ବିରାଟ କୋହଲିଙ୍କ ୭୧ତମ ଶତକ: ୧୦୨୦ ଦିନ ପରେ ବିରାଟ କୋହଲି ମାରିଲେ ୭୧ତମ ଆନ୍ତର୍ଜାତୀୟ ଶତକ,ପୁଣି ପୁରୁଣା ରୂପରେ ଫେରିଲେ କ୍ରିକେଟ ର କିଙ୍ଗ କୋହଲି
ବିରାଟ କୋହଲିଙ୍କ ଶତକ:-
ଭାରତୀୟ ଦଳର ପୂର୍ବ ଅଧିନାୟକ ବିରାଟ କୋହଲି ନିଜର ୭୧ତମ ଆନ୍ତର୍ଜାତୀୟ ଶତକ କରିଦେଇଛନ୍ତି। ଏସିଆ କପ ୨୦୨୨ରେ ଆଫଗାନିସ୍ତାନ ବିରୁଦ୍ଧରେ ଖେଳାଯାଇଥିବା ମ୍ୟାଚରେ ବିରାଟ କୋହଲି ଏହି କମାଲ କରିଛନ୍ତି। ପାଖାପାଖି ୩ ବର୍ଷ ପରେ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ଶତକ କରିଛନ୍ତି।
ଏସିଆ କପ ୨୦୨୨ର ଶେଷ ମ୍ୟାଚରେ ଭାରତୀୟ ଦଳ ଆଫଗାନିସ୍ତାନ ସହିତ ଖେଳିବାର ଥିଲା। ଯେଉଁଠି ବିରାଟ କୋହଲି ଏହି କମାଲ କରିଛନ୍ତି। ଟି-୨୦ ଆନ୍ତର୍ଜାତୀୟରେ ବିରାଟ କୋହଲିଙ୍କ ଏହା ପ୍ରଥମ ଶତକ ଅଟେ। ବିରାଟ କୋହଲି ଏହି ଇନିଙ୍ଗ୍ସରେ ୬୧ଟି ବଲରେ ୧୨୨ ରନ କରିଲେ। ଏହି ଇନିଙ୍ଗ୍ସରେ ବିରାଟ ୧୨ଟି ଚୌକା ଓ ୬ଟି ଛକା ପିଟିଥିଲେ। ବିରାଟ କୋହଲି ୨୦୦ ଷ୍ଟ୍ରାଇକ ରେଟରେ ରନ କରିଲେ।
ବିରାଟ କୋହଲିଙ୍କ ଆନ୍ତର୍ଜାତୀୟ କ୍ରିକେଟର ଶତକ:-
ଦିନକିଆ: ୪୩
ଟେଷ୍ଟ: ୨୭
ଟି-୨୦: ୧
ବିରାଟ କେବେ କରିଥିଲେ ନିଜର ଶେଷ ଶତକ:-
କିଙ୍ଗ ବିରାଟ କୋହଲି ନିଜର ଶେଷ ଆନ୍ତର୍ଜାତୀୟ ଶତକ ପାଖାପାଖି ୧୦୨୦ ଦିନ ପୂର୍ବେ କରିଥିଲେ। ଅର୍ଥାତ ୨ବର୍ଷ ୯ମାସ ଓ ୧୬ଦିନ ପରେ ବିରାଟ କୋହଲିଙ୍କ ବ୍ୟାଟରୁ କୌଣସି ଶତକ ବାହାରିଛି। ଶେଷ ଶତକ ୨୩ ନଭେମ୍ବର ୨୦୧୯(ଟେଷ୍ଟ ୨୨ ନଭେମ୍ବରରେ ଆରମ୍ଭ ହୋଇଥିଲା)ରେ ବାଂଲାଦେଶ ବିପକ୍ଷରେ କୋଲକାତାରେ ଆସିଥିଲା। ଯାହାକି ଏକ ଟେଷ୍ଟ ମ୍ୟାଚର ଶତକ ଥିଲା। ସେବେଠୁ ବିରାଟ କୋହଲି କୌଣସି ଶତକ କରିନାହାନ୍ତି।
୮୩ ଇନିଙ୍ଗ୍ସ ପରେ ଆସିଲା କୌଣସି ଶତକ:-
୭୦ତମ ଶତକରୁ ୭୧ତମ ଶତକ ମଧ୍ୟରେ ବିରାଟ କୋହଲି ସମୁଦାୟ ୮୩ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଓ ୮୪ତମ ଇନିଙ୍ଗ୍ସରେ ନିଜର ଶତକ କରିଥିଲେ। ଏହି ସମୟରେ ବିରାଟ କୋହଲି ୭୩ତମ ମ୍ୟାଚର ୮୪ଟି ଇନିଙ୍ଗ୍ସରୁ ୨୮୩୦ ରନ କରିଛନ୍ତି, ତାଙ୍କର ଓଉସତ ୩୭.୭୩ ଅଟେ। ବିରାଟ କୋହଲି ଏହି ସମୟରେ ୨୬ଟି ଅର୍ଦ୍ଧଶତକ କରିଥିଲେ ଓ ବର୍ତ୍ତମାନ ଏହା ପ୍ରଥମ ଶତକ ଆସିଲା। ଏହି କାର୍ଯ୍ୟକାଳରେ ବିରାଟ କୋହଲି ୯ଥର ଆନ୍ତର୍ଜାତୀୟ କ୍ରିକେଟରେ ଜିରୋରେ ଆଉଟ ହୋଇଛନ୍ତି।
ରିକୀ ପଣ୍ଟିଙ୍ଗଙ୍କ ରେକର୍ଡ ସହିତ ବରାବର:-
ଏହି ଶତକୀୟ ଇନିଙ୍ଗ୍ସ ସହିତ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିଛନ୍ତି, ଖାସକରି ଆନ୍ତର୍ଜାତୀୟ କ୍ରିକେଟରେ ବର୍ତ୍ତମାନ ସେ ସବୁଠାରୁ ଅଧିକ ଶତକ କରିଥିବା ମାମଲାରେ ଦ୍ଵିତୀୟ ନମ୍ବରରେ ଆସିଗଲେ। ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକୀ ପଣ୍ଟିଙ୍ଗଙ୍କ ଆନ୍ତର୍ଜାତୀୟ କ୍ରିକେଟରେ ୭୧ଟି ଶତକ ଅଛି, ବିରାଟ କୋହଲିଙ୍କ ମଧ୍ୟ ଏତିକି ଶତକ ହୋଇଗଲା। ବର୍ତ୍ତମାନ କେବଳ ସଚିନ ତେନ୍ଦୁଲକର ଆଗରେ ଅଛନ୍ତି। ଯେଉଁଥିରେ ଆନ୍ତର୍ଜାତୀୟ କ୍ରିକେଟରେ ସେ ୧୦୦ଟି ଶତକ କରିଛନ୍ତି। ଦେଖିବାକୁ ଗଲେ ଏକ୍ଟିଭ କ୍ରିକେଟର୍ସ ସୂଚୀରେ ବିରାଟ କୋହଲିଶୀର୍ଷରେ ଅଛନ୍ତି।
୧। ସଚିନ ତେନ୍ଦୁଲକର(ଭାରତ) ୬୬୪ ମ୍ୟାଚ, ୭୮୨ ଇନିଙ୍ଗ୍ସ, ୧୦୦ ଶତକ
୨। ବିରାଟ କୋହଲି(ଭାରତ) ୪୬୮ ମ୍ୟାଚ, ୫୨୨ ଇନିଙ୍ଗ୍ସ, ୭୧ ଶତକ
ରିକୀ ପଣ୍ଟିଙ୍ଗ(ଅଷ୍ଟ୍ରେଲିଆ/ଆଇସିସି) ୫୬୦ ମ୍ୟାଚ, ୬୬୮ ଇନିଙ୍ଗ୍ସ, ୭୧ ଶତକ
୩। କୁମାର ସଙ୍ଗାକାର(ଶ୍ରୀଲଙ୍କା/ଏସିଆ କପ/ଆଇସିସି) ୫୯୪ ମ୍ୟାଚ, ୬୬୬ ଇନିଙ୍ଗ୍ସ, ୬୩ ଶତକ
ଟି-୨୦ ଆନ୍ତର୍ଜାତୀୟରେ ସବୁଠାରୁ ଅଧିକ ରନ କରିଥିବା ଦ୍ଵିତୀୟ କ୍ରିକେଟର:-
ବିରାଟ କୋହଲି ଏହି ଇନିଙ୍ଗ୍ସରେ ଅନେକ ରେକର୍ଡ କରିଛନ୍ତି। ସେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ନିଜର ୩୫୦୦ ରନ ପୂରଣ କରିଛନ୍ତି। ଏହା ସହିତ ସେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଅଧିକ ରନ କରିଥିବା ଦ୍ଵିତୀୟ ଖେଳାଳି ହୋଇଯାଇଛନ୍ତି। ତାଙ୍କ ଆଗରେ ରୋହିତ ଶର୍ମା ଅଛନ୍ତି। ବିରାଟ କୋହଲିଙ୍କର ଟି-୨୦ରେ ବର୍ତ୍ତମାନ ପର୍ଯ୍ଯନ୍ତ ୧୦୪ ମ୍ୟାଚରେ ୯୬ଟି ଇନିଙ୍ଗ୍ସରେ ୩୫୮୪ ରନ ହୋଇଯାଇଛି। ତାଙ୍କର ଓଉସତ ୫୧.୯୪ ଅଟେ, ବିରାଟଙ୍କ ନାମ ଟି-୨୦ ଆନ୍ତର୍ଜାତୀୟରେ ୩୨ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ଅଛି।