ବାଇକ ଚଳାଇବା ସମୟରେ ଏହି ଡିଭାଇସର କରନ୍ତୁ ନାହିଁ ବ୍ୟବହାର,ଟ୍ରାଫିକ ପୋଲିସ ସସପେଣ୍ଡ କରୁଛି ଡ୍ରାଇଭିଙ୍ଗ ଲାଇସେନ୍ସ,ଜାଣନ୍ତୁ ପୁରା ଖବର
ବାଇକ୍ ଚଳାଇବା ସମୟରେ ଲୋକମାନେ ସାଧାରଣତଃ କିଛି ନା କିଛି ଭୁଲ କରି ଦେଇଥାନ୍ତି, ଯେଉଁଥିପାଇଁ ତାଙ୍କୁ ଚାଲାଣ କାଟିବାକୁ ପଡେ|ତାହା ଯାତାୟତ ନିୟମର ଉଲଙ୍ଘନ ହେଉ ବା ବାଇକ ଚଳାଇବା ସମୟରେ ମୋବାଇଲ ଫୋନ/ ବ୍ଲୁ ଟୁଥ୍ ଡିଭାଇସର ବ୍ୟବହାର|ଆଜି ମୁଁ ସେ ବିଷୟରେ କହିବି ଯାହା ଲୋକମାନେ ସାଧାରଣତଃ କରିଥାନ୍ତି|
ବ୍ଲୁ ଟୁଥ ଡିଭାଇସ୍:
ମୋଟରସାଇକେଲ ଚଳାଇବା ସମୟରେ ଇଅର ଫୋନର ବ୍ୟବହାର କରିବା ବା ମୋବାଇଲ ଫୋନର ବ୍ୟବହାର ଘାତକ ସାବ୍ୟସ୍ତ ହୋଇପାରେ|ଏହାଫଳରେ ସଡକ ଦୁର୍ଘଟଣାର ଚାନ୍ସ ବଢିଯାଏ|ଯାତାୟତ ପୋଲିସ କମ୍ୟୁନିକେସନ ଡିଭାଇସର ବ୍ୟବହାର କରୁଥିବା ଚାଳକଙ୍କ ଚାଲାଣ କାଟୁଛନ୍ତି|ଯଦି ଆପଣ ଏଭଳି କରୁଛନ୍ତି ତେବେ ଭାରି ଚାଲାଣ କଟିପାରେ|
ଯଦି ଆପଣ ବାଇକ ଚଳାଇବା ସମୟରେ ଫୋନ୍/ ବ୍ଲୁଟୁଥର ବ୍ୟବହାର କରୁଥିବା ଧରାପଡନ୍ତି ତେଵେ ମୋଟର ଭେକିଲ ଆକ୍ଟ ଅନୁସାରେ ଯାତାୟତ ପୋଲିସ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ କାଟିପାରେ|ଏହାସହ ତିନି ମାସ ପର୍ଯ୍ୟନ୍ତ ଡିଏଲ୍ ମଧ୍ୟ ରଦ୍ଦ କରିପାରେ|
ମୋଟର ଭେକିଲ ନିୟମ ୧୯୪ ଡି ଅନୁସାରେ ଯଦି ଆପଣ ବିନା ହେଲମେଟରେ ଧରାପଡନ୍ତି ତେବେ ଆପଣଙ୍କୁ ହଜାରେ ଟଙ୍କା ଜୋରିମାନା ଦେବାକୁ ପଡିବ ଓ ବିନା ବିଏସ୍ଆଇ ମାର୍କା ବାଲା ପିନ୍ଧିଲେ ମଧ୍ୟ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ ଭରିବାକୁ ପଡିପାରେ|
ଯଦି ଆପଣ ହେଲମେଟ ପିନ୍ଧିଛନ୍ତି କିନ୍ତୁ ଷ୍ଟ୍ରିପ ବନ୍ଦ କରି ନାହାଁନ୍ତି ତେବେ ଏଥିପାଇଁ ୧୦୦୦ ଟଙ୍କା ଚାଲାଣ କଟିପାରେ|ତେଣୁ ସଡକରେ ଯାତାୟାତ ସମୟରେ ଟ୍ରାଫିକ ନିୟମକୁ ପାଳନ କରନ୍ତୁ|