ଗ୍ରାଜୁଏଟ୍ ପିଲାମାନଙ୍କ ପାଇଁ ଏମ୍ସରେ ବଡ଼ ନିଯୁକ୍ତି,ଆଜି ହିଁ ଆବେଦନ କରନ୍ତୁ

0

Get real time updates directly on you device, subscribe now.

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଏମ୍ସରେ ଖାଲି ପଡ଼ିଛି ପଦବୀ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚାକିରି କରିବାକୁ ଗ୍ରାଜୁଏଟ୍ସ ମାନେ ଚାହୁଁଥିଲେ କରି ପାରିବେ ଏହି ଚାକିରୀ । ତେବେ ବନ୍ଧୁଗଣ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଋିଷିକେଶରେ ଖାଲି ପଡ଼ିଥିବା କ୍ଲିନିକାଲ ଇନଷ୍ଟ୍ରକ୍ଟର ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ସେଥିପାଇଁ ଆଶାୟୀ ପ୍ରାର୍ଥୀମାନେ ଅକ୍ଟୋବର ମାସ ସୁଦ୍ଧା ଆବେଦନ କରିପାରିବେ ।

ଷ୍ଟାଫ୍ ନର୍ସ ଏବଂ କ୍ଲିନିକାଲ ଇନଷ୍ଟ୍ରକ୍ଟର ସମେତ ବିଭିନ୍ନ ପଦବୀ ପାଇଁ ନିଯୁକ୍ତ ବାହାର କରିଛି ଋିଷିକେଶର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ । ଏହି ପୋଷ୍ଟଗୁଡିକ ପାଇଁ ପ୍ରାର୍ଥୀମାନେ ପଞ୍ଜୀକୃତ କାକ ମାଧ୍ୟମରେ ୧ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ କରି ଶେଷ ତାରିଖ ୧୫ ଅକ୍ଟୋବର ୨୦୨୨ ସନ୍ଧ୍ୟା ୫ ଟା ମଧ୍ୟରେ ଆବେଦନ କରିପାରିବେ । ଏହି ପଦବୀ ଗୁଡିକ ପାଇଁ ମୋଟ କତୋଟି ନିଯୁକ୍ତି ବାହାରିଛିି ଜାଣନ୍ତୁ । ଏମ୍ସ ଟ୍ୟୁଟର ବା କ୍ଲିନିକାଲ ଇନଷ୍ଟ୍ରକ୍ଟର (ନର୍ସିଂ) ପାଇଁ ୩୩, ଜେନେରାଲ କାଟାଗୋରୀ ପାଇଁ ୧୫, ଓବିସି ପାଇଁ ୮, ଅନୁସୂଚିତ ଜାତି ପାଇଁ ୧ ଓ ଅନ୍ୟାନ୍ୟ ପାଇଁ (ଇ-ଡବ୍ଲୁ-ଏସ) ୩ ପଦବୀ ଖାଲି ଅଛି ।

ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ aiimsrishikesh.edu.in କୁ ଯାଇ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବା ପାଇଁ ବୟସ ସୀମା ୫୦ ବର୍ଷ ରଖା ଯାଇଛି । ତା ସହିତ ଏହି ଟ୍ୟୁଟର ବା କ୍ଲିନିକାଲ ଇନଷ୍ଟ୍ରକ୍ଟର (ନର୍ସିଂ) ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସେମାନେ  କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ବି-ଏସ-ସି ନର୍ସିଂ କିମ୍ବା ପୋଷ୍ଟ ବେସିକ୍ ନର୍ସିଂରେ ଡିଗ୍ରୀ ହାସଲ କରିଥିବା ଅବଶ୍ୟକ । ଆଉ ତାସହିତ ଯେ କୌଣସି ଏକ ଶିକ୍ଷା ସଂସ୍ଥାରୁ ୩ ବର୍ଷର ଏକ୍ସପେରିନ୍ସ ସାର୍ଟିଫିକେଟ ମଧ୍ୟ ଜରୁରୀ ଅଟେ । ତେବେ ଆବେଦନ ପ୍ରକ୍ରିୟା ହେଲା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ କୁ ଯାଇ ସେଠାରେ ନ୍ୟୁ ଜବ୍‌ ସେକ୍ସନରେ ଦିଆଯାଇଥିବା ଆବେଦନ ଫର୍ମକୁ ଡାଉନଲୋଡ୍ କରି ଏହାକୁ ପୂରଣ କରନ୍ତୁ ।

ଫର୍ମ ପୂରଣ କରିବା ପରେ ଏହାକୁ ଆବେଦନ ଶୁଳ୍କ ଜମା କରି ଓକେ କରିଦିଅନ୍ତୁ । ଆଉ ଫର୍ମ ଡାଉନ୍ଲୋଡ୍ କରି ଭବିଷ୍ୟତ ପାଇଁ ରଖନ୍ତୁ । ତେବେ ଏହି ପଦବୀ ପାଇଁ ଅଣସଂରକ୍ଷିତ, ଓବିସି ପ୍ରାର୍ଥୀ ମାନଙ୍କ ପାଇଁ ୨୦୦୦ ଟଙ୍କା ଆବେଦନ ଶୁଳ୍କ ରଖା ଯାଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ ୧୦୦୦ ଟଙ୍କା ଆବେଦନ ଶୁଳ୍କ ଅଛି । ଆଉ ପି-ଡବ୍ଲୁ-ଡି ପାଇଁ ଶୁଳ୍କ ମହିଏ । ତେବେ ଆଉ

Leave A Reply

Your email address will not be published.