ଜଣେ ଯୁବତୀଙ୍କ ଚକ୍କରରେ ୨୫ ଜଣ ଯୁବକଙ୍କ ଠାରୁ ମାଡ଼ ଖାଇଛନ୍ତି ଏହି ଅଭିନେତା, ନାଁ ଜାଣିଲେ ଲାଗିବ ଝଟକା,ଜାଣନ୍ତୁ ସେ ଅଭିନେତା ଜଣକ କିଏ ?

0

Get real time updates directly on you device, subscribe now.

Rajkummar Rao Birthday: ବଲିଉଡର ଯେତେବେଳେ ବି ଚମତ୍କାର ଅଭିନେତାଙ୍କ କଥା ଆସେ, ସେତେବେଳେ ରାଜକୁମାର ରାଓଙ୍କ ନାମ ନିଶ୍ଚୟ ସାମ୍ନାକୁ ଆସେ | ତାଙ୍କ ଆକ୍ଟିଙ୍ଗକୁ ନେଇ ପ୍ରାୟ ସବୁ ସ୍ଥାନରେ ଚର୍ଚ୍ଚା ହୋଇଥାଏ | ବହୁତ ସିଧା ସାଧା ଦେଖାଯାଉଥିବା ରାଜକୁମାର ନିଜ ଅଭିନୟ ଦ୍ୱାରା ଭଲ ଭଲ ଲୋକଙ୍କ ମନ ମୋହିଥାନ୍ତି | ଆଜି ଅର୍ଥାତ ଅଗଷ୍ଟ ୩୧ ତାରିଖରେ ଅଭିନେତା ନିଜର ୩୮ ତମ ଜନ୍ମଦିନ ମନାଉଛନ୍ତି ଏବଂ ଏହି ଅବସରରେ ଆମେ ଆପଣଙ୍କୁ ରାଜକୁମାର ରାଓଙ୍କ ସହିତ ଜଡିତ ଏପରି ଏକ କଥା କହିବୁ, ଯାହାକୁ ଜାଣିଲେ ଆପଣଙ୍କର ମଧ୍ୟ ପ୍ରଥମଥରରେ ବିଶ୍ୱାସ ହେବ ନାହିଁ | ଆଜ୍ଞା ହଁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଜକୁମାର ରାଓ ଜଣେ ଝିଅ ଚକ୍କରରେ ୨୫ ଜଣ ଯୁବକଙ୍କ ଠାରୁ ମାଡ଼ ଖାଇଛନ୍ତି |

ଫିଲ୍ମ ବ୍ୟାକଗ୍ରାଉଣ୍ଡ ନାହିଁ :-

ରାଜକୁମାର ରାଓଙ୍କ ଜନ୍ମ ଅଗଷ୍ଟ ୩୧ ତାରିଖ ୧୯୮୪ ରେ ଗୁଡ଼ଗାଁରେ ହୋଇଥିଲା | ରାଜକୁମାର ରାଓ ଆରମ୍ଭରୁ ହିଁ ଆକ୍ଟର ହେବାକୁ ଚାହୁଁଥିଲେ, ତାଙ୍କର ଲଗାତାର ପରିଶ୍ରମ ଏବଂ ଭଲ ଆକ୍ଟିଙ୍ଗର ପରିଣାମ ସ୍ୱରୂପ ଆଜି ସେ ବଲିଉଡରେ ଜଣେ ଜଣାଶୁଣା ନାମ ଅଟନ୍ତି | ତେବେ ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ନାମ କମାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି, କାରଣ ସେ ସେହି ଅଭିନେତାଙ୍କ ମଧ୍ୟରେ ଗଣନା ହୁଅନ୍ତି, ଯେଉଁମାନଙ୍କର ଫିଲ୍ମି ସହିତ କୌଣସି ସମ୍ପର୍କ ନାହିଁ |

୧୧ ବର୍ଷ ପରେ କଲେ ବିବାହ :-

ରାଜକୁମାର ରାଓ ଗତ ବର୍ଷ ନିଜ ଲଙ୍ଗ ଟାଇମ ଗାର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀ ପତ୍ରଲେଖାଙ୍କ ସହିତ ବିବାହ କରିଥିଲେ | ପତ୍ରଲେଖା ରାଜକୁମାରଙ୍କ ଅପୋଜିଟ ୨୦୧୪ ରେ ଫିଲ୍ମ ‘ସିଟି ଲାଇଟ୍ସ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ଆରମ୍ଭରେ ପତ୍ରଲେଖାଙ୍କୁ ରାଜକୁମାର ଜଣେ ଅଜବ ଯୁବକ ଲାଗିଥିଲେ | କିନ୍ତୁ ପରେ ସେ କାମ କରିବା ସମୟରେ ନିକଟସ୍ଥ ହେଲେ ଏବଂ ସେମାନଙ୍କ କେମେଷ୍ଟ୍ରି ଆରମ୍ଭ ହେଲା | ପ୍ରଥମେ ସେମାନେ ସାଙ୍ଗ ହେଲେ ଏବଂ ତାପରେ ଡେଟିଂ ଆରମ୍ଭ କରିଦେଲେ | ସମ୍ପର୍କର ୧୧ ବର୍ଷ ପରେ ଉଭୟେ ବିବାହ କରିଥିଲେ | କିନ୍ତୁ ରାଜକୁମାରଙ୍କର କେବଳ ଏହି ପ୍ରେମ କାହାଣୀ ନାହିଁ ବରଂ ଏହାପୂର୍ବରୁ ମଧ୍ୟ ଜଣେ ଯୁବତୀଙ୍କୁ ସେ ଭଲପାଇ ବସିଥିଲେ ଏବଂ ସେହି ଯୁବତୀ ପାଇଁ ସେ ମାଡ ମଧ୍ୟ ଖାଇଥିଲେ |

ଯୁବତୀଙ୍କ ଚକ୍କରରେ ଖାଇଲେ ମାଡ଼ :-

ରାଜକୁମାର ରାଓ ଥରେ ନିଜ ପିଲାଦିନର ପ୍ରେମ ବିଷୟରେ ପ୍ରକାଶ କରିଥିଲେ | ସେ କହିଥିଲେ ଯେ ‘ ମୁଁ ଗୁଡ଼ଗାଁର ମର୍ଡନ ଫ୍ୟାନସି ବ୍ଲୁ ବେଲସ ସ୍କୁଲରେ ପାଠ ପଢିବାକୁ ଚାଲିଗଲି | ସେହି ସ୍କୁଲରେ ମୁଁ ଜଣେ ଝିଅକୁ ବାସ୍କେଟବଲ ଖେଳୁଥିବାର ଦେଖିଲି | ତାପରେ ଆମେ ଦୁହେଁ ଡେଟିଂ ମଧ୍ୟ ଆରମ୍ଭ କଲୁ, କିନ୍ତୁ ସେହି ଯୁବତୀଙ୍କର ପୂର୍ବରୁ ଜଣେ ବୟଫ୍ରେଣ୍ଡ ଥିଲା | ଯେତେବେଳେ ସେହି ଯୁବତୀଙ୍କ ବୟଫ୍ରେଣ୍ଡ ଜାଣିଲା ଯେ ମୁଁ ତାର ଗାର୍ଲଫ୍ରେଣ୍ଡକୁ ଡେଟ କରୁଛି, ସେତେବେଳେ ସେହି ଯୁବକ ମତେ ମାରିବାପାଇଁ ଆସିଲା | ୨୫ ଜଣ ଯୁବକ ମିଶି ମତେ ବହୁତ ପିଟିଲେ |’

Leave A Reply

Your email address will not be published.