପରିବାର ଗୋଟିଏ ଘରେ ଏକାଠି ରହିଛନ୍ତି ।
ନିଜର ତାଳମେଳ ବିଷୟରେ ସହନାଜ କୁହନ୍ତି ଯେ ମୋର ଏଯାଜଙ୍କ ସହ ଝଗଡା ହୋଇପାରେ, କିନ୍ତୁ ନୂର ସହ କେବେ ବି ନୁହେଁ । କାରଣ ମୁଁ ନିଜେ ନୂରଙ୍କୁ ନିଜ ଘରକୁ ନେଇଆସିଛି । ସେହିପରି ନୂର କହିଛନ୍ତି ଯେ ତାଙ୍କର କେବେ ବି ସହନାଜଙ୍କୁ ନେଇ ଅଭିଯୋଗ ନାହିଁ । ଆମେ ତିନିଜଣ ଯାକ ନିଜ ଜୀବନରେ ଖୁସିରେ ଅଛୁ । ସ୍ବାମୀ ଏଯାଜ ମଧ୍ୟ ଦୁଇ ସ୍ତ୍ରୀ ସହ ହସଖୁସିରେ ଜୀବନ ବିତାଉଛନ୍ତି ।