ରେଷ୍ଟୁରାଣ୍ଟରେ ବାଥରୁମ ବ୍ୟବହାର କରିବା ପଡିଲା ମହଙ୍ଗା,ଏବେ ବିଲ ର ସେହି ରସିଦ ସୋସିଆଲ ମିଡିଆ ୟୁଜର୍ସଙ୍କ ଉଡାଇଲା ହୋଶ୍
ଯୁଗ ବଦଳିବା ସହ ଜମାନା ବଦଳୁଛି|ଆଜିର ସମୟରେ କୈଣସି ଜିନିଷ ମାଗଣା ମିଳେ ନାହିଁ,ଯଦିବି ମିଳୁଛି ବୁଝି ନିଅନ୍ତୁ ଶିଘ୍ର ତାର ଦାମ ଲାଗିଯିବ|ଏହାର ଅନୁମାନ ଏଵେ ଭାଇରାଲ ହେଉଥିବା ଟୁଇଟରେ ଦେଖି ନିଅନ୍ତୁ, ଯେଉଁଥିରେ ରେଷ୍ଟୁରାଣ୍ଟରେ ଖାଦ୍ୟ ତ ଖାଇଲା,ବାଥରୁମ ୟୁଜ କରିବାରୁ ଭଲ ଟଙ୍କା ଦେବାକୁ ପଡିଲା|ଆପଣ ତ ରାସ୍ତାରେ ସୁଲଭ ଶୈଚାଳୟ ବ୍ୟବହାର ପାଇଁ ଟଙ୍କା ଦେଇଥିବେ କିନ୍ତୁ ଏଵେ ଭାଇରାଲ ହେଉଥିବା ବିଲକୁ ଦେଖି ଆପଣ ଅନୁମାନ କରି ପାରିବେ|
ଏବେ ଏଭଳି ସମୟ ବି ଆସି ଯାଇଛି ଯେଉଁଠି ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ବ୍ୟତୀତ ବାଥରୁମ ୟୁଜ କଲେ ଟଙ୍କା ଗଣିବାକୁ ପଡିବ|ଏହି ମାମଲା ଗ୍ୱଟେମାଲାର ଏକ କେଫେର କୁହାଯାଉଛି, ଯେଉଁଠି ଲା ଏକ୍ୱନା କଫି ସପ୍ ରେ ଗ୍ରାହକକୁ ବାଥରୁମ ୟୁଜ କରିବାରୁ ଟଙ୍କା ଦେବାକୁ ପଡିଲା|ଏହାକୁ ଦେଖି ଗ୍ରାହକଂକ ହୋଶ୍ ଉଡିଗଲା|
କୁହାଯାଉଛି ଯେ ନେଲ୍ସି କାର୍ଡିୱ ନାମକ ଗ୍ରାହକ ରେଷ୍ଟୁରାଣ୍ଟରେ ବାଥରୁମ ୟୁଜ କରିବାରୁ ଏହି ବିଲ୍ ଦେଵାକୁ ପଡ଼ିଥିଲା,ଯାହା ଏଵେ ସୋସିଆଲ ମିଡିଆରେ ଚର୍ଚ୍ଚିତ|ସେ ଏହାକୁ ଟୁଇଟରରେ ସେୟାର କରିଛନ୍ତି,ଯାହାକୁ ଦେଖିବା ପରେ ୟୁଜର ଏହି ରେଷ୍ଟୁରାଣ୍ଟର ଚର୍ଚ୍ଚା କରିଛନ୍ତି|କିଛି ଲୋକ ଏହାକୁ ଠିକ୍ କହୁଛନ୍ତି|
ଟୁଇଟରରେ ଭାଇରାଲ ହେଉଥିବା ଏହି ବିଲକୁ ଦେଖି ଲୋକେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ ୟୁଜର ଲେଖିଛନ୍ତି,”ମୋତେ ଆଶ୍ଚର୍ଯ୍ୟ ଯେ ସେ ରେଷ୍ଟୁରାଣ୍ଟରେ ପବନ ପାଇଁ ଚାର୍ଜ ନେଇନାହିଁ”|ଆଉଜଣେ କହିଛନ୍ତି ମୁଁ ସେ ରେଷ୍ଟୁରାଣ୍ଟ ଯାଇଛି , ମୋତେ କୁହାଗଲା ବହୁତ ଖାଲି ଅଛି ଏଵେ ଜଣାପଡିଲା ଏତେ ଖାଲି କ’ଣ ପାଇଁ ଥିଲା|ଏହି ମାମଲାକୁ ଦେଖି କ୍ୟାଫେ ଜଵାବ ଦେଇଛନ୍ତି ,”ଆମେ ଏହି ଘଟଣା ପାଇଁ ଦୁଃଖିତ,ଏହା ଏକ ଅନୈଛିକ ତୃଟି,ଏହାକୁ ଠିକ୍ କରି ଦିଆଯାଇଛି|”