ଉତ୍ତରପ୍ରଦେଶର ସୀତାପୁରରେ ୭ ଛୁଆର ବାପା ପଞ୍ଚମ ବିବାହ ପାଇଁ ପ୍ରସ୍ତୁତି କରୁଥିଲାବେଳେ ସବୁ ଛୁଆମାନେ ସେଠାରେ ପହଞ୍ଚି ଜମେଇକି ହଙ୍ଗାମା କରିଥିଲେ|ଲୁଚିଛପି ବିବାହ କରୁଥିବା ବ୍ୟକ୍ତି ମାନେ ତାଙ୍କ ବାପାକୁ ସେଠାରେ ଜମେଇ କରି ମାଡ ମାରିଥିଲେ|
ବାପା ଓ ଛୁଆଙ୍କ ହଙ୍ଗାମା ମଧ୍ୟରେ ବିବାହ ପାଇଁ ଆସିଥିବା ପଞ୍ଚମ କନ୍ୟା ସୁଯୋଗ କ୍ରମେ ଫେରାର ହୋଇଯାଇଥିଲେ|ପୋଲିସ ପହଞ୍ଚି ଉଭୟ ପକ୍ଷକୁ ଥାନାକୁ ଡକାଇ ପଚରାଉଚରା କରିଛି|
ପୋଲିସ କହିବାନୁଯାୟୀ ଯଦି କୌଣସି ଅଭିଯୋଗ ବା ଏଫ୍ଆଇଆର ଦାଖଲ ହୋଇଥାନ୍ତା ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାନ୍ତା|ଏବେ ପୋଲିସ ଉଭୟ ପକ୍ଷକୁ ପଚରାଉଚରା କରୁଛି|
ଏହି ମାମଲା ଦେହାତ କୋତବାରୀର ସରଦାର କଲୋନୀ ଅଞ୍ଚଳର ଅଟେ|୪୫ ବର୍ଷିୟା ଶକି ମହମ୍ମଦ ନିଜ ପଞ୍ଚମ ବିବାହ ପାଇଁ ବିବାହରେ ମସଗୁଲ ଥିଲା|
ସୂଚନାଯୋଗ୍ୟ ଶକି ଲୁଚିକରି ନିଜର ପଞ୍ଚମ ବିବାହ କରିବାକୁ ଯାଉଥିଲା ବେଳେ ତାର ସାତ ଛୁଆ ଓ ପତ୍ନୀ ମାନେ ପହଞ୍ଚି ହଙ୍ଗାମା କରିଥିଲେ|
ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଥିଲା ସେ ପକ୍ଷର ଲୋକମାନେ ଛୁଆ ଓ ପତ୍ନୀଙ୍କ ସହ ହଙ୍ଗାମା କରିଥିଲେ|ପୋଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଶାନ୍ତ କରାଇଥିଲେ|