ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର : ଆସିଲା ଇନ୍ସପେକ୍ଟର ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ନିଯୁକ୍ତି,ଆଜି ହିଁ ଆବେଦନ କରନ୍ତୁ
ଆଜିକାଲି ଦୁନିଆରେ ସରକାରୀ ଚାକିରୀ ମିଳିବା କେତେ ଯେ କଷ୍ଟ ତାହା ଯିଏ ଜାଣେ ସିଏ ଜାଣେ । ଯଦି ଜଣେ ଯେତେ ବଡ଼ ଘୋରଇ କମ୍ପାନୀ ରେ ଭଲ ଦରମା ସହିତ ବି ଚାକିରି କରିଥାଉ ନା କାହିଁକି,ତା ଆଗରେ ଯଦି ଜଣେ ସାମାନ୍ୟ ସରକାରୀ ଚାକିରୀ ଟିଏ କରିଥିବ ତାହାଲେ ସେଠି ତାର ସମ୍ମାନ ଅଧିକ । ଘୋରଇ କମ୍ପାନୀରେ ଚାକିରି କରିଥିବା ଲୋକ ତା ଆଗରେ ତୁଚ୍ଛ। ଆଜିକାଲି ଯଦି ଆପଣଙ୍କ ପାଖରେ ସରକାରୀ ଚାକିରୀ ଅଛି ତ ମାନେ ସବୁ କିଛି ଆପଣଙ୍କ ପାଖରେ ଅଛି।ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ଇନକମ୍ ଟ୍ୟାକ୍ସ ଇନ୍ସପେକ୍ଟର ଏବଂ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି ଆବେଦନ ଗ୍ରହଣ କରାଯାଉଛି। ଏହି ଭର୍ତ୍ତି ମେଧାବୀ ଖେଳାଳିଙ୍କ ପାଇଁ ରହିଛି। ଏହି ପଦବୀରେ ମେଧାବୀ ଖେଳାଳିଙ୍କୁ ନିଯୁକ୍ତି ମିଳିବ। ଯେଉଁମାନେ କୌଣସି କ୍ରୀଡ଼ାରେ ଭାଗ ନେଇଥିବେ।
*ପଦବୀ ବିବରଣୀ :
ଇନକମ୍ ଟ୍ୟାକ୍ସ ଅଫିସର
ଟ୍ୟାକ୍ସ ଆସିଷ୍ଟାଣ୍ଟ
*ଜରୁରୀ ତାରିଖ:
ଆବେଦନ କରିବାର ଶେଷ ତାରିଖ ୧୬ ସେପ୍ଟେମ୍ବର ୨୦୨୨ ରହିଛି। ଇଚ୍ଛୁକ ପ୍ରାର୍ଥୀ ଏହି ତାରିଖ ପୂର୍ବରୁ ଅଫଲାଇନ ମୋଡ ଜରିଆରେ ଏହି ପଦବୀ ଭର୍ତ୍ତି ପାଇଁ ଆବେଦନ କରିପାରିବେ।
*ଶିକ୍ଷାଗତ ଯୋଗ୍ୟତା :
ଇନକମ୍ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଡିଗ୍ରୀ ରହିଥିବା ଜରୁରୀ।ସେହିପରି ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳରୁ ଡିଗ୍ରୀ ପ୍ରାପ୍ତ ହେବା ଜରୁରୀ।
*ବୟସ ସୀମା :
ଇନ୍ କମ ଟାକ୍ସ୍ ଅଫିସର ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ହେବା ଜରୁରୀ।ସେହିପରି ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନକାରୀଙ୍କ ବୟସ ୧୮ ରୁ ୨୭ ବର୍ଷ ହେବା ଜରୁରୀ।
*ଦରମା : ଇନ୍ କମ ଟାକ୍ସ୍ ଅଫିସରଙ୍କ୯,୩୦୦ ଟଙ୍କା ରୁ ୩୪,୮୦୦ ଟଙ୍କା।ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦରେ ଚୟନିତ ପ୍ରାର୍ଥୀଙ୍କୁ ୫,୨୦୦-୨୦,୨୦୦ ଟଙ୍କା ଦରମା ମିଳିବ।
*ଆବେଦନ ପ୍ରଣାଳୀ :
ପ୍ରାର୍ଥୀ ଆବେଦନ କରିବାର ଫର୍ମ ପୂରଣ କରିବା ପରେ ଏହାକୁ ନିମ୍ନଲିଖିତ ଠିକଣାରେ ପଠାଇବେ।
‘Chief Commissioner of Income Tax, NER, 1st Floor, Aayakar Bhawan, Christian Basti, G.S. Road, Guwahati, Assam – 781005