ମା କୁ ମୁକ୍ତି ଦେଉଛି….କହି କଲା ହତ୍ୟା, ଦୁଇଦିନ ଶବ ପାଖରେ ବସି ପଢିଲା ଭାଗବତ,ତା ପରେ କଲା ଆତ୍ମହତ୍ୟା,ଜାଣନ୍ତୁ ପୁରା ଘଟଣା
ଗୋଟିଏ ଛୁଆ ଜୀବନରେ ସବୁଠାରୁ ଅଧିକ ମା ସହ ସ୍ନେହ ଥାଏ|ଛୁଆ ଠାରୁ ନେଇ ଜଵାନ ହେବା ପର୍ଯ୍ୟନ୍ତ ସବୁବେଳେ ତା ସହ ରହିଥାଏ|ପୁଣି ବୁଢା ବେଳେ ପୁଅର ଦାୟିତ୍ଵ ହୋଇଥାଏ ଯେ ସେ ବାପା ମାଆଙ୍କ ସେବା କରିବ|କିନ୍ତୁ ବୁଦ୍ଧ ବିହାର ର କଲୋନୀରେ ରହୁଥିବା ଜଣେ ଯୁବକ ମାଆଙ୍କ ହତ୍ୟା କରିଛି|ଆଶ୍ଚର୍ଯ୍ୟ କଥା ଏହାପରେ ସେ ଆତ୍ମହତ୍ୟା କରିଛି|ମୃତ୍ୟୁ ପୂର୍ବରୁ ସେ ୭୭ ପେଜର ସୁଇସାଇଡ ନୋଟ ଛାଡିଛି|
୨୫ ବର୍ଷୀୟ ଏହି କ୍ଷିତିଜ଼ ପକେଟ୍ ୧୮ ସେକ୍ଟର ୨୪, ରୋହିଣୀ ସ୍ଥିତ ତିନି ମହଲା କୋଠାରେ ନିଜ ମା ମିଥିଲେଶ ସହ ରହୁଥିଲେ|ତାଙ୍କ ବାପାଙ୍କ ମୃତ୍ୟୁ ୭ ବର୍ଷ ପୂର୍ବେ ହୋଇଥିଲା|ତାଙ୍କ ପେନସନ ଟଙ୍କାରେ ମା ପୁଅଙ୍କ ଖର୍ଚ୍ଚ ଚାଲୁଥିଲା|କ୍ଷିତିଜ ଚାକିରି କରୁନଥିଲେ ଓ ଅପରପକ୍ଷରେ ମା ବେମାର ଥିଲେ|ଫଳରେ ଖର୍ଚ୍ଚ ପାଇଁ ଟଙ୍କା ହେଉନଥିଲା|କ୍ଷିତିଜର କେହି ସାଙ୍ଗ ନଥିଲେ ଓ ସେ ଏକୁଟିଆ ଥିଲେ|

କ୍ଷିତିଜ ପାଖରୁ ମିଳିଥିବା ସୁଇସାଇଡ୍ ନୋଟ ଅନୁସାରେ ତାଙ୍କ ମା ବେମାର ଥିଲା ଓ ଟଙ୍କା ଅଭାବ ଯୋଗୁଁ ସେ ଡିପ୍ରେସନ ହୋଇଥିଲା|ଏଥିପାଇଁ ୧ ସେପ୍ଟେମ୍ବର ଗୋଟିଏ ତାରରେ ମାର ଗଳାକୁ ଦବାଇ ଦେଲା|ପରେ ଘରେ ଥିବା ଧାରୁଆ କଟରରେ ବେକକୁ କାଟିଦେଲା|ମା ମାରିବାର ଦୁଇଦିନ ପର୍ଯ୍ୟନ୍ତ ଘରେ ରହିଲା|ପରେ ସେ ଆତ୍ମହତ୍ୟା କଲେ|
ମା ମାରିବାର ଦୁଇଦିନ ପରେ ସେ ଘରେ କ’ଣ କ’ଣ କଲା ୭୭ ପେଜର ଆତ୍ମହତ୍ୟା ନୋଟରେ ଲେଖିଛନ୍ତି|ସେ ଏଥିରେ ଲେଖିଛନ୍ତି ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବାକୁ ଟଙ୍କା ଅଭାବ ହେଉଥିଲା|ମାଙ୍କ ଚିକିତ୍ସା ପାଇଁ ଟଙ୍କା ନଥିବାବେଳେ ସେ ସେବା କରି ରୋଗୀଣା ହୋଇଥିଲା|ତେଣୁ ସେ ମାକୁ ଏଥିରୁ ମୁକ୍ତି ଦେଇଥିଲା|

ସେ ନୋଟରେ ଲେଖିଥିଲେ ଯେ ମା’କୁ ମାରିବା ପରେ ତା ପାଖରେ ବସି ଭାଗବତ ପାଠ କଲା|ଯଦିଓ ଶବର ଦୁର୍ଗନ୍ଧ ଯୋଗୁଁ ସେ ସମ୍ପୂର୍ଣ କରି ପାରିଲା ନାହିଁ|ସେ ଘରରୁ ଦୁର୍ଗନ୍ଧ ଦୂର ପାଇଁ ଡିଓଡ୍ରେନ ସ୍ପ୍ରେ କଲା|ଏହାପରେ ଗଙ୍ଗାଜଳ ବି ଛିଞ୍ଚିଲା|
ସେ ୪ ସେପ୍ଟେମ୍ବର ଦିନ ଆତ୍ମହତ୍ୟା କରିଥିଲେ|ଏହି ଘଟଣାର ତଥ୍ୟ ପାଖରେ ରହୁଥିବା ମହିଳା ପୋଲିସକୁ ଦେଇଥିଲା|ମହିଳା କ୍ଷିତିଜକୁ କଲ କରି ମା ସମ୍ପର୍କରେ ପଚାରିଥିଲେ|ସେ ତା ମା ସହ ସତସଙ୍ଗ ଯିବାକୁ ଚାହୁଁଥିଲେ|କ୍ଷିତିଜ କହିଲା ମା ମରିଗଲା ମୁଁ ଏଵେ ମରିବାକୁ ଯାଉଛି|ଏହାପରେ ଫୋନ କାଟିଦେଲା ଓ ଆତ୍ମହତ୍ୟା କରିଦେଲା|ପରେ ମହିଳାଙ୍କ ସୂଚନା କ୍ରମେ ପୋଲିସ ଆସି ପହଞ୍ଚିଲେ|