କୁହାଯାଏ ମଣିଷ ହେଉ କିମ୍ବା ପ୍ରତ୍ୟେକଙ୍କୁ ତାଙ୍କ ଘରର ଆବଶ୍ୟକତା ହୋଇଥାଏ। ଦିନସାରା ଚଳପ୍ରଚଳ କରି ଶେଷରେ ପ୍ରତ୍ୟେକ ନିଜ ଘରକୁ ଫେରିବାପାଇଁ ଚେଷ୍ଟା କରନ୍ତି। ଯଦି କେହି ଆପଣଙ୍କ ଘର ଆପଣଙ୍କ ବିନା ଅନୁମତିରେ ଭାଙ୍ଗି ଦେଉଛନ୍ତି ତାହେଲେ କେମିତି ଲାଗିବ? ଆପଣଙ୍କ ମନ ଭାଙ୍ଗିଯିବ ଓ ଆପଣ ଏହାର ଅଭିଯୋଗ କରିବେ କିନ୍ତୁ ଥରେ ଭାବନ୍ତୁ ଯଦି ଏହି ଘଟଣା ଗୋଟିଏ ପକ୍ଷୀ ସହିତ ଘଟେ ତାହେଲେ ସେ କଣ କରିପାରିବ? ମନେ ମନେ ସେ କାନ୍ଦିବାକୁ ଲାଗିବ ଓ ଏହାଛଡ଼ା ଆଉ କିଛିବି କରି ପାରିବନାହିଁ।
ଆଇଏଫଏସ ଅଧିକାରୀ ପ୍ରବୀଣ କାଶବାନ ଏହି ଭିଡ଼ିଓକୁ ଶେୟର କରିଛନ୍ତି:-
ଭାରତୀୟ ବନ ସେବା ଅଧିକାରୀ ପ୍ରବୀଣ କାଶବାନ ଏହି ଭିଡ଼ିଓକୁ ଟ୍ୱିଟରରେ ଶେୟର କରିଛନ୍ତି। ଯାହାକୁ ଦେଖିବାପରେ ଆପଣଙ୍କ ଆଖିରେ ମଧ୍ୟ ପାଣି ଆସିଯିବ। ପ୍ରବୀଣ କାଶବାନଙ୍କ ମୁତାବିକ, ଏହି ଭିଡ଼ିଓଟି କେଉଁଠାରର ଏହା ଜଣାପଡ଼ିନାହିଁ। କିନ୍ତୁ ଏହି ଭିଡ଼ିଓ ସମସ୍ତ ମଣିଷକୁ ନିଜର କଲା କର୍ମ ଉପରେ ଭାବିବାକୁ ବାଧ୍ୟ କରିଦେବ। ଯେଉଁମାନେ କି, କଥିତ ବିକାଶର ନାମ ନେଇ କଥା କହି ପାରୁନଥିବା ପଶୁ ପକ୍ଷୀଙ୍କ ଉପରେ ଅତ୍ୟାଚାର କରୁଛନ୍ତି।
ଗଛଟି ରାସ୍ତା ଉପରେ ପଡ଼ିବା ପରେ ନଷ୍ଟ ହୋଇଯାଉଛନ୍ତି ପକ୍ଷୀ ଛୁଆ:-
ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଏକ ଜେସିବି ମେସିନ ଦ୍ୱାରା ବିଶାଳ ଗଛଟିକୁ କଟାଯାଉଛି। ଏହି ସମୟରେ କିଛି ପକ୍ଷୀ ଉଡ଼ିଯାଉଛନ୍ତି ଓ କିଛି ପକ୍ଷୀ ନିଦ୍ରାରେ ଥିବାବେଳେ ସେମାନେ ରାସ୍ତାରେ ପିଟିହୋଇ ମରିଯାଉଛନ୍ତି। ଏହାସହ ଚଢ଼େଇ ବସା ଭିତରେ ଥିବା ଛୋଟ ଛୋଟ ଚଢ଼େଇ ମଧ୍ୟ ରାସ୍ତାରେ ପଡ଼ି ନିଜ ପ୍ରାଣ ହରାଇ ଦେଉଛନ୍ତି।
Everybody need a house. How cruel we can become. Unknown location. pic.twitter.com/vV1dpM1xij
— Parveen Kaswan, IFS (@ParveenKaswan) September 2, 2022
ପକ୍ଷୀ ମାନଙ୍କ ମୃତ୍ୟୁ ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି:-
ରାସ୍ତାରେ ପଡ଼ି ଛୋଟ ଛୋଟ ଚଢ଼େଇ ମରିଯିବାପରେ କିଛିଲୋକ ଜେସିବି ବାଲା ଡ୍ରାଇଭରଙ୍କୁ ଗାଳି ଦେଉଛନ୍ତି ଓ ରାସ୍ତାରେ ନିଜର ମରିଥିବା ଛୁଆକୁ ଦେଖି ଚଢ଼େଇ ମାନେ ସେଠାରେ ଉଡ଼ୁଛନ୍ତି। ଟ୍ରାଫିକ ଓ ଜନଗହଳି କାରଣରୁ ସେମାନେ ତଳକୁ ଆସି ପାରୁନାହାଁନ୍ତି।
ଭିଡ଼ିଓକୁ ଏପର୍ଯ୍ୟନ୍ତ ସାଢ଼େ ପାଞ୍ଚଲକ୍ଷ ଭିୟୁଜ ମିଳିଲାଣି:-
ପ୍ରବୀଣ କାଶବାନଙ୍କ ଏହି ଭିଡ଼ିଓ ଲୋକମାନଙ୍କୁ ହଲାଇ ରଖିଦେଇଛି। ଏବେଯାଏଁ ଏହି ଭିଡ଼ିଓକୁ ସାଢ଼େ ପାଞ୍ଚଲକ୍ଷ ଲୋକ ଦେଖିସାରିଛନ୍ତି ଓ 7500 ଲୋକ ଏହାକୁ ରିଟ୍ୱିଟ କରିଛନ୍ତି। ପାଖାପାଖି 1100 ଲୋକ ଏଥିରେ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ କହିଥିଲେ, ଯଦି ଆମେ ଅନ୍ୟ ଜୀବ ମାନଙ୍କ ପ୍ରତି ମାନବିକତା ଦେଖାଇ ପାରିବାନାହିଁ ତାହେଲେ ଆମକୁ ମାନବ କହିବା ଉଚିତ ହେବନାହିଁ।