ଆଉ କେବେ ବି ପାକିସ୍ତାନୀ ଖେଳାଳି ବ୍ଯାଟ ଉଠାଇବାକୁ ସାହସ କରିବେ ନାହିଁ,କାରଣ ଆଇସିସି ଦେଲା ଆଶ୍ଚର୍ଯ୍ୟଜନକ ଦଣ୍ଡ

0

Get real time updates directly on you device, subscribe now.

ପାକିସ୍ଥାନ ଏସିଆ କପର ଟି-୨୦ ଟୁର୍ଣ୍ଣାମେଣ୍ଟରେ ସୁପର ଫୋର ମ୍ୟାଚରେ ବୁଧବାର ଦିନ ଆଫଗାନିସ୍ତାନକୁ ଏକ ୱିକେଟରେ ହରାଇ ଫାଇନାଲ ଟିକେଟ ହାସଲ କରିଛି|ଏହି ମ୍ୟାଚରେ ଏପରି ଏକ ବୋବାଲ ମଚେଇଛି ଯାହା ଫଳରେ ମଝି ପଡ଼ିଆରେ ଦୁଇ ଦଳର ଖେଳାଳୀମାନେ ଉଭୟଙ୍କ ସହ ଲଢିଗଲେ|ଏହି ମ୍ୟାଚ ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ଆସିଫ୍ ଅଲ୍ଲୀ ଓ ଆଫଗାନିସ୍ତାନ ବୋଲର ଫରିଦ ଅହମଦ ମଧ୍ୟରେ ହୋଇଥିଲା|ଏବେ ଦୁଇ ଖେଳାଳୀଙ୍କୁ ସଜା ଦିଆଯାଇଛି|

ପାକିସ୍ତାନର ବ୍ୟାଟ୍ସମ୍ୟାନ୍ ଆସିଫ୍ ଅଲ୍ଲୀ ଓ ଆଫଗାନିସ୍ତାନ ବୋଲର ଫରିଦ ଅହମଦ ଏସିଆ କପର ସୁପର ଫୋରର ମ୍ୟାଚ ସମୟରେ ପଡ଼ିଆରେ ଝଗଡା କାରଣରୁ ମ୍ୟାଚର ୨୫% ଜୋରିମାନା ଲଗାଯାଇଛି|ଦୁହିଁଙ୍କୁ ଆଇସିସି ଲେବଲ ସଂହିତାର ଲେବଲ ୱନରେ ଦୋଷୀ ପାଇଛନ୍ତି|ଆଇସିସି ବୟାନ ଅନୁସାରେ ଅଲ୍ଲୀ ଆଚାର ସଂହିତା ଧାରା ୨.୬ର ଉଲ୍ଲଂଘନ କରିଥିଲେ ଯାହା ଅନ୍ତଃରାଷ୍ଟ୍ରୀୟ ମ୍ୟାଚ ସମୟରେ ଅଶ୍ଳୀଳ,ଆକ୍ରାମକ ଓ ଅପମାନଜନକ ଅଟେ|

ଫରିଦକୁ ଧାରା ୨.୧.୧୨ ଉଲଂଘନର ଦୋଷୀ ପାଆ ଯାଇଛି ,ଯାହା ଖେଳାଳି , ସହଯୋଗୀ ଷ୍ଟାଫ,ଅମ୍ପୟାର, ମ୍ୟାଚ ରେଫରୀ,ବା କୈାଣସି ବ୍ୟକ୍ତି ସହ ଅନୁଚିତ ଶାରିରୀକ ସମ୍ପର୍କ ସହ ସମ୍ବନ୍ଧିତ|ସୋସିଆଲ ମିଡିଆରେ ମଧ୍ୟ ଆସିଫକୁ ବ୍ଯାନ କରିବା କୁହାଯାଉଛି|ଯଦିଓ ଆଇସିସି ଏହି ଦୁଇ ଖେଳାଳୀଙ୍କୁ ଜୋରିମାନା ସହ ଛାଡି ଦେଇଛି|

୧୯ ତମ ଓଭରର ପଞ୍ଚମ ବଲରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଆସିଫ ଅଲ୍ଲୀ ଫରିଦ ଅହମଦ ବଲରେ ବଡ ସଡ ଖେଳିବା ଚକରରେ କ୍ୟାଚ ଆଉଟ ହୋଇଗଲେ|ଆଫଗାନି ବୋଲର ଫରିଦ ଅହମଦ ଏହାପରେ ଆସିଫ ଅଲ୍ଲୀ ଆଡକୁ ଆକ୍ରମଣାତ୍ମକ ଅନ୍ଦାଜରେ ଖୁସି ମନାଇଲେ|ଏହାପରେ ଫରିଦଙ୍କ ଖୁସି ମନାଇବା ରେ ରାଗି ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ପ୍ରଥମେ ବୋଲରକୁ ଧକ୍କା ଦେଲେ ଓ ବ୍ଯାଟ ବି ଦେଖାଇଲେ|ଅଲ୍ଲୀ ବ୍ୟାଟ ଉଠାଇବାରୁ ଆଫଗାନିସ୍ତାନ ଅନ୍ୟ ଖେଳାଳି ଆସି ଅଟକାଇଥିଲେ|

Leave A Reply

Your email address will not be published.