“ଏହି ID ରେ ତ କାଲି ମୁଁ ବିବାହ କରାଇ ସାରିଛି…” ପଣ୍ଡିତ ଦେଖିଲେ କନ୍ୟାର ଆଧାର କାର୍ଡ ଆଉ କନ୍ୟାର ଖୋଲିଗଲା ସବୁ ପୋଲ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ପଞ୍ଜାବର ଫିରୋଜପୁରରେ ପୋଲିସ ବିବାହ ନାମରେ ଠକୁଥିବା ଗ୍ୟାଙ୍ଗକୁ ଧରିଛି । ବାସ୍ତବରେ ଗୋଟିଏ ମନ୍ଦିରରେ ବିବାହ ଚାଲିଥିଲା, ସେ ସମୟରେ ପଣ୍ଡିତ ଯେତେବେଳେ କନ୍ୟାର ଆଧାର କାର୍ଡ ମାଗିଲେ, ସେତେବେଳେ ସେ କହିଲେ ମୁଁ କାଲି ଏହି ଆଇଡି ବାଲି ଝିଅ ସହ ବିବାହ କରାଇ ସାରିଛି । ଏହାପରେ ପଣ୍ଡିତ କନ୍ୟା ଠାରୁ ଅନ୍ୟ ଆଇଡି ମାଗିବାରୁ କନ୍ୟା ସହ ଆସିଥିବା ନକଲି ସମ୍ପର୍କୀୟ ମାନେ ମଧ୍ୟ ସେଠାରୁ ପଳାଇଗଲେ । ସୂଚନା ମିଳିବା ପରେ ପହଞ୍ଚିଥିବା ପୋଲିସ କନ୍ୟା ଏବଂ ଆଉ କିଛି ଲୋକଙ୍କୁ ଧରିନେଲା । ପୋଲିସ 7 ଜଣ ଲୋକଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ।

ଫିରୋଜପୁର କ୍ୟାଣ୍ଟ ଥାନାରେ ଅଭିଯୋଗ କରି କୁହାଯାଇଛି ଯେ ଫତେହବାଦ ରବିଙ୍କ ବିବାହ ପାଇଁ ତାଙ୍କ ପରିବାର ଲୋକେ ଝିଅ ଦେଖୁଥିଲେ । ଏହା ମଧ୍ୟରେ ସେମାନଙ୍କୁ ଜଣେ ମଧ୍ୟସ୍ଥି ମିଳିଲା । ସେ ରବିଙ୍କ ମାମୁଁ ଆଦିତ୍ୟଙ୍କୁ କହିଲା ଯେ ଫିରୋଜପୁରରେ ଜଣେ ଝିଅ ଅଛି, ଯାହାକୁ ଆପଣ ଦେଖିବାପରେ ବିବାହ କରିପାରିବେ ।

ଏହାପରେ ରବି ଏବଂ ତାଙ୍କ ମାମୁଁ ଉଭୟେ ଫିରୋଜପୁର ପହଞ୍ଚିଲେ । ସେଠାରେ ସେମାନଙ୍କର ଦୀପ ନାମକ ମହିଳାଙ୍କ ସହ ଦେଖା ହେଲା । କଥାବାର୍ତ୍ତା ହେବା ପରେ ଉଭୟେ ତାଙ୍କ ଆଇଡି ପ୍ରୁଭ ମଧ୍ୟ ଦେଖିଲେ । ବିବାହ କଥା ଫାଇନାଲ ହୋଇଗଲା । ଏହାପରେ ରବିଙ୍କ ପରିବାର ଲୋକେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ । ଯୁବତୀଙ୍କ ପାଇଁ ଗହଣା ମଧ୍ୟ କିଣିଲେ ।

ସେହିପରି ଅନ୍ୟପକ୍ଷର ଲୋକମାନେ ଝିଅକୁ ପ୍ରସ୍ତୁତ କରି ମନ୍ଦିରରେ ପହଞ୍ଚିଲେ । ମନ୍ଦିରରେ ବିବାହ ରୀତିନୀତି ଆରମ୍ଭ କରାଗଲା । ଏହାପରେ ପୂଜାରୀ ଝିଅର ଆଧାର କାର୍ଡ ମାଗିଲେ । ଯେତେବେଳେ ଝିଅ ସହ ଆସିଥିବା କଥିତ ସମ୍ପର୍କୀୟମାନେ ତାରା ଅରୋରା ନାମରେ ଆଧାର କାର୍ଡ ଦେଖାଇଲେ, ସେତେବେଳେ ମନ୍ଦିରର ପୂଜାରୀ କହିଲେ ଯେ କାଲି ଏହି ଆଇଡି ବାଲା ନାମରେ ବିବାହ କରାଯାଇଛି ।

ପୂଜାରୀ ଗତ ଦିନରେ ହୋଇଥିବା ବିବାହର ପ୍ରମାଣ ମଧ୍ୟ ଦେଖାଇଲେ । ପଣ୍ଡିତ ଯେତେବେଳେ ଝିଅକୁ ପ୍ରକୃତ ପ୍ରମାଣ ମାଗିଲେ, ସେତେବେଳେ କନ୍ୟା ସହ ଆସିଥିବା ଲୋକମାନେ ସେଠାରୁ ଚାଲିଗଲେ ଏବଂ ଫେରିଲେ ନାହିଁ । ସନ୍ଦେହ ହେବାରୁ ପୋଲିସକୁ ସୂଚନା ଦିଆଗଲା । ସୂଚନା ପାଇ ପହଞ୍ଚିଥିବା ପୋଲିସ ମନ୍ଦିରରୁ କନ୍ୟା ସହ ଚାରିଜଣ ଲୋକଙ୍କୁ ଗିରଫ କରିନେଲା ।

Leave A Reply

Your email address will not be published.