୩୨ ବର୍ଷ…୫୦୦୦ ଚୋରୀ… ଏ ହେଉଛନ୍ତି ଦେଶର ସବୁଠାରୁ ବଡ କାର ଚୋର,ଜାଣନ୍ତୁ ଏହି ଚୋର ବିଷୟରେ

0

Get real time updates directly on you device, subscribe now.

ଭାରତର ସବୁଠାରୁ ବଡ କାର ଚୋର ଅନିଲ ଚୌହାନ ପୁଣିଥରେ ଆଇନ କବଳରେ ଆସିଯାଇଛନ୍ତି। ପୋଲିସ ଅନୁସାରେ ଅନିଲ ଚୌହାନ ଗତ ତିନି ଦଶକରେ ୫୦୦୦ରୁ ଅଧିକ କାର ଚୋରୀ କରିସାରିଛି। ସତ କହିବାକୁ ଗଲେ ସେ ତାଙ୍କ ଜୀବନରେ ପ୍ରାୟତଃ କାର ଚୋରୀ କରିବାରେ ବିତାଇଛନ୍ତି। ଅନିଲ ଚୌହାନ କିଏ? କେମିତି ହୋଇଗଲେ ଦେଶର ସବୁଠାରୁ ବଡ କାର ଚୋର? ଆସନ୍ତୁ ଜାଣିବା ତାଙ୍କର କାହାଣୀ।

କିଏ ଅନିଲ ଚୌହାନ?:-

କଥା ହେଉଛି ୯୦ ଦଶକର। ସେହି ସମୟରେ ଅନିଲ ଚୌହାନ ଦିଲ୍ଲୀର ଖାନପୁର ଅଞ୍ଚଳରେ ରହୁଥିଲେ। ଦ୍ଵାଦଶ ପରେ ସେ ପାଠ ପଢା ଛାଡିଦେଲେ। ତାପରେ ଜୀବନ ଯାପନ କରିବା ପାଇଁ ଅଟୋ ରିକ୍ସା ଚଲାଇବାକୁ ଲାଗିଲେ। ପୁଣି କିଛି ସରକାରୀ ଅଫିସରେ ସେ କଣ୍ଟ୍ରାକ୍ଟରେ ଡ୍ରାଇଭିଙ୍ଗ କରିଲେ। କିନ୍ତୁ ଧନୀ ହେବା ପାଇଁ ସେ ଅପରାଧର ରାସ୍ତା ଚୟନ କରିଲେ। ସେଥିପାଇଁ ସେ ଜରାୟମ ଦୁନିଆରେ ଡିଆଁ ମାରିଦେଲେ।

କିଛିଦିନ ଛୋଟ ମୋଟ ଚୋରୀ କରିବା ପରେ କାର ଚୋରାଇବାକୁ ଲାଗିଲେ। ସେତେବେଳେ ମାରୁତି ୮୦୦ ବହୁତ ଡିମାଣ୍ଡରେ ଥିଲା। ସେ କାର ଧନ୍ଦାରେ ବହୁତ ଆଗକୁ ଚାଲିଯାଇଥିଲେ। ତାପରେ ସେ ପଛକୁ ବୁଲି ମଧ୍ୟ ଦେଖିନଥିଲେ। କୁହାଯାଏକି ସେ ୧୯୯୦ ଦଶକରେ ସବୁଠାରୁ ମାରୁତି ୮୦୦ କାର ଚୋରୀ କରିଥିଲେ। ଚୌହାନଙ୍କୁ ଦିଲ୍ଲୀ ପୋଲିସ ସର୍ବପ୍ରଥମେ ୧୯୯୧ ମସିହାରେ ଗିରଫ କରିଥିଲେ, କିନ୍ତୁ ତାଙ୍କୁ ବହୁତ ଶୀଘ୍ର ଛାଡିଦେଇଥିଲେ।

ଅନିଲଙ୍କ ପାଇଁ ୨୫,୦୦୦ ଟଙ୍କା ପୁରସ୍କାର:-

ସେହି ସମୟରେ ପୋଲିସ କାର ଚୋରୀର ଘଟଣାକୁ ନେଇ ବହୁତ ଚିନ୍ତିତ ଥିଲା। କିନ୍ତୁ ଚୋରର କୌଣସି ଖବର ଜଣାପଡୁନଥିଲା। ସେଥିପାଇଁ ପୋଲିସ ସେହି ସମୟରେ ଅନିଲ ଚୌହାନଙ୍କ ଉପରେ ୨୫୦୦୦ ଟଙ୍କାର ପୁରସ୍କାର ରଖିଦେଲେ। ସେହି ସମୟରେ ଏହି ମୂଲ୍ୟ ବହୁତ ବଡ ରକମ ଥିଲା। ୨୦୧୦ ମସିହାରେ ଅନିଲ ଚୌହାନଙ୍କ ବିରୁଦ୍ଧରେ ପାଖାପାଖି ୩୦୦୦ କାର ଚୋରୀର ମାମଲା ରୁଜ୍ଜୁ ହୋଇସାରିଥିଲା। ଦିଲ୍ଲୀର ଅନେକ ଅଦାଲତରେ ତାଙ୍କୁ ଅପରାଧୀ ଘୋଷଣା କରାଯାଇସାରିଥିଲା। ଏହା ସେହି ସମୟର କଥା, ଯେତେବେଳେ ଅନିଲ ନିଜର ଠିକଣା ପୂର୍ବୋତ୍ତର ରାଜ୍ୟ ଆଡେ କରିଦେଇଥିଲେ।

ଇଡି ଜବତ କରିନେଲେ ସମ୍ପତ୍ତି:-

ଅନିଲ ଚୌହାନ ଦିଲ୍ଲୀର ଆଖପାଖ ରାଜ୍ୟରେ କାର ଚୋରୀ କରୁଥିଲେ। ଏହାପରେ ସେ ଚୋରୀ କରୁଥିବା କାରକୁ ଜମ୍ମୁ କାଶ୍ମୀର, ନେପାଲ ଓ ଉତ୍ତର ପୂର୍ବ ରାଜ୍ୟରେ ବିକ୍ରି କରୁଥିଲେ। ଏହି ସମୟରେ ସେ ଗଣ୍ଡାର ସିଂଘର ତସ୍କରୀ କରୁଥିଲେ। ତାଙ୍କର ନେଟୱାର୍କ ଲଦାଖର ନର୍ଥ ଇଷ୍ଟ ପର୍ଯ୍ଯନ୍ତ ବ୍ୟାପିଥିଲା। ଯେତେବେଳେ ଦିଲ୍ଲୀରେ ତାଙ୍କ ଉପରେ ପୋଲିସର ଚାପ ବଢିବାକୁ ଲାଗିଲା ସେ ନର୍ଥ ଇଷ୍ଟର ରାଜ୍ୟରେ କାର ଚୋରୀକୁ ବନ୍ଦ କରିଦେଲେ।

ଏହି ସମୟରେ ସେ ଆସାମରେ ଯାଇ ଏ କ୍ଳାସ କଣ୍ଟ୍ରାକ୍ଟର ହୋଇଗଲେ। ଅନେକ ପ୍ରକାର ସରକାରୀ ଠେକେ ନେବାକୁ ଲାଗିଗଲେ। ଯେଉଁ କାରଣରୁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଡ଼ାରର ଆସିଗଲେ। ଇଡି ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଲା ଓ ତାଙ୍କର ସମସ୍ତ ସମ୍ପତ୍ତିକୁ ଜବତ କରିନେଲା। ଯେଉଁ କାରଣରୁ ଅନିଲଙ୍କର କମର ଭାଙ୍ଗିଗଲା।

୨୦୦୪ରେ ଦୁଇରି ରାଜ୍ୟର ପୋଲିସ ଧରିଲେ:-

୧୯୯୦ ପରେ ଅନିଲ ଚୌହାନଙ୍କୁ ଅନେକ ରାଜ୍ୟରେ ପୋଲିସ ଚାରି-ପାଞ୍ଚ ଥର ଗିରଫ କରିସାରିଥିଲା। କିନ୍ତୁ ପ୍ରତ୍ଯେକ ଥର ସେ ବେଲରେ ଖସି ଯାଉଥିଲେ। ୨୦୦୪ ମସିହାରେ ଆସାମ ଓ ଶିଲଂ ପୋଲିସର ସଂଯୁକ୍ତରେ ସେ ଆସାମର ସିଲଚରରେ ଧରାପଡିଥିଲେ। ସେତେବେଳେ ତାଙ୍କୁ ମେଘାଳୟ ପୋଲିସ ହିରାସତରେ ନେଇ ପଚରାଉଚରା କରିଥିଲା। ପୋଲିସ ତାଙ୍କର ଦ୍ଵିତୀୟ ସ୍ତ୍ରୀ ଗୀତାଙ୍କୁ ମଧ୍ୟ ଅପରାଧରେ ତାଙ୍କ ସହିତ ସହଯୋଗ ଦେବା ଆରୋପରେ ଗିରଫ କରଯାଇଥିଲା। ଦିଲ୍ଲୀ ପୋଲିସର ୱେବସାଇଟ ଅନୁସାରେ, ଅନିଲ ଚୌହାନଙ୍କ ଅଟୋ ଲିଫ୍ଟିଂ ଗ୍ୟାଙ୍ଗ ଦିଲ୍ଲୀରେ କାର ଚୋରୀରେ ୪୦୦ରୁ ଅଧିକ ମାମଲା ସାମିଲ ଥିଲା।

ଅଧିକାରୀ ହୋଇ ଭଡାରେ ନେଉଥିଲେ ବାହାନ:-

୨୦୦୫ ମସିହାରେ ଅନିଲ ଚୌହାନଙ୍କ ଗ୍ୟାଙ୍ଗ ଉତ୍ତର-ପୂର୍ବରେ ସକ୍ରିୟ ଥିଲା। ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ଅଧିକାରୀ କହି ଯାନଗୁଡିକୁ ନିୟୋଜିତ କରି ଶିଲୋଙ୍ଗ ଏବଂ ଆଇଜୱାଲ ପରି ପାହାଡ଼ିଆ ଅଞ୍ଚଳକୁ ନେଇଥିଲେ। ତା’ପରେ ସୁଯୋଗ ଦେଖି ସେମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କାର ଡ୍ରାଇଭରକୁ ହତ୍ୟା କରି କାରକୁ ନେଇ ଯାଉଥିଲେ। ୨୦୦୫ ମସିହାରେ ଯେତେବେଳେ ତାଙ୍କର ପତ୍ନୀଙ୍କ ସହ ଅନିଲ ଚୌହାନଙ୍କୁ ପୋଲିସ ଗିରଫ କରିଥିଲା, ସେତେବେଳେ ଦିଲ୍ଲୀ ପୋଲିସ ପ୍ରାୟ ୮୦ଟି କାର ଚୋରି ମାମଲା ରୁଜୁ କରି ତାଙ୍କ ନିକଟରୁ ୩୪ଟି କାର ଉଦ୍ଧାର କରିଥିଲା।

୨୦୧୫ରେ ପୁଣି ହେଲେ ଗିରଫ:-

ଏପ୍ରିଲ ୨୦୧୫ ଆରମ୍ଭରେ ଗୁଆହାଟୀରେ ଅନିଲ ଚୌହାନଙ୍କୁ ପୋଲିସ ଗିରଫ କରିଥିଲା। ସେତେବେଳକୁ ଅନିଲ ଚୌହାନ କାର ଚୋରି ଦୁନିଆରେ ଏକ ବଡ ନାମ ପାଲଟି ଯାଇଥିଲେ। ସେ ଅଟୋ ଚୋରି ରାକେଟର କିଙ୍ଗପିନ ଭାବରେ ପରିଚିତ ହେଲେ। ସେ ସବୁବେଳେ ବିଳାସପୂର୍ଣ୍ଣ କାରରେ ଯାତ୍ରା କରୁଥିଲେ। ବ୍ରାଣ୍ଡେଡ ପୋଷାକ ପିନ୍ଧିବାରେ ଅଭ୍ୟସ୍ତ ଥିଲେ। ସେ ରୋଲକ୍ସ ଘଣ୍ଟା ପିନ୍ଧିବାକୁ ମଧ୍ୟ ଭଲ ପାଉଥିଲେ। ସେ ଭଲଭାବେ ଇଂରାଜୀ କହୁଥଲେ ଏବଂ କୌଣସି କାର ଉଠାଇବା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ସହ ସେଠାକୁ ଆସୁଥିଲେ, ଯାହାଫଳରେ ପୋଲିସ ସନ୍ଦେହ କରିବ ନାହିଁ।

ଇଡି ଗୁଆହାଟୀରେ ରୁଜ୍ଜୁ କରିଲା ମାମଲା:-

ସେହି ବର୍ଷ ଅର୍ଥାତ ୨୦୧୫ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର ଚୋରି ରାକେଟରେ ସବୁଠାରୁ ବଡ କିଙ୍ଗପିନ ଅନିଲ ଚୌହାନଙ୍କ ବିରୋଧରେ ଟଙ୍କା ହେରଫେର ମାମଲା ରୁଜୁ କରିଥିଲା। ଏହି ମାମଲା ଇଡି ଗୁଆହାଟୀ ଜୋନାଲ ଅଫିସରେ ପଞ୍ଜିକୃତ ହୋଇଥିଲା। ଚୌହାନ ତାଙ୍କ ପତ୍ନୀଙ୍କ ସହ ପୋଲିସ ହେପାଜତରେ ଥିଲେ। ଭୁଲ ରୋଜଗାର କରିଥିବା ଟଙ୍କା ଏବଂ ସମ୍ପତ୍ତି ସଂଲଗ୍ନ ପାଇଁ ଇଡି ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

କୋଟି କୋଟି ଦେବା ନେବାର ଖୁଲାସା:-

ଅନିଲ ଚୌହାନଙ୍କ ମାମଲାରେ ଇଡିର ପ୍ରବେଶ ପୋଲିସ କହିବା ଯୋଗୁଁ ହୋଇଥିଲା। ପୋଲିସ ଏହି ମାମଲାରେ ମନି ଲଣ୍ଡରିଙ୍ଗ ସହିତ ଜଡିତ ପହେଲୁର ଯାଞ୍ଚ ପାଇଁ ଇଡିଙ୍କୁ ମେସେଜ ଲେଖିଥିଲା। କାରଣ ପୋଲିସ ନିଜର ଯାଞ୍ଚ ସମୟରେ ଜାଣିବାକୁ ପାଇଥିଲାକି ଅନିଲ ଚୌହାନ ଦେଶର ଭିନ୍ନ ଭିନ୍ନ ଅଂଶରେ ନିଜର ସମ୍ପତ୍ତି ଅର୍ଜିତ କରିବା ସହିତ ନିଜର ବ୍ଯାଙ୍କ ଏକାଉଣ୍ଟ ଓ ନିଜର ପତ୍ନୀଙ୍କ ସହାୟତାରେ କୋଟି କୋଟି ଟଙ୍କା ଦେବା ନେବା କରୁଛନ୍ତି। ଯାଞ୍ଚରେ ଜଣାପଡିଥିଲାକି ଚୌହାନଙ୍କର ୧୭ଟି ବ୍ଯାଙ୍କ ଖାତା ମାଧ୍ୟାମରେ ପାଖାପାଖି ୬.୬ କୋଟି ଟଙ୍କାର ଦେବା ନେବା ହେଉଥିଲା। ଯାହାକୁ ପୋଲିସ ଫ୍ରିଜ କରିନେଇଥିଲେ।

ଦିଲ୍ଲୀର ଅଦାଲତ ଘୋଷିତ କରିଥିଲେ ଭଗୋଡା:-

୨୦୧୫ ମସିହାରେ, ଯେତେବେଳେ ଏହି ସମସ୍ତ କାର୍ଯ୍ୟ ଚାଲିଥିଲା, ସେତେବେଳେ ଚୌହାନଙ୍କ ପତ୍ନୀ ସେହି ଦିନ କଂଗ୍ରେସର ଗୁଆହାଟି ୟୁନିଟର ସଦସ୍ୟ ଥିଲେ। ଦ୍ୱାରକା ନାଗରରେ ତାଙ୍କର ଏକ ଘର ମଧ୍ୟ ଥିଲା ଏବଂ ନାଗାଓଁ ଜିଲ୍ଲାର ଧରାମତୁଲରେ ପ୍ରାୟ ୪.୫ ହେକ୍ଟର ଜମି ଥିଲା। ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଅନେକ ସ୍ଥାନରେ ତାଙ୍କର ବେନାମୀ ସମ୍ପତ୍ତି ଥିଲା। ସେତେବେଳେ ଅନିଲଙ୍କୁ ୭୬ଟି ମାମଲାରେ ଦିଲ୍ଲୀ କୋର୍ଟ ଦ୍ୱାରା ଭଗୋଡା ଘୋଷିତ କରାଯାଇଥିଲା। ଯେଉଁଠାରେ ତାଙ୍କ ବିରୋଧରେ ବିଭିନ୍ନ ପୋଲିସ ଷ୍ଟେସନରେ ୨୦୦ରୁ ଅଧିକ ମାମଲା ରୁଜୁ ହୋଇଥିଲା।

ଚୌହାନଙ୍କ ବିରୁଦ୍ଧରେ ରୁଜ୍ଜୁ ଅଛି ହତ୍ୟା ପରି ସଙ୍ଗୀନ ମାମଲା:-

ସେତେବେଳେ ଆସାମରେ ମଧ୍ୟ ଚୌହାନଙ୍କ ବିରୁଦ୍ଧରେ ୨୬ଟି ମାମଲା ରୁଜ୍ଜୁ ଥିଲା। ଆସାମ କଂଗ୍ରେସ ବିଧାୟକ ରୁମି ନାଥ ଚୌହାନ ସେହି ସମୟରେ ବିବାଦରେ ଫାଶୀ ଯାଇଥିଲେ, ସେତେବେଳେ ସେ ଅନିଲଙ୍କ ପାଇଁ ବିଧାନସଭା ପରିସର ପାଇଁ କାର ପାସର ବ୍ୟବସ୍ଥା କରିଥିଲେ। କାର-ଲିଫଟର ସହିତ ତାଙ୍କୁ କଥିତ ସମ୍ବନ୍ଧ ପାଇଁ ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଗୁଆହାଟୀ ଉଚ୍ଚ ନ୍ୟାୟଳୟରେ ଜମାନତ ମିଳିଗଲା। ଅନିଲ ଚୌହାନଙ୍କ ବିରୁଦ୍ଧରେ କାର ଚୋରୀ ବ୍ଯତୀତ ହତ୍ୟା, ଆର୍ମ୍ସ ଏକ୍ଟ ଓ ତସ୍କରୀ ପରି ଅନେକ ମାମଲା ରୁଜ୍ଜୁ ଅଛି।

ଜଣାଇଦେଉଛୁକି ଦିଲ୍ଲୀ ପୋଲିସ ନିକଟ ଅତୀତରେ ତାଙ୍କୁ ଗିରଫ କରିଥିଲା। ଗିରଫ ସମୟରେ ପୋଲିସ ଅନିଲ ଚୌହାନଙ୍କ ନିକଟରୁ ୬ଟୀ ଅବୈଧ ପିଷ୍ଟଲ, ୭ଟୀ କାରତୂସ, ଏକ ଚୋରୀ ବାଇକ ଓ ଏକ କାର ବରାମଦ କରିଥିଲା। ପୋଲିସ ତାଙ୍କୁ ବର୍ତ୍ତମାନ ପଚରାଉଚରା କରୁଅଛି।

Leave A Reply

Your email address will not be published.